Posted inଖେଳ

ଇଞ୍ଜିନିୟର ହେବାକୁ ଥିଲା ଇଚ୍ଛା ହେଲେ ବାପା କହିଲେ କ୍ରିକେଟ ଖେଳ, ଏମିତି ଟିମ୍‌ ଇଣ୍ଡିଆକୁ ମିଳିଲା ଷ୍ଟାର ବୋଲର

ନୂଆଦିଲ୍ଲୀ,୭।୧୦: ସ୍କୁଲ ଶେଷ ହେବା ପରେ ମେକାନିକାଲ ଇଞ୍ଜିନିୟରିଂ କରିବା ପାଇଁ କଲେଜରେ ଆଡ୍‌ମିଶନ ନେଇଥିଲେ। କିନ୍ତୁ କ୍ରିକେଟରେ ତାଙ୍କ ମନ ଖୁବ୍‌ ଲାଗୁଥିଲା। ଏହା ଜାଣିପାରି ଫଟୋଗ୍ରାଫର ଭାବେ କାର୍ଯ୍ୟ କରୁଥିବା ବାପା କହିଥିଲେ, କ୍ରିକେଟ ଖେଳ। ଦେଶକୁ ବହୁତ ଇଞ୍ଜିନିୟର ମିଳିଯିବେ। ତୁମ କ୍ରିକେଟର ହୁଅ। ବାପାଙ୍କ ଏହି କଥା ଜାହିର ଖାନଙ୍କୁ ଦେଶର ଅନ୍ୟତମ ସଫଳ ଦ୍ରୁତ ବୋଲର ହେବାରେ ସାହାଯ୍ୟ କରିଥିଲା। ୧୯୭୮ ମସିହା ଅକ୍ଟୋବର ମାସ ଆଜିର ଦିନରେ ଜାହିର ମହାରାଷ୍ଟ୍ରର ଅହମଦନଗର ଜିଲାର ଶ୍ରୀରାମପୁର ଗ୍ରାମରେ ଜନ୍ମ ହୋଇଥିଲେ ଜାହିର। ସେ ୧୭ ବର୍ଷ ବୟସରେ ହିଁ ମୁମ୍ବାଇ ଚାଲିଆସିଥିଲେ। ପରେ ୧୯ ବର୍ଷରୁ କମ୍‌ ଭାରତୀୟ ଦଳରେ ତାଙ୍କର ଚୟନ ହୋଇଥିଲା। ଏହାପରେ ସେ ଗୋଟିଏ ପରେ ଗୋଟିଏ ସଫଳତାର ପାହଚ ଉଠି ୨୦୦୦ରେ କେନିଆ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଜାହିର ମୋଟ ଉପରେ ୯୨ ଟେଷ୍ଟ ଓ ୨୦୦ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ଏଥିରେ ସେ ଯଥାକ୍ରମେ ୩୧୧ ଓ ୨୮୨ ଉଇକେଟ ନେଇଥିଲେ। ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଦଳର ସେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ସେ ବିଶ୍ୱକପ୍‌ରେ ସର୍ବାଧିକ ଉଇକେଟ ନେଇଥିଲେ। ଏହି ଚାମ୍ପିୟନ ପେସରଙ୍କୁ ଜନ୍ମଦିନ ଅବସରରେ ପୂର୍ବତନ ଖେଳାଳିମାନେ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ଗେଟ୍‌ରେ ତାଲା, ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଛାତ୍ରୀଛାତ୍ର: ଅଧ୍ୟକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ

ମୋହନା, ୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ୍‌ରେ ଥିବା ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣାକୁ ନେଇ…

SIRକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ଭାଜପାର ବଡ଼ ବିଜୟ, ବିରୋଧୀଙ୍କୁ ଲାଗିଲା ଝଟ୍‌କା

ଗାନ୍ଧୀନଗର,୧୩।୧୦: ଗୁଜରାଟରେ ସ୍ଥାନୀୟ ନିକାୟ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ, ଓଖା ଓ ଥାରାରେ ଭାଜପା ଚମତ୍କାର ବିଜୟ ହାସଲ…

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେଡିର କାର୍ଯ୍ୟାନୁଷ୍ଠାନ: ୩ ଜଣ ନିଲମ୍ବିତ

ଭୁବନେଶ୍ୱର,୧୩।୧୦: ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦଳ…

ନାମ ଫଳକରେ ନ ଥିଲା ନାଁ, ମୁହାଁମୁହିଁ ହେଲେ ମେୟର-ବିଡିଏ ଭିସି

ଭୁବନେଶ୍ବର,୧୩।୧୦: ନାମ ଫଳକରେ ନାଁ ନ ଥିବା ନେଇ ମେୟର ସୁଲୋଚନା ଦାସ ଏବଂ ବିଡିଏ ଭିସି ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି। ଘାଟିକିଆ ବଜରଙ୍ଗୀ ଖେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?