ଆୟୁଷ୍ମାନ୍‌ଙ୍କ ‘ଅନ୍ଧାଧୁନ୍‌’ର ପ୍ରଶଂସା କଲେ ଲତା: କହିଲେ ‘ଅଭିନୟ ଉଚ୍ଚକୋଟୀର’

ବମ୍ବେ: ବଲିଉଡ୍‌ର ଏଭଳି କିଛି ଅଭିନେତା ଅଛନ୍ତି, ଯେଉଁମାନଙ୍କ ପରିଚୟ ଦେବା ଆବଶ୍ୟକ ହୋଇ ନ ଥାଏ। ଗୋଟିଏ ପରେ ଗୋଟିଏ ହିଟ୍‌ ସିନେମା ଭେଟି ଦେଇ ସେ ରେକର୍ଡ କରିଥାଆନ୍ତି। ସେଭଳି ଜଣେ ହେଲେ ଆୟୁଷ୍ମାନ୍‌ ଖୁରାନ୍ନା। ନିକଟରେ ତାଙ୍କର ଆଉ ଏକ ଫିଲ୍ମ ‘ଶଭ ମଙ୍ଗଲ ଜ୍ୟାଦା ସାବଧାନ’। ଆଶା କରୁଥିବା ସଫଳତା ମିଳି ନ ଥିଲେ ସୁଦ୍ଧା ଫିଲ୍ମ ଅପେକ୍ଷାକୃତ ଭଲ ବ୍ୟବସାୟ କରୁଛି। ହେଲେ ଏହି ଫିଲ୍ମ ପୂର୍ବରୁ ଆୟୁଷ୍ମାନ୍‌ ଛଅରୁ ଅଧିକ ହିଟ୍‌ ସିନେମାରେ କାମ କରିଥିଲେ। ‘ଅନ୍ଧାଧୁନ୍‌’ ପାଇଁ ଅଭିନେତାଙ୍କୁ ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା। ଏବେ ଫିଲ୍ମର ପ୍ରଶଂସା କରିଛନ୍ତି କୋକିଳକଣ୍ଠୀ ଲତା ମଙ୍ଗେସ୍‌କର। ଫିଲ୍ମକୁ ଦେଖିବା ପରେ ଲତା ଏକ ଟୁଇଟ୍‌ କରିଛନ୍ତି। ଫିଲ୍ମରେ ଆୟୁଷ୍ମାନ୍‌ଙ୍କ ଅଭିନୟ ଉଚ୍ଚକୋଟୀର। ଏପରିକି ଗାଇଥିବା ଗୀତଗୁଡ଼ିକ ଭଲଲାଗିଛି। ଭବିଷ୍ୟତ ପାଇଁ ଶୁଭେଚ୍ଛା ବୋଲି ଲତା କହିଛନ୍ତି। ଏହାର ଉତ୍ତର ରଖିଛନ୍ତି ଆୟୁଷ୍ମାନ୍‌। ଏଭଳି କଥା ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ବୋଧହୁଏ ଏଭଳି ଉତ୍ସାହପୂର୍ଣ୍ଣ କଥା ଶୁଣିବା ପାଇଁ କଠିନ ପରିଶ୍ରମ କରିଥିଲି। ଆଶୀର୍ବାଦ ପାଇଁ ଧନ୍ୟବାଦ ବୋଲି ସେ କହିଛନ୍ତି।

ତେବେ ଆୟୁଷ୍ମାନ୍‌ଙ୍କ ଏହି ଫିଲ୍ମ କେବଳ ଭାରତରେ ନୁହେଁ, ଚାଇନାରେ ଉଚ୍ଚ ପ୍ରଶଂସିତ ହୋଇଥିଲା। ବ୍ୟବସାୟ ଦୃଷ୍ଟିରୁ ମଧ୍ୟ ଚାଇନା ବକ୍ସ ଅଫିସରେ ଅନେକ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଥିଲା। ଏଥିପାଇଁ ଆୟୁଷ୍ମାନ୍‌ଙ୍କୁ ଜାତୀୟ ପୁରସ୍କାର ମଧ୍ୟ ମିଳିଛି। ଚଳଚ୍ଚିତ୍ରଟି ତାଙ୍କୁ ଜଣେ ଭଲ ଅଭିନେତା କରିଥିବା ଆୟୁଷ୍ମାନ୍‌ ଏକଦା କହିଥିଲେ। ଫିଲ୍ମରେ ପ୍ରମୁଖ ଭୂମିକାରେ ତବ୍ବୁ ଓ ରାଧିକା ଆପ୍ଟେ ଥିଲେ। ଆୟୁଷ୍ମାନ୍‌ ଜଣେ ଅନ୍ଧ ଭୂମିକାରେ ନଜରକୁ ଆସିଥିବା ବେଳେ ଫିଲ୍ମର କାହାଣୀ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମରୁଭୂମିରେ ଦମ୍‌ଦାର ଡ୍ୟାନ୍ସ କରୁଛନ୍ତି ନୋରା ଫତେହି: ଭିଡିଓ ଭାଇରାଲ

