Posted inଖେଳ

ଇଣ୍ଡିଆନ୍‌ ସୁପର ଲିଗ୍‌: ଲଞ୍ଚ୍‌ ହେଲା ରାଜ୍ୟର ନିଜ କ୍ଲବ୍‌ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର,୧।୯(ସ୍ପୋଟର୍‌ସ ବ୍ୟୁରୋ)- ହାଇପ୍ରୋଫାଇଲ ଫୁଟବଲ ଲିଗ୍‌ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଥର ନିଜର କ୍ଲବ୍‌ ଖେଳାଇବ। ଫଳରେ ରାଜ୍ୟର ଫୁଟବଲ ପ୍ରଶଂସକଙ୍କ ପାଇଁ ଏହା ଏକ ଖୁସି ଖବର ସାବ୍ୟସ୍ତ ହୋଇଛି। ରାଜ୍ୟର ଏହି ଫୁଟବଲ କ୍ଲବର ନାମ ‘ଓଡ଼ିଶା ଏଫ୍‌ସି’ ରଖାଯାଇଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପସ୍ଥିତିରେ ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ଏବଂ ଦିଲ୍ଲୀ ସକର ପ୍ରାଇଭେଟ ଲିମିଟେଡ ମଧ୍ୟରେ ଶନିବାର ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ନୂଆ ଆଇଏସ୍‌ଏଲ୍‌ କ୍ଲବ୍‌ ‘ଓଡ଼ିଶା ଏଫ୍‌ସି’ ଆନୁଷ୍ଠାନିକ ଭାବେ ଲଞ୍ଚ୍‌ ହୋଇଛି।
ଏହି ନୂଆ କ୍ଲବ ଓଡ଼ିଶାରେ ପର୍ଯ୍ୟବସିତ ହେବ ଓ ଭୁବନେଶ୍ୱରକୁ ଏହି କ୍ଲବ ତା’ର ଘରୋଇ ସହର ରୂପେ ଗ୍ରହଣ କରିବ। ରାଜ୍ୟ ସରକାର ମଧ୍ୟ କ୍ଲବ୍‌କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବେ। ଭୁବନେଶ୍ୱରରେ ଆଇଏସ୍‌ଏଲ୍‌ରେ ଘରୋଇ ମ୍ୟାଚ୍‌ ଆୟୋଜନ ପାଇଁ ସରକାର କ୍ଲବ୍‌କୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇଦେବେ। କେବଳ ସେତିକି ନୁହଁ, ଅଭ୍ୟାସ ପାଇଁ ଓ କ୍ଲବ୍‌ର ସୁପରିଚାଳନାଲାଗି ମଧ୍ୟ ସବୁ ପ୍ରକାର ସୁବିଧାସୁଯୋଗ ଦିଆଯିବ। ରାଜ୍ୟରେ ଫୁଟବଲର ଉନ୍ନତି, ପ୍ରତିଭା ଚିହ୍ନଟ ଓ ବିକାଶ ପାଇଁ ମଧ୍ୟ ସରକାରଙ୍କ ଏହି ପଦକ୍ଷେପ ବେଶ୍‌ ସହାୟ ହେବ।
ଓଡ଼ିଶା ଏଫ୍‌ସି ଓ ଆଇଏସ୍‌ଏଲ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟରେ ଫୁଟବଲର ବିକାଶ ପାଇଁ ଏହି ବୁଝାମଣା ବେଶ୍‌ ସହାୟ ହେବ। ଏହା ଦ୍ୱାରା ରାଜ୍ୟର ଫୁଟବଲ ପ୍ରତିଭା ପ୍ରେରଣା ପାଇବେ ଓ ଅଧିକ ଉତ୍ସର୍ଗୀକୃତ ମନୋଭାବ ସହ ଫୁଟବଲ ଖେଳିବାକୁ ଓ ଫୁଟବଲ୍‌କୁ ନେଇ କ୍ୟାରିୟର କରିବାକୁ ଆଗେଇ ଆସିବେ ବୋଲି ସେ କହିଛନ୍ତି। ସେହିପରି ରାଜ୍ୟ ନିଜର ଏକ ଫୁଟବଲ କ୍ଲବ୍‌ ପାଇଥିବାରୁ ଆମେ ଗର୍ବିତ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଫୁଟବଲର ବିକାଶକୁ ଆମେ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛୁ। ଚଳିତ ସପ୍ତାହ ପ୍ରାରମ୍ଭରେ ଆମେ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ ୨୦୨୦ର କେତୋଟି ମ୍ୟାଚ୍‌ ଭୁବନେଶ୍ୱରରେ ଆୟୋଜନ କରିବାକୁ ଅନୁମତି ପାଇଛୁ। ଭାରତ ୧୬ ଓ ୧୯ ବର୍ଷରୁ କମ୍‌ ଦଳ ପାଇଁ ଭୁବନେଶ୍ୱର ଘରୋଇ ସହରର ମାନ୍ୟତା ପାଇଛି। ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ସହ ଭାଗୀଦାରି କ୍ରମେ ଆମେ ଏହି ଅଧିକାର ହାସଲ କରିଛୁ। ଏହା ଦ୍ୱାରା ରାଜ୍ୟରେ ଫୁଟବଲ ପ୍ରତିଭାର ବିକାଶ ସମ୍ଭବ ହେବ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି।
ରାଜ୍ୟ ଫୁଟବଲ୍‌ରେ ଏକ ନୂଆ ଯୁଗ ଆରମ୍ଭ: ଅନିଲ
ନୂଆ କ୍ଲବ୍‌ ଓଡ଼ିଶା ଏଫ୍‌ସି ମାଲିକ ଅନିଲ ଶର୍ମା ଏହି ବୁଝାମଣା ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଫୁଟବଲ ଓ ଅନ୍ୟ କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶା ଏଫ୍‌ସି ବେଶ୍‌ ସହାୟ ହେବ। କୀଡ଼ା ପ୍ରତି ଅଙ୍ଗୀକାରବଦ୍ଧତାକୁ ଓଡ଼ିଶା ପୁଣି ଥରେ ପ୍ରମାଣ କରିଛି। ରାଜ୍ୟ ନିଜର ଏକ ଫୁଟବଲ କ୍ଲବ ହାସଲ କରିଥିବାରୁ ଆମେ ଗର୍ବିତ। ଦେଶର ଶ୍ରେଷ୍ଠ ଫୁଟବଲ ଲିଗ୍‌ ଆଇଏସ୍‌ଏଲ୍‌ରେ ଓଡ଼ିଶା ଏଫ୍‌ସି ସାମିଲ୍‌ ହୋଇ ରାଜ୍ୟ ଫୁଟବଲ ଇତିହାସରେ ଏକ ନୂଆ ଯୁଗ ଆରମ୍ଭ କରିବ। ଅକୁଣ୍ଠିତ ସାହାଯ୍ୟ ସମର୍ଥନ ପାଇଁ ଆମେ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଉଛୁ। କେବଳ ଓଡ଼ିଶା ନୁହଁ , ସାରା ଦେଶରେ ଫୁଟବଲର ଉନ୍ନତି ପାଇଁ ଆମେ କାର୍ଯ୍ୟ କରିବୁ। ଭାରତକୁ ଏକ ବିଶ୍ୱସ୍ତରୀୟ ଫୁଟବଲ ସୁପରପାଓ୍ବାର କରାଇବାରେ ଓଡ଼ିଶା ଏଫ୍‌ସି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ବୋଲି ଅନିଲ କହିଛନ୍ତି।
ଉଲ୍ଲେଖଥାଉ କି, ଓଡ଼ିଶା ପୂର୍ବରୁ ଏଆଇଏଫ୍‌ଏଫ୍‌ ଓ ଅନ୍ୟ ଫୁଟବଲ କ୍ଲବ୍‌ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ରହିଆସିଛି। ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଆଇଏସ୍‌ଏଲ୍‌ ପାଇଁ ଜାମ୍‌ସେଦପୁର ଏଫ୍‌ସିର ଏକ ଘରୋଇ ମ୍ୟାଚ୍‌ ମଧ୍ୟ ଆୟୋଜନ ହୋଇଛି। ସେହିପରି ଆଇ- ଲିଗ୍‌ ପାଇଁ ଇଣ୍ଡିଆନ ଆରୋଜ୍‌ର କେତୋଟି ଘରୋଇ ମ୍ୟାଚ୍‌ ମଧ୍ୟ ସଫଳତାର ସହ ଏଠାରେ ଆୟୋଜନ ହୋଇଛି। ହିରୋ ସୁପର କପ୍‌ର ଦୁଇଟି ସଂସ୍କରଣ, ଭାରତର ପ୍ରଥମ ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ସିନିୟର ଫୁଟବଲ ଟୁର୍ନାମେଣ୍ଟ ‘ହିରୋ ଗୋଲ୍ଡ କପ୍‌’ ମଧ୍ୟ ଏଠାରେ ସଫଳତାର ସହ ଆୟୋଜନ ହୋଇଛି। ଏହା ବ୍ୟତୀତ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସରେ ପୁରୁଷ ହକି ବିଶ୍ୱକପ୍‌ ସହ ବିଭିନ୍ନ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ, ଏସିଆନ୍‌ ଆଥଲେଟିକ ଚାମ୍ପିୟନଶିପ୍‌ ଏବଂ ଅନ୍ୟାନ୍ୟ ବିଶ୍ୱସ୍ତରୀୟ ଆଥଲେଟିକ ଇଭେଣ୍ଟ ମଧ୍ୟ ଏଠାରେ ସଫଳତାର ସହ ଆୟୋଜନ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri