Posted inଖେଳ

ଇଂଲଣ୍ଡ ଗସ୍ତରେ ଯିବାକୁ ଖେଳାଳିଙ୍କୁ ବାଧ୍ୟ କରିବୁନି: ହୋଲ୍ଡର

ଲଣ୍ଡନ,୧୯।୫(ପି.ଟି.): କୋଭିଡ-୧୯ ମହମାରୀର ଆତଙ୍କ ସାରା ବିଶ୍ୱରେ ଜାରି ରହିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ କୌଣସି ଖେଳାଳିଙ୍କ ବାଧ୍ୟ କରାଯିବ ନାହିଁ ବୋଲି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର କହିଛନ୍ତି। ଏହି ଟେଷ୍ଟ ସିରିଜ ଜୁନ୍‌ ୪ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ଏହାକୁ ଘଞ୍ଚାଇ ଦିଆଯାଇଥିଲା। ତେବେ ଏହି ସିରିଜ ଜୁଲାଇରେ ଜୁଲାଇରେ ଖେଳାଯିବ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଆଶା ରଖିଛି।

ନିଷ୍ପତ୍ତି ନେବା ପାଇଁ ସବୁ ଖେଳାଳି ସ୍ବତନ୍ତ୍ର ବୋଲି ସେ କହିଛନ୍ତି। ଇଂଲଣ୍ଡ ଗସ୍ତରେ ଆମେ ଯିବୁ। କିନ୍ତୁ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ପ୍ରଥାମିକତା ଦିଆଯିବ ବୋଲି ସେ କହିଛନ୍ତି। ଓ୍ବେଷ୍ଟଇଣ୍ଡିଜକୁ ବାଦ୍‌ ଦେଲେ ପାକିସ୍ତାନ ମଧ୍ୟ ଇଂଲଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଦୁଇଟି ସିରିଜ ଆୟୋଜନ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବାକୁ ପ୍ରୟାସ କରାଯିବ ବୋଲି ଆଶଲେ ଜାଇଲ୍ସ କହିଛନ୍ତି। ଏହି ଗସ୍ତରେ କୌଣସି ରିସ୍କ ନିଆଯିବ ନାହିଁ। ତେବେ ସମସ୍ତଙ୍କ ନରାପତ୍ତା ହେଉଛି ସବୁଠାରୁ ବଡ଼ କଥା। ଇସିବି ଗ୍ରହଣ କରିବାକୁ ଥିବା ସବୁ ବ୍ୟବସ୍ଥାରେ ସବୁ ଖେଳାଳି ସହଜ ଅନୁଭବ କରିବାର ଆବଶ୍ୟକତା ରହିଛି ବୋଲି ୨୮ ବର୍ଷୀୟ ହୋଲ୍ଡର କହିଛନ୍ତି। ଇତିମଧ୍ୟରେ ଇଂଲଣ୍ଡ କ୍ରିକେଟରମାନେ ଚଳିତ ସପ୍ତାହ ଟ୍ରେନିଂକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଖେଳାଳିମାନେ ବ୍ୟକ୍ତିଗତ ଭାବେ ସୀମିତ ଅଭ୍ୟାସ କରିବେ ବୋଲି ଇସିବି ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଅଷ୍ଟ୍ରେଲିଆ: ବ୍ୟାଟିଂ ନିଷ୍ପତ୍ତି…

ଅହମଦାବାଦ,୯।୩ : ଅହମଦାବାଦରେ ଗୁରୁବାର ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ଏହି...

ଆତ୍ମହତ୍ୟା କଲେ କ୍ରିକେଟର୍‌

ବାଂଲାଦେଶର ପୂର୍ବତନ ଅଣ୍ଡର-୧୯ କ୍ରିକେଟର ମହମ୍ମଦ ସୋଜିବ ଆତ୍ମହତ୍ୟା କରିଛନ୍ତି। ନଭେମ୍ବର ୧୪ରେ ସେ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୨୧ବର୍ଷର ସାଜିବ...

୧୮ ବର୍ଷ ବୟସରେ କୋଚ୍‌ଙ୍କ ଝିଅକୁ ଭଲପାଇ ବସିଥିଲେ ଏହି ଖେଳାଳି

ଭାରତରେ ଖେଳ ମଧ୍ୟରେ କ୍ରିକେଟକୁ ସମସ୍ତେ ଭଲ ପାଆନ୍ତି। କ୍ରିକେଟ ବ୍ୟତିତ ଯଦି ଅନ୍ୟ କେଉଁ ଖେଳକୁ ଭାରତରେ ଗୁରୁତ୍ୱ ଦିଆଯାଏ ତେବେ ତାହା ହେଲା...

ବିରାଟ କୋହଲିଙ୍କ ପରେ ବାପା ହେଲେ ଏହି ଖେଳାଳି: ସାମ୍ନାକୁ ଆସିଲା ପୁଅର ଫଟୋ

ମହାମାରୀ କରୋନା ସମୟରେ ଅନେକ କ୍ରିକେଟରଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି। ଭାରତୀୟ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି ବାପା...

ଟି-୨୦ ବିଶ୍ୱକପ୍‌ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ ଭାରତୀୟ ଦଳ

ଅକଲାଣ୍ଡ,୨୮।୬: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆ ତିନିଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ ପାଇଁ ନ୍ୟୁଜିଲାଣ୍ଡ ଗସ୍ତ କରିବ।...

ଜାଡେଜାଙ୍କ ହେଲ୍‌ମେଟ୍‌ରେ ବାଜିଥିଲା ବାଉନ୍‌ସର, ଡ୍ରେସିଂ ରୁମ୍‌ ଆସିବା ପରେ ମୁଣ୍ଡ ବୁଲାଉଥିଲା: ସାମ୍‌ସନ

ନୂଆଦିଲ୍ଲୀ,୫।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ କନ୍‌କସନ ସବ୍‌ଷ୍ଟିଚ୍ୟୁଟ୍‌ ହିସାବରେ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ସାମିଲ ହୋଇଥିଲେ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ। ମିଳିଥିବା...

ବର୍ଣ୍ଣବୈଷମ୍ୟ ଆକ୍ଷେପ ଘଟଣା: ନେମାରଙ୍କୁ ପିଏସ୍‌ଜିର ସମର୍ଥନ

ପ୍ୟାରିସ୍‌,୧୬।୯ (ଏପି): ବ୍ରାଜିଲ ଫୁଟବଲ ସୁପରଷ୍ଟାର ତଥା ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ଷ୍ଟ୍ରାଇକର ନେମାର ମାର୍ସେଇଲ୍‌ ବିପକ୍ଷ ହାଇଭୋଲ୍ଡେଜ ମ୍ୟାଚ୍‌ ଅବସରରେ ବର୍ଣ୍ଣବୈଷମ୍ୟ ଆକ୍ଷେପ...

ଧୋନୀଙ୍କୁ ଲତା ମଙ୍ଗେସ୍କରଙ୍କ ସମର୍ଥନ

ମୁମ୍ବାଇ,୧୧।୭ (ପି.ଟି.)- ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଏବେ କୋକିଳ କଣ୍ଠୀ ଲତା ମଙ୍ଗେସ୍କର ବାହାରିଛନ୍ତି। ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ପରେ ଏବେ ଟିମ୍‌...

Advertisement
Archives

Model This Week