ଇଛାମୃତ୍ୟୁ ନିବେଦନ ସତ୍ତ୍ୱେ ମିଳୁନି ରାଜେଶଙ୍କୁ ସହାୟତା

କେନ୍ଦୁଝର, ୪ା୨ (ସ୍ବ.ପ୍ର./ଡି.ଏନ.ଏ.)-ଘଟଗାଁ ବ୍ଲକ ଉପରଡିହା ଗ୍ରାମର ରାଜେଶ କୁମାର ବେହେରା (୨୪) ଦୁସାଧ୍ୟ ଉଇଲସନ ରୋଗରେ ପିଡିତ ଅଛନ୍ତି। ମା’ବାପା ଚିକିତ୍ସା କରି ବହୁ ଖର୍ଚ୍ଚାନ୍ତ ହୋଇଥିଲେ ହେଁ ବହୁ କଷ୍ଟ ଯନ୍ତ୍ରଣାରେ ରାଜେଶ ଦିନ କାଟୁଛନ୍ତି ା ଚିକିତ୍ସା ପାଇଁ ଆଉ ସମ୍ବଳ ନାହିଁ ା ଏଣୁ ବାଧ୍ୟ ହୋଇ ତାଙ୍କ ମା’ ସନ୍ଧ୍ୟାରାଣୀ ବେହେରା, ବାପା ଧନେଶ୍ୱର ବେହେରା ଏକ ମାତ୍ର ପୁଅର କଷ୍ଟ ଯନ୍ତ୍ରଣା ଦେଖି ନ ପାରି ରାଷ୍ଟ୍ରପତିଙ୍କୁ ୨୦୧୯ ମସିହା ଜୁଲାଇ ୧୩ ତାରିଖରେ ଇଛାମୃତ୍ୟୁ ପାଇଁ ଆବେଦନ କରିଥିଲେ।
ବହୁତ କମ ବୟସରେ ୨୦୦୮ ମସିହାରୁ ରାଜେଶ ଏଭଳି ଦୁସାଧ୍ୟ ରୋଗରେ ପିଡିତ ହୋଇଥିବାରୁ ପରିବାର ଲୋକ ତାର ଚିକିତ୍ସା ଓ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି। ମାସକୁ ପୁଅର ଚିକିତ୍ସା ଖର୍ଚ୍ଚ ପାଖାପାଖି ୩୫୦୦ ଟଙ୍କା। ଗଣ ଶିକ୍ଷକ ଭାବରେ କାମ କରୁଥିବା ଧନେଶ୍ୱରଙ୍କ ଦରମା ମାତ୍ର ୬୪୦୦ ଟଙ୍କା। ପିଏଫ ବାବଦକୁ କଟିଲେ ପାଉଛନ୍ତି ୫୨୦୦ ଟଙ୍କା। ତେବେ ପୁଅର ଚିକିତ୍ସା ପାଇଁ ପରିବାର ଲୋକ ବହୁ ଖର୍ଚ୍ଚାନ୍ତ ହୋଇ ସାରିଥିଲେ ା ଏଣୁ ଏତିକି ଦରମାରେ କିପରି ଚିକିତ୍ସା କରିବେ ସେଥିପାଇଁ ଇଛାମୃତ୍ୟୁ ଆବେଦନ ପରେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ମାଗଣା ଔଷଧ ଯୋଗାଇଦେବାକୁ ବ୍ୟବସ୍ଥା କରିଥିଲେ ବୋଲି ସେ କହିଛନ୍ତି। ତେବେ ଗତ ୭ ମାସ ମଧ୍ୟରେ ମାତ୍ର ଗୋଟିଏ ମାସର ଔଷଧ ବାବଦକୁ ୩୫୦୦ ଟଙ୍କା ଦେଇ ଚୁପ ବସିଯାଇଥଲେ ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି ା ସେ ୩ ମାସର ବିଲ ଦେଇଥିଲେ ହେଁ ଏଯାଏ ତାଙ୍କୁ ଟଙ୍କା ମିଳିଲା ନାହିଁ। ଟଙ୍କା କିମ୍ବା ଆଉ ଔଷଧ ନ ମିଳିବାରୁ ବାଧ୍ୟ ହୋଇ ସୋମବାର ପରିବାର ଲୋକଙ୍କ ସହାୟତାରେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ରାଜେଶଙ୍କୁ ଧରି ତାଙ୍କ ବାପା ନିବେଦନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଡିଏମ୍‌ଏଫ୍‌ ଅର୍ଥରୁ ମାସିକ ଅନୂ୍ୟନ ୧୦ହଜାର ଟଙ୍କା ଚିକିତ୍ସା ଓ ଭରଣପୋଷଣ ସହାୟତା ଯୋଗାଇ ଦିଆଯାଉ ବୋଲି ଉଇଲସନ୍‌ ରୋଗରେ ପିଡିତ ରାଜେଶଙ୍କ ମା’ବାପା ସୋମବାର ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷରୁ କମ୍‌ ବାଳିକା କ୍ରିକେଟ ଖେଳିବେ ସାଇ ପ୍ରତୀକ୍ଷା

ହାଟଡିହୀ,୧୬l୪(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଛାତ୍ରୀ ସାଇ ପ୍ରତୀକ୍ଷା ଜେନା ୧୭ ବର୍ଷରୁ କମ ବାଳିକା କ୍ରିକେଟ ଖେଳିବା ପାଇଁ…

ଏକର ପ୍ରତି ଏତେ କୋଟି ଟଙ୍କା ଦାବି କଲେ ଗ୍ରାମବାସୀ, ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ…

ପାଟଣା,୧୫।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗାଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ସକାଳ ୯ଟାରେ ଚେମଣା ପଞ୍ଚାୟତ ବଳିଆ ପଶି…

ଡିଜେ ବଜେଇ ପ୍ରସେଶନ କରିବାରୁ ୨ ସାହି ମଧ୍ୟରେ ମାରପିଟ: ୧୫ ରୁ ଊର୍ଦ୍ଧ୍ୱ ଆହତ

ଆନନ୍ଦପୁର,୧୫।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ କେଶଦୁରାପାଳ ଗାଁରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ କଣ୍ଟାଫୋଡା…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri