Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସିର କ୍ରମାଗତ ୪ର୍ଥ ବିଜୟ

ଭୁବନେଶ୍ୱର,୧୬।୧(କ୍ରୀଡ଼ା ପ୍ରତିନିଧି)-  ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଘରୋଇ ଗ୍ରାଉଣ୍ଡରେ କ୍ରମାଗତ ୩ ବିଜୟ ସହ ହ୍ୟାଟ୍ରିକ କରିଥିବା ଓଡ଼ିଶା ଏଫ୍‌ସି ବାହାର ପରିବେଶରେ ମଧ୍ୟ ଦକ୍ଷତା ଦେଖାଇଛି। ବୁଧବାର ହାଇଦ୍ରାବାଦରେ ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ମ୍ୟାଚରେ ଏହି ଦଳ ୨-୧ ଗୋଲରେ ହାଇଦ୍ରାବାଦ ଏଫ୍‌ସିକୁ ପରାସ୍ତ କରିଛି। ପୂର୍ବରୁ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ମୁକାବିଲାରେ ମଧ୍ୟ ଓଡ଼ିଶା ଏଫ୍‌ସି ୩-୨ ଗୋଲରେ ବିଜୟୀ ହୋଇଥିଲା।
ହାଇଦ୍ରାବାଦର ଜିଏମ୍‌ସି ବାଲାଯୋଗୀ ଷ୍ଟାଡିୟମରେ ମ୍ୟାଚ୍‌ ଆରମ୍ଭ ହେବାକ୍ଷଣି ଅର୍ଥାତ୍‌ ୧ମ ମିନିଟ୍‌ରେ ମାର୍ସେଲିନୋ ଏକ ଗୋଲ ଦେଇ ହାଇଦ୍ରାବାଦକୁ ଅଗ୍ରଣୀ କରାଇଥିଲେ। ସାମାନ୍ୟ ଚାପର ବଶବର୍ତ୍ତୀ ହୋଇଥିଲେ ହେଁ ଓଡ଼ିଶା ଏଫ୍‌ସି ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ୧୫ତମ ମିନିଟ୍‌ରେ ଆରିଡାନେ ସାଣ୍ଟାନା ଗୋଲଟି ପରିଶୋଧ କରିବାରୁ ମ୍ୟାଚ୍‌ ସମାନ ସ୍ତରକୁ ଚାଲିଆସିଥିଲା। ଏହାପରେ ଅଗ୍ରଣୀ ନେବା ପାଇଁ ଉଭୟ ଦଳ ଉଦ୍ୟମ କରିବା ମଧ୍ୟରେ ୪୫ତମ ମିନିଟରେ ସାଣ୍ଟାନା ବ୍ୟକ୍ତିଗତ ଭାବେ ଦେଇଥିବା ଦ୍ୱିତୀୟ ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ଦ୍ୱିତୀୟାର୍ଦ୍ଧ ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ ଗୋଲ ହୋଇପାରି ନ ଥିଲା। ଏହି ବିଜୟ ଫଳରେ ଓଡ଼ିଶା ଏଫ୍‌ସି ୧୩ ମ୍ୟାଚ୍‌ରୁ ୨୧ ପଏଣ୍ଟ ପାଇ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ଗୋଆ ୨୪, ବେଙ୍ଗାଲୁରୁ ଏଫ୍‌ସି ୨୨ ଓ ଏଟିକେ ୨୧ ପଏଣ୍ଟ ସହିତ ପ୍ରଥମ ତିନି ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବାଟଲିଂଙ୍କ ଲଢୁଆ ଅର୍ଦ୍ଧଶତକ

ଗାଲେ, ୧୬ା୮ (ଏଏଫ୍‌ପି)- ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ କ୍ରିକେଟରେ ନ୍ୟୁଜିଲାଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ବି.ଜେ. ଓ୍ବାଟଲିଂଙ୍କ ଲଢୁଆ ଅପରାଜିତ ଅର୍ଦ୍ଧଶତକ ହାସଲ କରିଛନ୍ତି। ଫଳରେ...

କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଲେ

ଦୁବାଇ,୮।୧(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାରେ ପୂର୍ବପରି ଶୀର୍ଷ ସ୍ଥାନ ବଜାୟ...

ବର୍ଣ୍ଣବୈଷମ୍ୟ ଆକ୍ଷେପ ଘଟଣା: ନେମାରଙ୍କୁ ପିଏସ୍‌ଜିର ସମର୍ଥନ

ପ୍ୟାରିସ୍‌,୧୬।୯ (ଏପି): ବ୍ରାଜିଲ ଫୁଟବଲ ସୁପରଷ୍ଟାର ତଥା ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ଷ୍ଟ୍ରାଇକର ନେମାର ମାର୍ସେଇଲ୍‌ ବିପକ୍ଷ ହାଇଭୋଲ୍ଡେଜ ମ୍ୟାଚ୍‌ ଅବସରରେ ବର୍ଣ୍ଣବୈଷମ୍ୟ ଆକ୍ଷେପ...

ଗାଲ ଧରିବାକୁ ହେଲେ ସ୍ତ୍ରୀଙ୍କ ଅନୁମତି ଆଣିବାକୁ ପଡିବ, ଯୁବରାଜଙ୍କୁ କାହିଁକି ଏମିତି କହିଲେ ରୋହିତ୍‌ ଶର୍ମା

ଭାରତୀୟ ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ସ୍ତ୍ରୀ ରିତିକା ସଜଦେହଙ୍କ ସହ ଏକ ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି। ଏହା ଦେଖି ତାଙ୍କୁ ଟ୍ରେଲ କରିଛନ୍ତି...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ଓଡ଼ିଶାର ସ୍ବସ୍ତିଙ୍କୁ ରୌପ୍ୟ

ଭୁବନେଶ୍ୱର, ୧୪ା୧ (କ୍ରୀଡ଼ା ପ୍ରତିନିଧି)- ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌୍‌ ଗେମ୍ସରେ ଚମତ୍କାର ପ୍ରଦର୍ଶନ କରି ଦୀନେଶ କୁମାର ସ୍ବର୍ଣ୍ଣ ପଦକ ଜିତିବାର ଗୋଟିଏ...

ନିଆରା ଅନ୍ଦାଜରେ ପ୍ରେମିକାଙ୍କୁ ପ୍ରପୋଜ କରିଥିଲେ ରୋହିତ ଶର୍ମା

ଭାରତୀୟ କ୍ରିକେଟ ଦଳର ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ମୁମ୍ବାଇର ଏହି ବିସ୍ଫୋରକ ବ୍ୟାଟମ୍ୟାନ୍‌ ଅନେକ ରେକର୍ଡ ହାସଲ କରିଚନ୍ତି।...

ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ: ସେମିରେ ସିନ୍ଧୁ

ଟୋକିଓ,୩୧।୭: ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ସୁପରଷ୍ଟାର ତଥା ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ...

ରୋହିତଙ୍କୁ ତାଙ୍କ ପ୍ରିୟ ସଟ ନ ଖେଳିବାକୁ ପରାମର୍ଶ ଦେଲେ ଗାଭାସ୍କର

ବେଙ୍ଗାଲୁରୁ,୧୧।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ଶେଷ ମ୍ୟାଚ ମାର୍ଚ୍ଚ ୧୨ରୁ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ଅଧିନାୟକ...

Advertisement
Archives

Model This Week