Posted inଖେଳ

ଇଣ୍ଡିଆନ୍‌ ସୁପର ଲିଗ୍‌: ଲଞ୍ଚ୍‌ ହେଲା ରାଜ୍ୟର ନିଜ କ୍ଲବ୍‌ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର,୧।୯(ସ୍ପୋଟର୍‌ସ ବ୍ୟୁରୋ)- ହାଇପ୍ରୋଫାଇଲ ଫୁଟବଲ ଲିଗ୍‌ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଥର ନିଜର କ୍ଲବ୍‌ ଖେଳାଇବ। ଫଳରେ ରାଜ୍ୟର ଫୁଟବଲ ପ୍ରଶଂସକଙ୍କ ପାଇଁ ଏହା ଏକ ଖୁସି ଖବର ସାବ୍ୟସ୍ତ ହୋଇଛି। ରାଜ୍ୟର ଏହି ଫୁଟବଲ କ୍ଲବର ନାମ ‘ଓଡ଼ିଶା ଏଫ୍‌ସି’ ରଖାଯାଇଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପସ୍ଥିତିରେ ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ଏବଂ ଦିଲ୍ଲୀ ସକର ପ୍ରାଇଭେଟ ଲିମିଟେଡ ମଧ୍ୟରେ ଶନିବାର ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ନୂଆ ଆଇଏସ୍‌ଏଲ୍‌ କ୍ଲବ୍‌ ‘ଓଡ଼ିଶା ଏଫ୍‌ସି’ ଆନୁଷ୍ଠାନିକ ଭାବେ ଲଞ୍ଚ୍‌ ହୋଇଛି।
ଏହି ନୂଆ କ୍ଲବ ଓଡ଼ିଶାରେ ପର୍ଯ୍ୟବସିତ ହେବ ଓ ଭୁବନେଶ୍ୱରକୁ ଏହି କ୍ଲବ ତା’ର ଘରୋଇ ସହର ରୂପେ ଗ୍ରହଣ କରିବ। ରାଜ୍ୟ ସରକାର ମଧ୍ୟ କ୍ଲବ୍‌କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବେ। ଭୁବନେଶ୍ୱରରେ ଆଇଏସ୍‌ଏଲ୍‌ରେ ଘରୋଇ ମ୍ୟାଚ୍‌ ଆୟୋଜନ ପାଇଁ ସରକାର କ୍ଲବ୍‌କୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇଦେବେ। କେବଳ ସେତିକି ନୁହଁ, ଅଭ୍ୟାସ ପାଇଁ ଓ କ୍ଲବ୍‌ର ସୁପରିଚାଳନାଲାଗି ମଧ୍ୟ ସବୁ ପ୍ରକାର ସୁବିଧାସୁଯୋଗ ଦିଆଯିବ। ରାଜ୍ୟରେ ଫୁଟବଲର ଉନ୍ନତି, ପ୍ରତିଭା ଚିହ୍ନଟ ଓ ବିକାଶ ପାଇଁ ମଧ୍ୟ ସରକାରଙ୍କ ଏହି ପଦକ୍ଷେପ ବେଶ୍‌ ସହାୟ ହେବ।
ଓଡ଼ିଶା ଏଫ୍‌ସି ଓ ଆଇଏସ୍‌ଏଲ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟରେ ଫୁଟବଲର ବିକାଶ ପାଇଁ ଏହି ବୁଝାମଣା ବେଶ୍‌ ସହାୟ ହେବ। ଏହା ଦ୍ୱାରା ରାଜ୍ୟର ଫୁଟବଲ ପ୍ରତିଭା ପ୍ରେରଣା ପାଇବେ ଓ ଅଧିକ ଉତ୍ସର୍ଗୀକୃତ ମନୋଭାବ ସହ ଫୁଟବଲ ଖେଳିବାକୁ ଓ ଫୁଟବଲ୍‌କୁ ନେଇ କ୍ୟାରିୟର କରିବାକୁ ଆଗେଇ ଆସିବେ ବୋଲି ସେ କହିଛନ୍ତି। ସେହିପରି ରାଜ୍ୟ ନିଜର ଏକ ଫୁଟବଲ କ୍ଲବ୍‌ ପାଇଥିବାରୁ ଆମେ ଗର୍ବିତ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଫୁଟବଲର ବିକାଶକୁ ଆମେ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛୁ। ଚଳିତ ସପ୍ତାହ ପ୍ରାରମ୍ଭରେ ଆମେ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ ୨୦୨୦ର କେତୋଟି ମ୍ୟାଚ୍‌ ଭୁବନେଶ୍ୱରରେ ଆୟୋଜନ କରିବାକୁ ଅନୁମତି ପାଇଛୁ। ଭାରତ ୧୬ ଓ ୧୯ ବର୍ଷରୁ କମ୍‌ ଦଳ ପାଇଁ ଭୁବନେଶ୍ୱର ଘରୋଇ ସହରର ମାନ୍ୟତା ପାଇଛି। ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ସହ ଭାଗୀଦାରି କ୍ରମେ ଆମେ ଏହି ଅଧିକାର ହାସଲ କରିଛୁ। ଏହା ଦ୍ୱାରା ରାଜ୍ୟରେ ଫୁଟବଲ ପ୍ରତିଭାର ବିକାଶ ସମ୍ଭବ ହେବ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି।
ରାଜ୍ୟ ଫୁଟବଲ୍‌ରେ ଏକ ନୂଆ ଯୁଗ ଆରମ୍ଭ: ଅନିଲ
ନୂଆ କ୍ଲବ୍‌ ଓଡ଼ିଶା ଏଫ୍‌ସି ମାଲିକ ଅନିଲ ଶର୍ମା ଏହି ବୁଝାମଣା ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଫୁଟବଲ ଓ ଅନ୍ୟ କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶା ଏଫ୍‌ସି ବେଶ୍‌ ସହାୟ ହେବ। କୀଡ଼ା ପ୍ରତି ଅଙ୍ଗୀକାରବଦ୍ଧତାକୁ ଓଡ଼ିଶା ପୁଣି ଥରେ ପ୍ରମାଣ କରିଛି। ରାଜ୍ୟ ନିଜର ଏକ ଫୁଟବଲ କ୍ଲବ ହାସଲ କରିଥିବାରୁ ଆମେ ଗର୍ବିତ। ଦେଶର ଶ୍ରେଷ୍ଠ ଫୁଟବଲ ଲିଗ୍‌ ଆଇଏସ୍‌ଏଲ୍‌ରେ ଓଡ଼ିଶା ଏଫ୍‌ସି ସାମିଲ୍‌ ହୋଇ ରାଜ୍ୟ ଫୁଟବଲ ଇତିହାସରେ ଏକ ନୂଆ ଯୁଗ ଆରମ୍ଭ କରିବ। ଅକୁଣ୍ଠିତ ସାହାଯ୍ୟ ସମର୍ଥନ ପାଇଁ ଆମେ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଉଛୁ। କେବଳ ଓଡ଼ିଶା ନୁହଁ , ସାରା ଦେଶରେ ଫୁଟବଲର ଉନ୍ନତି ପାଇଁ ଆମେ କାର୍ଯ୍ୟ କରିବୁ। ଭାରତକୁ ଏକ ବିଶ୍ୱସ୍ତରୀୟ ଫୁଟବଲ ସୁପରପାଓ୍ବାର କରାଇବାରେ ଓଡ଼ିଶା ଏଫ୍‌ସି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ବୋଲି ଅନିଲ କହିଛନ୍ତି।
ଉଲ୍ଲେଖଥାଉ କି, ଓଡ଼ିଶା ପୂର୍ବରୁ ଏଆଇଏଫ୍‌ଏଫ୍‌ ଓ ଅନ୍ୟ ଫୁଟବଲ କ୍ଲବ୍‌ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ରହିଆସିଛି। ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଆଇଏସ୍‌ଏଲ୍‌ ପାଇଁ ଜାମ୍‌ସେଦପୁର ଏଫ୍‌ସିର ଏକ ଘରୋଇ ମ୍ୟାଚ୍‌ ମଧ୍ୟ ଆୟୋଜନ ହୋଇଛି। ସେହିପରି ଆଇ- ଲିଗ୍‌ ପାଇଁ ଇଣ୍ଡିଆନ ଆରୋଜ୍‌ର କେତୋଟି ଘରୋଇ ମ୍ୟାଚ୍‌ ମଧ୍ୟ ସଫଳତାର ସହ ଏଠାରେ ଆୟୋଜନ ହୋଇଛି। ହିରୋ ସୁପର କପ୍‌ର ଦୁଇଟି ସଂସ୍କରଣ, ଭାରତର ପ୍ରଥମ ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ସିନିୟର ଫୁଟବଲ ଟୁର୍ନାମେଣ୍ଟ ‘ହିରୋ ଗୋଲ୍ଡ କପ୍‌’ ମଧ୍ୟ ଏଠାରେ ସଫଳତାର ସହ ଆୟୋଜନ ହୋଇଛି। ଏହା ବ୍ୟତୀତ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସରେ ପୁରୁଷ ହକି ବିଶ୍ୱକପ୍‌ ସହ ବିଭିନ୍ନ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ, ଏସିଆନ୍‌ ଆଥଲେଟିକ ଚାମ୍ପିୟନଶିପ୍‌ ଏବଂ ଅନ୍ୟାନ୍ୟ ବିଶ୍ୱସ୍ତରୀୟ ଆଥଲେଟିକ ଇଭେଣ୍ଟ ମଧ୍ୟ ଏଠାରେ ସଫଳତାର ସହ ଆୟୋଜନ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri