Posted inଖେଳ

ଇଣ୍ଡିଆ-ସି ୧୦ରନରେ ବିଜୟୀ

କଟକ ଅଫିସ,୭।୧- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫିରେ ସୋମବାର ଇଣ୍ଡିଆ-ସି ଦଳ ୧୦ରନରେ ଇଣ୍ଡିଆ-ଏ’କୁ ପରାସ୍ତ କରିଛି। ଇଣ୍ଡିଆ-ସି ପକ୍ଷରୁ ଧାର୍ଯ୍ୟ ୧୨୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଣ୍ଡିଆ-ଏ ୧୧୩ ରନ କରିଥିଲା। ପ୍ରତିଯୋଗିତାରେ ଦୁଇଟି ମ୍ୟାଚ୍‌ ଖେଳି ସାରିଥିବା ଇଣ୍ଡିଆ-ସି ଦଳର ଏହା ପ୍ରଥମ ବିଜୟ। ତେବେ ଏହି ଦଳରେ ସ୍ଥାନ ପାଇଥିବା ପ୍ରତିଭାବାନ ଓଡ଼ିଆ ଖେଳାଳି ମାଧୁରୀ ମେହେତାଙ୍କୁ ସୋମବାର ମ୍ୟାଚ୍‌ରେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ନ ଥିଲା।
ଅଧିନାୟିକା ଭେଦା କ୍ରୀଷ୍ଣାମୃର୍ତ୍ତି ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଓପନର ୟସ୍ତିକା ଭାଟିଆ ଓ ଶେଫାଳି ବର୍ମା ଚମତ୍କାର ଆରମ୍ଭ କରିଥିଲେ। ପାୱାର ପ୍ଲେ’ରେ ଉଭୟ ୫୦ରନ ସଂଗ୍ରହ କରିଥିଲେ। ଦଳୀୟ ସ୍କୋର ୫୮ ହୋଇଥିବାବେଳେ ଇଣ୍ଡିଆ-ସି ସେହି ସ୍କୋରରେ ଦୁଇ ଓପନରଙ୍କୁ ହରାଇଥିଲା। ୟସ୍ତିକା ୧୮ ରନରେ ଓ ସେଫାଳୀ ୩୮ ରନ (୨୪ ବଲ, ୭ ଚୌକା, ୧ ଛକା)ରେ ଆଉଟ ହୋଇଥିଲେ। ଦୁଇ ଓପନର ପ୍ୟାଭିଲିୟନ ଫେରିବା ପରେ ରନ୍‌ ସଂଗ୍ରହ ଧୀମା ହୋଇ ଯାଇଥିଲା। ନିର୍ଦ୍ଧାରିତ ଓଭରରେ ଇଣ୍ଡିଆ-ସି ୭ ଉଇକେଟ ହରାଇ ୧୨୩ ରନ କରିଥିଲା। ଅଧିନାୟିକା କ୍ରୀଷ୍ଣାମୃତ୍ତି ୧୭, ଦୟଲାନ ହେମଲତା ୨୪, ଉଇକେଟ୍‌କିପର ନୁଜହତ ପରୱିନ ୧୦, ଅରୁନ୍ଧତୀ ରେଡ୍ଡୀ ୯, ଭୃଷାଳି ଭଗତ ୪ ରନ କରିଥିବାବେଳେ ମନାଲୀ ଦକ୍ଷିଣୀ ଖାତା ଖୋଲି ପାରି ନ ଥିଲେ। ଇଣ୍ଡିଆ-ଏ ପକ୍ଷରୁ ଦୀପ୍ତି ଶର୍ମା ୨ଟି ଏବଂ ରାଧା ଯାଦବ, ସ୍ନେହ ରାଣା, ମାନସୀ ଯୋଶୀ ଓ ଦେବିକା ବୈଦ୍ୟଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା।
ପ୍ରିୟା ପୁନିଆଙ୍କ ଇଣ୍ଡିଆ-ଏ ପାଇଁ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ ହୋଇଥିଲା । ପ୍ରାରମ୍ଭରୁ ଦୁଇ ଓପନର ପ୍ରିୟା ଓ ଜେସିଆ ଅଖତାର ବଡ୍‌ ଶଟ୍‌ ମାରିବାକୁ ପ୍ରଚେଷ୍ଟା କରିଥିଲେ। ୯ରନ କରିଥିବା ବେଳେ ଜେସିଆଙ୍କୁ କ୍ଲିନ ବୋଲ୍ଡ କରିଥିଲେ ମନାଲୀ ଦକ୍ଷିଣୀ। ପରେ କୌଣସି ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ସୃଷ୍ଟି ନହେବାରୁ ଇଣ୍ଡିଆ-ଏ ଦଳ ବିଜୟ ଲକ୍ଷ୍ୟ ଠାରୁ ପଛରେ ପଡ଼ି ଯାଇଥିଲା । ଦଳର ଅଧିନାୟିକା ତଥା ଭାରତୀୟ ମହିଳା କ୍ରିକେଟର ଧୁଆଁଧାର ଖେଳାଳି ହରମନପ୍ରିତ କୌରଙ୍କ ବ୍ୟାଟିଂ ବିଫଳତା ମଧ୍ୟ ଦଳ ଉପରେ ଭାରି ପଡ଼ିଥିଲା । ହରମନପ୍ରିତ ୧୩ରନରେ ଆଉଟ ହୋଇଥିଲେ। ଦୀପ୍ତି ଶର୍ମା ଦଳ ପକ୍ଷରୁ ସର୍ବାଧିକ ୩୪ରନ କରିଥିବା ବେଳେ ମିନୁ ମାନି ୧୦ରନ, ସ୍ନେହ ରାଣା ୬ରନ, ରାଧା ଯାଦବ ୨ରନ, ତାନିଆ ଭାଟିଆ ୧ରନ କରିଛନ୍ତି। ଇଣ୍ଡିଆ-ସି ପକ୍ଷରୁ ମନାଲି ଦକ୍ଷିଣୀ, ଦୟଲାନ ହେମଲତା, ତନୁଶ୍ରୀ ସରକାର, ରାଜେଶ୍ୱରୀ ଗାଏକ୍ବାଡ, ଅରୁନ୍ଧତୀ ରେଡ୍ଡୀ ଗୋଟିଏ ଲେଖାଏ ଉଇକେଟ ଦଖଲ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

ରୋମାଣ୍ଟିକ ମୁଡ୍‌ରେ ସୁଇମିଂ ପୁଲ ଫଟୋ ଶେୟାର କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଗର୍ଲ ଫ୍ରେଣ୍ଡକୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ,୧୯।୨: ICC T20 World Cup 2026 ମଧ୍ୟରେ, ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର…

ଭାରତ ସହ କ୍ରିକେଟ ସମ୍ପର୍କ ସୁଧାରିବାକୁ ବାଂଲାଦେଶର ଉଦ୍ୟମ; ତାରିକ୍ ରହମାନ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ ,୧୯।୨: ଭାରତ-ବାଂଲାଦେଶ କ୍ରିକେଟ ସମ୍ପର୍କରେ ସୁଧାର ପାଇଁ ଢାକାର ବଡ଼ ପଦକ୍ଷେପ। ୨୦୨୬ ଟି-୨୦ ବିଶ୍ୱକପ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ମହମ୍ମଦ ୟୁନୁସଙ୍କ…

ପାକିସ୍ତାନର 2026 T20 World Cup ବିଜୟ ନିଶ୍ଚିତ? ଏହି ସଂଯୋଗ ଦେଖିଲେ ଆପଣ ବି ବିଶ୍ୱାସ କରିବାକୁ ବାଧ୍ୟ ହେବେ

ନୂଆଦିଲ୍ଲୀ,୧୯।୨: 2026 T20 World Cup ପାଇଁ ସୁପର ୮ ଦଳ ଚୂଡ଼ାନ୍ତ ହୋଇଛି। ଯଦିଓ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହୋଇନାହିଁ, କିନ୍ତୁ ପାକିସ୍ତାନ ବିଶ୍ୱକପ…

ପଡ଼ିଆରେ ଅଘଟଣ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଇତିହାସ ରଚିଲା ଭାରତ: ବିଶ୍ୱର ପ୍ରଥମ ଦଳ ଭାବେ କଲା ଏମିତି କାରନାମା

ଅହମ୍ମଦାବାଦ,୧୯।୨: ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଅହମ୍ମଦାବାଦରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। ଟିମ ଇଣ୍ଡିଆ…

୧୫ ବର୍ଷ କ୍ୟାରିଅରର ଅନ୍ତ, 30 ବର୍ଷ ବୟସରେ ଅବସର ଘୋଷଣା କଲେ ଏହି ଖୋଳାଳି

ନୂଆଦିଲ୍ଲୀ,୧୯ା୨: ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଲରେନ୍ ଡାଉନ୍ କ୍ରିକେଟରୁ…

ଲଜ୍ଜାଜନକ ରେକର୍ଡ କଲେ ଅଭିଷେକ ଶର୍ମା: ପ୍ରଥମ ଭାରତୀୟ ଭାବେ…

ନୂଆଦିଲ୍ଲୀ,୧୯/୨: ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri