Posted inଖେଳ

ଇଞ୍ଜିନିୟର ହେବାକୁ ଥିଲା ଇଚ୍ଛା ହେଲେ ବାପା କହିଲେ କ୍ରିକେଟ ଖେଳ, ଏମିତି ଟିମ୍‌ ଇଣ୍ଡିଆକୁ ମିଳିଲା ଷ୍ଟାର ବୋଲର

ନୂଆଦିଲ୍ଲୀ,୭।୧୦: ସ୍କୁଲ ଶେଷ ହେବା ପରେ ମେକାନିକାଲ ଇଞ୍ଜିନିୟରିଂ କରିବା ପାଇଁ କଲେଜରେ ଆଡ୍‌ମିଶନ ନେଇଥିଲେ। କିନ୍ତୁ କ୍ରିକେଟରେ ତାଙ୍କ ମନ ଖୁବ୍‌ ଲାଗୁଥିଲା। ଏହା ଜାଣିପାରି ଫଟୋଗ୍ରାଫର ଭାବେ କାର୍ଯ୍ୟ କରୁଥିବା ବାପା କହିଥିଲେ, କ୍ରିକେଟ ଖେଳ। ଦେଶକୁ ବହୁତ ଇଞ୍ଜିନିୟର ମିଳିଯିବେ। ତୁମ କ୍ରିକେଟର ହୁଅ। ବାପାଙ୍କ ଏହି କଥା ଜାହିର ଖାନଙ୍କୁ ଦେଶର ଅନ୍ୟତମ ସଫଳ ଦ୍ରୁତ ବୋଲର ହେବାରେ ସାହାଯ୍ୟ କରିଥିଲା। ୧୯୭୮ ମସିହା ଅକ୍ଟୋବର ମାସ ଆଜିର ଦିନରେ ଜାହିର ମହାରାଷ୍ଟ୍ରର ଅହମଦନଗର ଜିଲାର ଶ୍ରୀରାମପୁର ଗ୍ରାମରେ ଜନ୍ମ ହୋଇଥିଲେ ଜାହିର। ସେ ୧୭ ବର୍ଷ ବୟସରେ ହିଁ ମୁମ୍ବାଇ ଚାଲିଆସିଥିଲେ। ପରେ ୧୯ ବର୍ଷରୁ କମ୍‌ ଭାରତୀୟ ଦଳରେ ତାଙ୍କର ଚୟନ ହୋଇଥିଲା। ଏହାପରେ ସେ ଗୋଟିଏ ପରେ ଗୋଟିଏ ସଫଳତାର ପାହଚ ଉଠି ୨୦୦୦ରେ କେନିଆ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଜାହିର ମୋଟ ଉପରେ ୯୨ ଟେଷ୍ଟ ଓ ୨୦୦ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ଏଥିରେ ସେ ଯଥାକ୍ରମେ ୩୧୧ ଓ ୨୮୨ ଉଇକେଟ ନେଇଥିଲେ। ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଦଳର ସେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ସେ ବିଶ୍ୱକପ୍‌ରେ ସର୍ବାଧିକ ଉଇକେଟ ନେଇଥିଲେ। ଏହି ଚାମ୍ପିୟନ ପେସରଙ୍କୁ ଜନ୍ମଦିନ ଅବସରରେ ପୂର୍ବତନ ଖେଳାଳିମାନେ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଜିତି ଦଳରୁ ବାଦ୍‌ ପଡ଼ିଥିବା ୪ ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୧୬।୭- ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରି ଦଳରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସବୁ ଖେଳାଳିଙ୍କ ସ୍ବପ୍ନ ଥାଏ। ଏଥିଲାଗି ଖେଳାଳିମାନେ କଠିନ...

ପାକିସ୍ତାନ ସିରିଜ ବିଜୟୀ

ରାଓ୍ବଲପିଣ୍ଡି: ଅନ୍ତର୍ଜାତୀୟ ଦିନିକିଆରେ ଇଫ୍‌ତିଖର ଅହମ୍ମଦଙ୍କ ପ୍ରଥମ ୫ଉଇକେଟ ସଫଳତା ଏବଂ ବାବର ଆଜାମଙ୍କ ଆକର୍ଷଣୀୟ ଅପରାଜିତ ୭୭ରନ ସହାୟତାରେ ପାକିସ୍ତାନ ଏଠାରେ ରବିବାର ଅନୁଷ୍ଠିତ...

ପ୍ରି-ସିଜନ ଆରମ୍ଭ କରିବ ଅଷ୍ଟ୍ରେଲିଆ

ସିଡ୍‌ନୀ, ୮।୫-ଚଳିତ ମାସ ଶେଷ ଭାଗରେ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏହାର ପ୍ରି-ସିଜନ ଆରମ୍ଭ କରିବ। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଖେଳାଳିଙ୍କ ସୁରକ୍ଷା ସ୍ଥିତିକୁ...

ସିଏସ୍‌କେ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ଦୁବାଇ, ୪।୧୦: ଚଳିତ ଆଇପିଏଲ୍‌ର ଅଷ୍ଟାଦଶ ତଥା ରବିବାର ଅନୁଷ୍ଠିତ ୨ୟ ମୁକାବିଲାରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ପରସ୍ପର...

ମୋ ଉପରେ ଅଯଥା ଟଙ୍କା ଖର୍ଚ୍ଚ କର ନାହିଁ: କାହିଁକି ଏମିତି କହିଲେ ଧୋନୀ

ନୂଆଦିଲ୍ଲୀ,୨।୧୧: ଆଇପିଏଲ ୨୦୨୨ ପୂର୍ବରୁ ମେଗା ନିଲାମ ଅନୁଷ୍ଠିତ ହେବ। କିଛି ମନୋନୀତ ଖେଳାଳିଙ୍କ ବ୍ୟତୀତ ସମସ୍ତଙ୍କୁ ନିଲାମରେ ସାମିଲ ହେବାକୁ ପଡିବ। ଏହି ସମୟରେ,...

ଏହି କ୍ରିକେଟର୍‌ଙ୍କ ଝିଅକୁ ବୋହୂ କରିବାକୁ ଚାହୁଁଛନ୍ତି ବ୍ରାଭୋ, ମିଳିଲା ଏମିତି ଉତ୍ତର

ଦୁବାଇ,୬।୧୦: ମହାନ ଖେଳାଳି ଡ୍ବେନ ବ୍ରାଭୋ ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡଙ୍କ ମଧ୍ୟରେ ବାର୍ତ୍ତାଳାପ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉଭୟଙ୍କ...

କଳିଙ୍ଗରେ ହେବ ମହିଳା ଏସିଆନ କପ୍‌

କୁଆଲାଲମ୍ପୁର,୨୭।୩(ପି.ଟି.): ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ବିଶ୍ୱସ୍ତରୀୟ ଫୁଟ୍‌ବଲ ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି। ଭାରତ ୨୦୨୨ ମହିଳା ଏସିଆନ୍‌ କପ୍‌ ଆୟୋଜନ କରିବ।...

କାରିବିୟନ ପ୍ରିମିୟର ଲିଗ୍‌: ନାଇଟ ରାଇଡର୍ସ-ଜୌକ୍ସ ଫାଇନାଲ

ଟାରୌବା, ୧୦।୯(ପି.ଟି.)- ତ୍ରିନିଦାଦ ନାଇଟ ରାଇଡର୍ସ ଓ ସେଣ୍ଟ ଲୁସିଆ ଜୌକ୍ସ ବିଜୟ ହାସଲ କରି ଚଳିତ କାରିବିୟନ ପ୍ରିମିୟର ଲିଗ୍‌(ସିପିଏଲ)ର ଫାଇନାଲରେ ପ୍ରବେଶ କରିଛନ୍ତି।...

Advertisement
Archives

Model This Week