ଇଟାଲି ଫେରନ୍ତାଙ୍କ ରିପୋର୍ଟ ନେଗେଟିଭ୍‌

କଟକ ଅଫିସ,୧୬।୩: କରୋନା ସନ୍ଦେହରେ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିବା ଯୁବକଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ତାଙ୍କ ଘର କଟକରେ ହୋଇଥିବା ବେଳେ ସେ ଇଟାଲିରେ ଇଞ୍ଜିନିୟର୍‌ ଭାବେ କାମ କରୁଥିଲେ। ଗତ ୨ତାରିଖରେ ସେ ଘରକୁ ଫେରିଥିଲେ। ପରେ ତାଙ୍କୁ ଥଣ୍ଡା, କଫ, କାଶ ହେବାରୁ ଏସ୍‌ସିବି ମେଡିକାଲର ସ୍ବତନ୍ତ୍ର ଆଇସୋଲେଶନ୍‌ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ବାବ୍‌ ଏବଂ ରକ୍ତ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱରର ଆର୍‌ଏମ୍‌ଆର୍‌ସିକୁ ପଠାଯାଇଥିଲା। ରବିବାର ରିପୋର୍ଟ ଆସିବା ପରେ ଏହା ନେଗେଟିଭ୍‌ ବୋଲି ଜଣାପଡିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଯୋଗୁ ତାଙ୍କୁ ଖୁବ୍‌ଶୀଘ୍ର ଡିସ୍‌ଚାର୍ଜ କରାଯିବ। ପୂର୍ବରୁ ଥିବା ଆଉ ଜଣେ ସନ୍ଦିଗ୍ଧଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍‌ ରହିଥିବାବେଳେ ତାଙ୍କୁ ଏପର୍ଯ୍ୟନ୍ତ ଡିସ୍‌ଚାର୍ଜ କରାଯାଇନି। ବର୍ତ୍ତମାନ ସୁଦ୍ଧା ମୋଟ୍‌ ୯ଜଣ ସନ୍ଦିଗ୍ଧ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ସମସ୍ତଙ୍କ ନମୁନା ନେଗେଟିଭ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର, ଅଶ୍ଳୀଳ ଫଟୋ ଭାଇରାଲ

ଗୋପାଳପୁର,୭ା୯-ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଏବେ ମଧ୍ୟ ବାଲ୍ୟବିବାହ ଚାଲିଛି। ଗୋଳନ୍ଥରା ଥାନା ଅଞ୍ଚଳର ଜଣେ ନାବାଳିକା ବିବାହ ପରେ ଗଁ।କୁ ଆସିଥିବାବେଳେ ତାଙ୍କୁ ବଳାତ୍କାର...

ଜିଲା ପ୍ରଶାସନ ପକ୍ଷରୁ ଗାନ୍ଧୀ ଜୟନ୍ତୀ: ସ୍ବାଧୀନତା ସଂଗ୍ରାମୀ ପୁରସ୍କୃତ

ଭଦ୍ରକ ଅଫିସ,୨।୧୦: ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି। ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବାଧୀନତା ସଂଗ୍ରାମୀଙ୍କୁ...

ଜଙ୍ଗଲରେ ନିଆଁ ଲଗାଇ ଶିକାର ବେଳେ ୩ ଗିରଫ

ତେଲକୋଇ,୫।୩: କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଅଧୀନ ବିମଳା ଫରେଷ୍ଟ ବିଟ୍‌ ଝାରବେଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବା ବେଳେ ବନ ବିଭାଗ...

ଜୀବନ ସହ ସଂଘର୍ଷ କରୁଛନ୍ତି ଯଦୁମଣି

ବାଣପୁର,୧୩ା୬(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଆୟତପୁର ପଞ୍ଚାୟତର ପାତ୍ରପୁର ଗ୍ରାମର ଯଦୁମଣି ନାୟକ(୪୫)। ସ୍ତ୍ରୀ ସୁକୁମାରୀ, ଗୋଟିଏ ଝିଅ ଓ ପୁଅ ଏବଂ ବିଧବା...

ପୁଣି ଜଳେଶ୍ବରରେ ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ

ଜଳେଶ୍ୱର, ୧୧।୧୨(ଡି.ଏନ.ଏ.): ଜଳେଶ୍ବର ଥାନା ଅନ୍ତର୍ଗତ ଶାସନବାଡ ଗ୍ରାମରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, ବାଲେଶ୍ବର ପୋଲିସ ଓ ଜଳେଶ୍ବର ଅବକାରୀ ବିଭାଗର ମିଳିତ...

ଲିଙ୍ଗରାଜ ମନ୍ଦିର ବାହାର ଫଟୋ ମନୋମୁଗ୍ଧକର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩ା୧୦ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲିଙ୍ଗରାଜ ମନ୍ଦିର ବାହାରୁ ଉତ୍ତୋଳିତ ହୋଇଥିବା ଏକ ଫଟୋକୁ ପୋଷ୍ଟ କରି ଏହା ଅତ୍ୟନ୍ତ ମନମୁଗ୍ଧକର...

ଜେଲ ଗଲେ ବିଜେପୁର ବିଡିଓ

ସୋନପୁର/ବିଜେପୁର,୨୯।୮(ନି.ପ୍ର./ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ପଦ୍ମନାଭ ସାମନ୍ତରାୟଙ୍କୁ ଭିଜିଲାନ୍ସ ବିଭାଗ ରବିବାର ଗିରଫ କରିଛି। ସନ୍ଧ୍ୟାରେ ତାଙ୍କୁ ବଲାଙ୍ଗୀରର ସ୍ବତନ୍ତ୍ର ଭିଜିଲାନ୍ସ...

ନୀଳାମ୍ବରପଲ୍ଲୀରେ ବିକାଶ ଅପହଞ୍ଚ

ପାତ୍ରପୁର ୧୮ା୧୧(ଡି.ଏନ୍‌.ଏ.)-ବ୍ରିଟିଶ ଅମଳର ଗାଁ, ହେଲେ ବିକାଶ ଅପହଞ୍ଚ। ଏଭଳି ଏକ ଗାଁ ରହିଛି ପାତ୍ରପୁର ବ୍ଲକ ଆମ୍ବପୁର ପଞ୍ଚାୟତରେ। ଜରଡ଼ା ରାଜାଙ୍କ ବଂଶଧରମାନେ ଦେଶ...

Advertisement
Archives

Model This Week