Posted inଖେଳ

ଇଂଲଣ୍ଡକୁ ହରାଇଲା ଶ୍ରୀଲଙ୍କା

ଲିଡ୍ସ,୨୨।୬ (ପି.ଟି.)- ଚଳିତ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏକ ବଡ଼ ବିପର୍ଯ୍ୟୟ ଘଟାଇଛି। ସ୍ଥାନୀୟ ହେଡିଂଲି ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ବିଶ୍ୱକପ୍‌ର ୨୭ତମ ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ରନରେ ଇଂଲଣ୍ଡକୁ ହରାଇଛି। ଏଥିସହିତ ଇଂଲଣ୍ଡ ଟୁର୍ନାମେଣ୍ଟରେ ତା’ର ଦ୍ୱିତୀୟ ପରାଜୟ ବରଣ କରିଛି। ପୂର୍ବରୁ ଇଂଲଣ୍ଡ ପାକିସ୍ତାନଠାରୁ ହାରିଥିଲା। ଦୁଇ ଏସୀୟ ଦେଶଠାରୁ ଇଂଲଣ୍ଡ ହାରିଛି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୩୨ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୪୭ ଓଭରରେ ୨୧୨ ରନରେ ଅଲଆଉଟ ହୋଇ ପରାସ୍ତ ହୋଇଥିଲା। ଏଥିସହ ଶ୍ରୀଲଙ୍କା ୬ଟି ମ୍ୟାଚ୍‌ ଖେଳି ଦୁଇଟି ବିଜୟ, ୨ଟି ପରାଜୟ ଓ ୨ଟି ବିନା ଫଳାଫଳ ସହ ୬ ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନକୁ ଉଠିଛି। ଅନ୍ୟପଟେ ଇଂଲଣ୍ଡ ୬ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ୨ ପରାଜୟ ସହ ୮ ପଏଣ୍ଟ ପାଇ ପୂର୍ବପରି ତୃତୀୟ ସ୍ଥାନରେ ରହିଛି। ୪୩ ରନ ବ୍ୟୟ କରି ଗୋଟିଏ ମେଡେନ ନେବା ସହ ମୂଲ୍ୟବାନ ୪ ଉଇକେଟ ଅକ୍ତିଆର କରିଥିବା ଶ୍ରୀଲଙ୍କା ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।
୨୩୩ ରନ ଟାର୍ଗେଟର ପିଛା କରି ଇଂଲଣ୍ଡ ପ୍ରାରମ୍ଭିକ ଝଟ୍‌କା ଖାଇବା ସହ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଦଳ ତରଫରୁ ବେନ୍‌ ଷ୍ଟୋକ୍ସ ସର୍ବାଧିକ ୮୨ ରନ କରି ଅପରାଜିତ ରହିଥିଲେ। ସେହିପରି ଜୋ ରୁଟ ୫୭ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଇଅନ ମୋର୍ଗାନ ୨୧, ମୋଇନ ଅଲି ୧୬, ଓପନର ଜେମ୍ସ ଭିନ୍ସ ୧୪, ଜୋସ ବଟଲର ୧୦ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ସ୍ପର୍ଶ କରି ନ ଥିଲେ। ବୋଲିଂରେ ଲସିଥ ମାଲିଙ୍ଗା ସର୍ବାଧିକ ୪, ଧନଞ୍ଜୟ ଡି ସିଲଭା ୩, ଇସୁରୁ ଉଡାନା୨ ଓ ନୂଆନ ପ୍ରଦୀପ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦୁଇ ଓପନର ଓ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ସତ୍ତ୍ୱେ ୫୦ ଓଭରରେ ୯ ଉଇକେଟ ହରାଇ ୨୩୨ ରନ ସଂଗ୍ରହ କରିଛି। ମିଡଲ ଅର୍ଡରରେ ବ୍ୟାଟ୍ସମ୍ୟାନମାନେ ଲଢେଇ କରିଥିଲେ। ମାଥ୍ୟୁସ୍‌ ୮୫ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳର ସମ୍ମାନ ରକ୍ଷା କରିଥିଲେ। ୧୪୬ ମିନିଟ କ୍ରିଜ୍‌ରେ ରହି ୧୧୫ଟି ବଲର ସମ୍ମୁଖୀନ ହୋଇ ୫ ଚୌକା ଓ ୧ ଛକା ସହ ୮୫ ରନ କରି ମାଥ୍ୟୁସ୍‌ ଶେଷପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଦୁଇଟି ପାର୍ଟନରଶିପ୍‌ରେ ମାଥ୍ୟୁସ୍‌ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଚତୁର୍ଥ ଉଇକେଟରେ କୁଶାଲ ମେଣ୍ଡିସ୍‌ଙ୍କ ସହ ମାଥ୍ୟୁସ ୭୧ ରନ ଓ ଷଷ୍ଠ ଉଇକେଟରେ ଧନଞ୍ଜୟ ଡି ସିଲଭାଙ୍କ ସହ ୫୭ ରନ ସଂଗ୍ରହ କରିଥିଲେ। ତେବେ ଏହା ପୂର୍ବରୁ କୁଶାଲ ମେଣ୍ଡିସ୍‌ ଓ ଅଭିଷ୍କା ଫର୍ନାଣ୍ଡୋ ତୃତୀୟ ଉଇକେଟରେ ୫୯ ରନ ସଂଗ୍ରହ କରିଥିଲେ। ଏହି ୩ଟି ପାର୍ଟନରଶିପ ବଳରେ ଶ୍ରୀଲଙ୍କା ଦୁଇଶହ ରନ ପାର କରିଥିଲା। ଅଭିଷ୍କା ୩୯ଟି ବଲର ସମ୍ମୁଖୀନ ହୋଇ ୬ ଚୌକା ଓ ୨ ଛକା ସହ ୪୯, କୁଶାଲ ମେଣ୍ଡିସ ୪୬ ରନ କରି ଆଉଟ ହୋଇଥିଲେ। ସେହିପରି ଧନଞ୍ଜୟ ଡି ସିଲଭା ୨୯ ରନର ଇନିଂସ ଖେଳିଥିଲେ। ବାକି ୭ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁପାରି ନ ଥିଲେ। ଏହି କ୍ରମରେ ଇନିଂସ ଓପନ କରିଥିବା ଅଧିନାୟକ ଦିମୁଥ କରୁଣାରତ୍ନେ ୧, କୁଶାଲ ପେରେରା ୨, ଥିସାରା ପେରେରା ୨, ଇସୁରୁ ଉଡାନା ୬, ଲସିଥ ମାଲିଙ୍ଗା ୧ ରନ କରି ଆଉଟ ହୋଇଥିବା ବେଳେ ଜୀବନ ମେଣ୍ଡିସ ଖାତା ଖୋଲିପାରି ନ ଥିଲେ। ନୂଆନ ପ୍ରଦୀପ ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଜୋଫ୍ରା ଆର୍ଚର ଓ ମାର୍କ ଉଡ ୩ଟି ଲେଖାଏ, ଆଦିଲ ରସିଦ ୨ ଓ କ୍ରିସ୍‌ ଓ୍ବକ୍ସ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ୫୦ ଓଭରରେ ୨୩୨/୯
(ଆଞ୍ଜେଲୋ ମାଥ୍ୟୁସ- ୮୫*, ଅଭିଷ୍କା ପର୍ନାଣ୍ଡୋ- ୪୯, କୁଶାଲ ମେଣ୍ଡିସ- ୪୬, ଧନଞ୍ଜୟ ଡି ସିଲଭା- ୨୯, ଆର୍ଚର- ୩/୫୨, ଉଡ- ୩/୪୦, ରସିଦ- ୨/୪୫ )।
ଇଂଲଣ୍ଡ ୪୭ ଓଭରରେ ୨୧୨ ଅଲଆଉଟ
(ଷ୍ଟୋକ୍ସ- ୮୨*, ରୁଟ- ୫୭, ମାଲିଙ୍ଗା – ୪/୪୩, ଡି ସିଲଭା- ୩/୩୨, ଉଡାନା- ୨/୪୧, ପ୍ରଦୀପ- ୧/୩୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri