Posted inଖେଳ

ଇଣ୍ଡିଆନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ: ଚାଇନା ଖେଳାଳିଙ୍କ ସ୍ବାସ୍ଥ୍ୟ ରିପୋର୍ଟ ମାଗିଲେ ସରକାର

ନୂଆଦିଲ୍ଲୀ,୨୯ା୨(ପି.ଟି.): ଆସନ୍ତା ମାସରେ ଇଣ୍ଡିଆନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ରାଜଧାନୀ ନୂଆଦିଲ୍ଲୀରେ ଖେଳାଯିବ। ଏଥିରେ ଭାଗ ନେବାକୁ ଥିବା ଚାଇନା ଖେଳାଳିଙ୍କ ସ୍ବାସ୍ଥ୍ୟାବସ୍ଥାର ସ୍ପଷ୍ଟ ଚିତ୍ର ଜଣାଇବା ଲାଗି ଆୟୋଜକ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବାଇ)କୁ କହିଛନ୍ତି। ଟୋକିଓ ଅଲିମ୍ପିକ୍ସ କ୍ୱାଲିଫିକେଶନ ପାଇଁ ଏହି ସୁପର ୫୦୦ ଟୁର୍ନାମେଣ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ। ଟୁର୍ନାମେଣ୍ଟରେ ଖେଳିବା ଲାଗି ଭାରତ ଆସିବା ପୂର୍ବରୁ ଚାଇନା ଖେଳାଳିଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଟିକିନିଖି ବିବରଣୀ ଜାଣିବାକୁ ଚାହିଁଛି କେନ୍ଦ୍ର ବହିର୍ବ୍ୟାପାର ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ପକ୍ଷରୁ ବାଇକୁ କେତେକ ପ୍ରଶ୍ନର ଉତ୍ତର ଦେବା ଲାଗି କୁହାଯାଇଛି। ଯଥା ଚାଇନା ଖେଳାଳି/ଅଫିସିଆଲ ସେମାନଙ୍କ ଦେଶର କେଉଁ ଅଞ୍ଚଳରୁ ଆସିଛନ୍ତି। କେତେଜଣ ଖେଳାଳି/ଅଫିସିଆଲଙ୍କ ମେଡିକାଲ ଚେକ୍‌ଅପ୍‌ ହୋଇଛି ଏବଂ ସେମାନଙ୍କୁ ମେଡିକାଲ ସାର୍ଟିଫିକେଟ ଇସ୍ୟୁ ହୋଇଛି କି ନା ? ଅନ୍ୟ ଦେଶଗୁଡ଼ିକରୁ କେତେଜଣ ଖେଳାଳି/ଅଫିସିଆଲ ଆସୁଛନ୍ତି ଇତ୍ୟାଦି…। ଏହି ପ୍ରଶ୍ନାବଳୀକୁ ଚାଇନିଜ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ନିକଟକୁ ପଠାଇ ଦିଆଯାଇଛିି ଏବଂ ଆମେ ଉତ୍ତର ଅପେକ୍ଷାରେ ରହିଛୁ ବୋଲି ବାଇ ସମ୍ପାଦକ ଅଜୟ ସିଂଘାଣିଆ ପ୍ରକାଶ କରିଛନ୍ତି। ଉତ୍ତର ଆସିବା ପରେ ଆମେ ଏହାକୁ ମନ୍ତ୍ରଣାଳୟ ନିକଟକୁ ପଠାଇଦେବା ସହ ଭିଜା ପ୍ରକ୍ରିୟା ଆରମ୍ଭ କରିଦେବୁ ବୋଲି ସେ କହିଛନ୍ତି। ସ୍ଥାନୀୟ ଇନ୍ଦିରାଗାନ୍ଧୀ ଓପନ ଷ୍ଟାଡିୟମରେ ମାର୍ଚ୍ଚ ୨୪ରୁ ୨୯ ଇଣ୍ଡିଆନ ଓପନ ବ୍ୟାଡ୍‌ମିଣ୍ଟନ ଖେଳାଯିବ। ଏଥିରେ ବିଶ୍ୱର ନମ୍ବର ଓ୍ବାନ ଚେନ୍‌ ୟୁଫେଇ, ବିଶ୍ୱର ୮ ନମ୍ବର ହି ବିଙ୍ଗ୍‌ ଜାଓ ଏବଂ ପୂର୍ବତନ ଅଲ ଇଂଲଣ୍ଡ ଚାମ୍ପିୟନ ଶି ୟୁ କ୍ୱିଙ୍କ ସମେତ ବହୁ ଚାଇନିଜ ଖେଳାଳି ଭାଗନେବେ ବୋଲି ଆଶା କରାଯାଉଛି। ପ୍ରତିଯୋଗିତାରେ ଚାଇନାର ଅଂଶଗ୍ରହଣକୁ ନେଇ ବାଇ କିନ୍ତୁ ଆଶାବାଦୀ। କାରଣ ଚାଇନିଜ ବ୍ୟାଡ୍‌ମିଣ୍ଟନ ଖେଳାଳିମାନେ ଚଳିତ ମାସ ପ୍ରାରମ୍ଭରେ ୟୁରୋପରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଫେରିଛନ୍ତି। ଚାଇନାର ଉହାନ ସହର ମାରାତ୍ମକ କରୋନା ଭାଇରସର ଉତ୍ପତ୍ତି ସ୍ଥଳ ହୋଇଥିବାବେଳେ ଏହି ମାରାତ୍ମକ ଭାଇରସ୍‌ରେ ପ୍ରାୟ ୩୦୦୦ ଲୋକ ପ୍ରାଣ ହରାଇ ସାରିଥିବାବେଳେ ବିଶ୍ୱବ୍ୟାପୀ ପାଖାପାଖି ୮୦,୦୦୦ ଲୋକ ସଂକ୍ରମିତ ହୋଇଛନ୍ତି। ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ ବିପତ୍ତି ପାଇଁ ଚାଇନା ଓ ହଂକଂ ଯାତ୍ରାରେ ଭାରତ କଟକଣା ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri