ଇତିହାସ ଅଧ୍ୟାପକ ପରୀକ୍ଷା ବାତିଲ୍‌ କଲେ ହାଇକୋର୍ଟ: ସାନି ପରୀକ୍ଷା ପାଇଁ ଆଦେଶ

କଟକ ଅଫିସ, ୧୯।୧୨ : ଅଣଅନୁଦାନପ୍ରାପ୍ତ କଲେଜଗୁଡ଼ିକ ନିମନ୍ତେ ୮୧ଟି ଇତିହାସ ଅଧ୍ୟାପକ ପଦବୀ ପାଇଁ ଗତ ମାର୍ଚ୍ଚ ୧୦ ତାରିଖରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମାତ୍ର ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ରହିଥିଲା। ଏ ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଷ୍ଟେଟ୍‌ ସିଲେକ୍ସନ ବୋର୍ଡ ଏହାକୁ ଗୁରୁତ୍ୱ ଦେଇ ନ ଥିଲା। ଫଳରେ ଏ ସମ୍ପର୍କରେ ସଂଗ୍ରାମ ସାହୁ, ଜିତେନ୍ଦ୍ର ପଲାଇଙ୍କ ସମେତ ୧୮ ଜଣ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଉକ୍ତ ପରୀକ୍ଷାକୁ ରଦ୍ଦ କରିବା ସହିତ ସାନି ପରୀକ୍ଷା ପାଇଁ ସିଲେକ୍ସନ ବୋର୍ଡକୁ ଆଦେଶ ଦେଇଛନ୍ତି। ସାନି ପରୀକ୍ଷା ନିମନ୍ତେ ନୂଆ ଆଡମିଟ କାର୍ଡ ଇସୁ କରାଯିବନାହିଁ। ଯେଉଁମାନେ ଗତ ମାର୍ଚ୍ଚ ୧୦ ତାରିଖରେ ହୋଇଥିବା ପରୀକ୍ଷାରେ ସାମିଲ ହୋଇଥିଲେ ସେମାନଙ୍କୁ କେବଳ ସାନି ପରୀକ୍ଷାରେ ସୁଯୋଗ ମିଳିବ ବୋଲି ହାଇକୋର୍ଟ କହିଛନ୍ତି। ଏହାବାଦ୍‌ ହେବାକୁ ଥିବା ସାନି ପରୀକ୍ଷା ପ୍ରଶ୍ନପତ୍ରକୁ ନିର୍ଭୁଲ ରଖିବା ପାଇଁ ମଧ୍ୟ ହାଇକୋର୍ଟ ସିଲେକ୍ସନ ବୋର୍ଡକୁ ତାଗିଦ୍‌ କରିଛନ୍ତି। କୋର୍ଟ କହିଛନ୍ତି, ପରୀକ୍ଷା ପରିଚାଳନାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ରହିବା ଆବଶ୍ୟକ। ଅନେକ ଆଶାୟୀ କଷ୍ଟ କରି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ମାତ୍ର ଏଭଳି ଘଟଣା ସେମାନଙ୍କ ଭବିଷ୍ୟତକୁ ପ୍ରଭାବିତ କରୁଛି। ତେଣୁ ସିଲେକ୍ସନ ବୋର୍ଡ ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ପହଞ୍ଚତ୍ପାରୁନି ପାଇପ୍‌ ପାଣି

ବଅଁରପାଳ,୧୧ା୩(ଡି.ଏନ.ଏ.) ଗ୍ରାମାଞ୍ଚଳର ପ୍ରତି ଘରକୁ ପାଇପ୍‌ ପାଣି ସଂଯୋଗ ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଚାଲିଛି। ସେଥିପାଇଁ ପଞ୍ଚାୟତଗୁଡ଼ିକରେ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବଡ଼...

ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଆଇସିଏମ୍‌ଆର୍‌, ଡବ୍ଲ୍ୟୁଏଚ୍‌ଓ ପ୍ରତିନିଧି ଦଳ

ଗୋପାଳପୁର,୧୧ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଦ୍ରୁତ ଗତିରେ କରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି। ରବିବାର ଡବ୍ଲ୍ୟୁଏଚ୍‌ଓ, ଆଇସିଏମ୍‌ଆର ପ୍ରତିନିଧି ଦଳ ରବିବାର ଦୁଇଟି ସଙ୍ଗରୋଧ କେନ୍ଦ୍ର...

ଦୃଷ୍ଟିହୀନଙ୍କୁ ଜୀବନସାଥୀ କଲେ ମହିଳା

ଚମ୍ପୁଆ,୯।୩(ଡି.ଏନ୍‌.ଏ): ବିଶ୍ୱ ମହିଳା ଦିବସ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ଚମ୍ପୁଆ କୋର୍ଟ ପରିସରରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ। ଦୃଷ୍ଟିଶକ୍ତି ହରାଇଥିବା ୪୨ ବର୍ଷ...

ଆଖି ସାମ୍ନାରେ ପୁଅର ମୃତ୍ୟୁ ଦେଖି ଚାଲିଗଲା ମା’ଙ୍କ ଜୀବନ

ସଜନାଗଡ଼,୨୭ା୪(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଥାନା ଅଧୀନ ଗରଡିହି ପଞ୍ଚାୟତର ବାଲିଚୁଆ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ୰ ଶ୍ୟାମସୁନ୍ଦର...

ଶିକାରୀଙ୍କ ଗୁଳିରେ ସବୁଜ ବାହିନୀ କର୍ମଚାରୀ ଗୁରୁତର

ବାରିପଦା ଅଫିସ/ଖୁଣ୍ଟା/ଉଦଳା, ୨୪।୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଡୁକୁରା ବନ୍ୟପ୍ରାଣୀ ରେଞ୍ଜ ଅଧୀନ ତଥା ଶିମିଳିପାଳ ଅଭୟାରଣ୍ୟର ଭଞ୍ଜବସା ଅଞ୍ଚଳରେ ଗୁରୁବାର ଶିକାରୀଙ୍କ ଗୁଳିରେ ଜଣେ ସବୁଜବାହିନୀ କର୍ମଚାରୀ...

କଂଗ୍ରେସ ରାଲିରେ ଅଘଟଣ: ଅସୁସ୍ଥ ହୋଇପଡ଼ିଲେ ବରିଷ୍ଠ ନେତା ନରସିଂହ ମିଶ୍ର

ଭୁବନେଶ୍ୱର,୨୮।୧୨(ବ୨୍ୟୁରୋ): କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସୁସ୍ଥ। ଗୁରୁତର ଅବସ୍ଥାରେ ତାଙ୍କୁ ସୋମବାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବାହ୍ନରେ ସିବିଆଇ...

ଲୁଟ୍‌ ଅପେକ୍ଷାରେ ୬ କଳାପଥର ଖାଦାନ

ଯାଜପୁର ଅଫିସ,୩।୯: ଲଘୁ ଖଣିଜ ସମ୍ପଦରେ ଭରପୁର ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ୫ ହେକ୍ଟରରୁ ଊର୍ଦ୍ଧ୍ୱ ୬ କଳାପଥର ଖାଦାନ ଓ ଗୋଟିଏ...

ମହିଳାଙ୍କୁ ଗୁଳିକରି ହତ୍ୟା: ତଦନ୍ତ ଆରମ୍ଭ

ଝାରସୁଗୁଡ଼ା ଅଫିସ/ଲଖନପୁର,୨୭।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ଥାନା ଅଧୀନ ସାରସମାଲ ରୋହିଦାସ ପଡ଼ାରେ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜଣେ ମହିଳାଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ...

Advertisement
Archives

Model This Week