Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଡ୍ର’ରେ ଓଡ଼ିଶାର ଅଭିଯାନ ଶେଷ ମାନୁଏଲଙ୍କ ହ୍ୟାଟ୍ରିକ୍‌

ଭୁବନେଶ୍ୱର, ୨୪।୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ଓଡ଼ିଶା ଏଫ୍‌ସି ତା’ର ଶେଷ ତଥା ୧୮ତମ ମ୍ୟାଚ୍‌ ଅମୀମାଂସିତ ରଖି ଅଭିଯାନ ଶେଷ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ଓ କେରଳ ବ୍ଲାଷ୍ଟର୍ସ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ ୪-୪ ଗୋଲରେ ଅମୀମାଂସିତ ରହିଛି। ଘରୋଇ ଓଡ଼ିଶା ତରଫରୁ ଫରଓ୍ବାର୍ଡ ମାନୁଏଲ ଓନୁ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ। ମାନୁଏଲ ପ୍ରଥମ, ୩୬ ଓ ୫୧ତମ ମିନିଟ୍‌ରେ ଗୋଲ ସ୍କୋର କରିଥିଲେ। ମାର୍ଟିନ ପେରେଜ ଗୁଏଡ୍ସ ୪୪ତମ ମିନିଟ୍‌ରେ ପେନାଲ୍ଟି ଜରିଆରେ ଆଉ ଏକ ଗୋଲ ସ୍କୋର କରିଥିଲେ।
ଅପରପକ୍ଷରେ କେରଳ ତରଫରୁ ଷଷ୍ଠ ମିନିଟ୍‌ରେ ନାରାୟଣ ଦାସ ଆତ୍ମଘାତୀ ଗୋଲ କରିଥିଲେ। ସେହିପରି ରାଫେଲ ମେସି ବୋଉଲି ୨୮ତମ ମିନିଟ୍‌ରେ ଗୋଟିଏ ଗୋଲ ଦେଇଥିଲେ। ଦଳ ତରଫରୁ ବାର୍ଥୋଲୋମି ଓଗ୍‌ବେଚେ ୮୨ତମ ମିନିଟ୍‌ରେ ପେନାଲ୍ଟି ଜରିଆରେ ଓ ଇଞ୍ଜୁରି ଟାଇମର ଚତୁର୍ଥ ମିନିଟ୍‌ରେ ପେନାଲ୍ଟି ଜରିଆରେ ଗୋଲ ଦେଇ ଓଡ଼ିଶା ହାତରୁ ବିଜୟ ଛଡାଇ ନେଇଥିଲେ।
ଓଡ଼ିଶା ୧୮ଟି ମ୍ୟାଚ୍‌ ଖେଳି ୭ ବିଜୟ, ୪ ଡ୍ର ଓ ୭ ପରାଜୟ ସହ ୨୫ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ସେହିପରି କେରଳ ୧୮ଟି ମ୍ୟାଚ୍‌ ଖେଳି ୪ ବିଜୟ, ୭ ଡ୍ର ଓ ୭ ପରାଜୟ ସହ ୧୯ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାଥିୟାଁ-ଅମଲରାଜଙ୍କୁ ବ୍ରୋଞ୍ଜ

ମେଲବୋର୍ନ, ୧୩ା୭ (ପି.ଟି.)-ଭାରତୀୟ ଯୋଡ଼ି ଜି. ସାଥିୟାଁ ଓ ଆନ୍ଥୋନୀ ଅମଲରାଜ ପୁରୁଷ ଡବଲ୍ସରେ ଏକ ବ୍ରୋଞ୍ଜ ପଦକ ସହ ସେମାନଙ୍କ ଓ୍ବାଲର୍‌ଡ ଟୁର୍‌ ପ୍ଲାଟିନମ...

ପ୍ରଶଂସକଙ୍କ ହୃଦୟ ଭାଙ୍ଗିଦେଲେ କୋହଲି: କଲେ ଏମିତି କାମ

କୋଲକାତା,୧୭।୩: ଭାରତୀୟ ଉଇକେଟକିପର ରିଷଭ ପନ୍ତ ଏବେ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ପ୍ରଶଂସକମାନେ ପ୍ରତ୍ୟେକ ମ୍ୟାଚରେ ତାଙ୍କଠାରୁ ବଡ଼ ଇନିଂସ ଆଶା କରୁଛନ୍ତି।...

ଆଇସିସି ଉପରେ ଖୁବ୍ଧ ସଚିନଙ୍କ ପ୍ରଶଂସକ

ନୂଆଦିଲ୍ଲୀ,୨୮।୮: ବେନ ଷ୍ଟୋକ୍ସଙ୍କ ଅପରାଜିତ ଶତକ ବଳରେ ଇଂଲଣ୍ଡ ୩ୟ ଟେଷ୍ଟକୁ ଜିତି ଆଶେସ ସିରିଜ୍‌କୁ ବରାବର ସ୍ଥିତିକୁ ଆଣିଛି। ଏଥିନେଇ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ...

ଆଇପିଏଲ୍‌ ‘ନେଟ୍‌ ବୋଲର’ ତାଲିକାରେ ସଙ୍ଗଓ୍ବାନ, ସୁୟଲ

ନୂଆଦିଲ୍ଲୀ, ୨୨ା୮(ପି.ଟି.)-ଠିକ୍‌ ୧୩ବର୍ଷ ପୂର୍ବେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଏବଂ ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ପ୍ରଭାବୀ ସୁଇଂ ବୋଲିଂ କରିଥିବା ପ୍ରଦୀପ ସାଙ୍ଗଓ୍ବାନ ସଂଯୁକ୍ତ...

କରୋନା ଆକ୍ରାନ୍ତ ହେଲେ ମହିଳା କ୍ରିକେଟ୍‌ ଟିମ୍‌ ଟ୍ରେନର

ନୂଆଦିଲ୍ଲୀ, ୨୨।୧୦: ମହିଳା ଟି୨୦ ଚ୍ୟାଲେଞ୍ଜ ଟୁର୍ନାମେଣ୍ଟ ପୂର୍ବରୁ ଗୋଟିଏ ଦଳର ଟ୍ରେନର କରୋନା ଆକ୍ରାନ୍ତ ହୋଇଛି। ତାଙ୍କ ନାମ ସାଲିନୀ। ଏହା ଜଣାପଡ଼ିବା ପରେ...

ଇଞ୍ଜିନିୟରରୁ ପ୍ରସିଦ୍ଧ କ୍ରିକେଟର ହୋଇଥିଲେ ଏହିସବୁ ଭାରତୀୟ ଖେଳାଳି

ବିଶିଷ୍ଟ ଇଞ୍ଜନିୟର ତଥା ଭାରତରତ୍ନ ଏମ. ବିଶ୍ୱେଶ୍ୱରାୟଙ୍କ ଜୟନ୍ତୀ ସେପ୍ଟେମ୍ବର ୧୭କୁ ସମଗ୍ର ଦେଶରେ ଇଞ୍ଜିନିୟର୍ସ ଦିବସ ଭାବେ ପାଳନ କରାଯାଏ। ଏହି ଦିବସରେ କିଛି...

ଏବେ ସ୍ତ୍ରୀଙ୍କ ପାଇଁ ମୋ ମୁଣ୍ଡ ଖାଇବାର ସମୟ ଆସିଛି: କାହିଁକି ଏମିତି କହିଥିଲେ ଧୋନୀ

ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ ସୋସିଆଲ ମିଡିଆରେ କମ ସକ୍ରିୟ ଅଛନ୍ତି। ସେ ମଧ୍ୟ ଲାଇମଲାଇଟଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ନିଜ ସୋସିଆଲ...

ପଡିଆରେ ଧୋନୀଙ୍କ ଭଳି ହେବାକୁ ଚାହୁଁଛନ୍ତି ଏହି ଖେଳାଳି

ଦୁବାଇ,୧୫।୯: ମହେନ୍ଦ୍ର ସିଂ ଧୋନୀଙ୍କ ମ୍ୟାଚ ଜିତିବାର କୌଶଳ ଶିଖିବାକୁ ଚାହୁଁଛନ୍ତି ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର। ଚାପର ସମ୍ମୁଖୀନ ହୋଇଥିଲେ ମଧ୍ୟ ଧୋନୀ ଶାନ୍ତ...

Advertisement
Archives

Model This Week