ଦମଦାର୍‌ ଡ୍ୟାନ୍ସ ପାଇଁ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ନୋରା ଫତେହି। ସୋସିଆଲ ମିଡିଆରେ ସବୁବେଳେ ନୋରା ବେଶ ସକ୍ରିୟ ରହୁଥିବା ଦେଖିବାକୁ...

‘ଲୋକେ ମୋତେ ବିବାଦକୁ ଟାଣି ଆଣୁଛନ୍ତି’

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର, ଅମିର ଖାନ୍‌ଙ୍କ ସହ ତାଙ୍କର ଆଗାମୀ ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ଏକ ସାକ୍ଷାତକାରରେ...

ଏହି ଦିନ ରିଲିଜ୍‌ ହେବ ଫିଲ୍ମ ‘ଆର୍‌ଆର୍‌ଆର୍‌’

ମୁମ୍ବାଇ: ୨୦୨୨ର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଫିଲ୍ମ ଆର୍‌ଆର୍‌ଆର୍‌ ଅନ୍ୟତମ। ଏହି ଫିଲ୍ମରେ ଜୁନିୟର ଏନ୍‌ଟିଆର ଏବଂ ରାମ ଚରଣ ନଜର ଆସିବେ। ଦେଶରେ...

‘ତ୍ରିଭଙ୍ଗ’ରେ ନଜର ଆସିବେ କାଜଲ, ନିର୍ଦ୍ଦେଶନା ଦେବେ ସଲମାନ୍‌ଙ୍କ ଭାଉଜ

ଲମ୍ବା ବ୍ୟବଧାନ ପରେ ଫିଲ୍ମ ‘ତାନାଜୀ ଦି ଅନ୍‌ସଙ୍ଗ୍‌ ଓ୍ବାରିୟର’ରେ ସ୍ବାମୀ ଅଜୟ ଦେବ୍‌ଗନ୍‌ଙ୍କ ସହ ନଜର ଆସିବେ ଅଭିନେତ୍ରୀ କାଜଲ। ଏହା ବ୍ୟତିତ କାଜଲ...

ଟିଭି ଦେଖି ଆକ୍ଟିଙ୍ଗ ଶିଖୁଛନ୍ତି ସନ୍ନି

ମୁମ୍ବାଇ: ବଲିଉଡ୍‌ ବୋଲ୍ଡ କୁଇନ୍‌ ସନ୍ନି ଲିଓନ ଏବେ ସୋସିଆଲ ମିଡିଆରେ ଏକ ଭିଡଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଆକ୍ଟିଙ୍ଗ ଶିଖୁଥିବା ଦେଖିବାକୁ ମିଳିଛି।...

ଦିଲ୍‌ କହେ ଲଭ୍‌ ୟୁ ଲଭ୍‌ ୟୁ

ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ଦିଲ୍‌ କହେ ଲଭ୍‌ ୟୁ ଲଭ୍‌ ୟୁ’।...

ଅଭିନୟରେ ଅଧିକ ଆତ୍ମସନ୍ତୋଷ ମିଳେ

ଚିନ୍ତାମଣି ବିଶ୍ୱାଳ ଏକାଧାରରେ ଜଣେ ଅଭିନେତା, ଚିତ୍ରଶିଳ୍ପୀ, କବିତା, ଗଳ୍ପ ଲେଖକ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ...

ଅନୁତାପ କରୁଛନ୍ତି ଜାହ୍ନବୀ

ସାମାନ୍ୟ ବୁଝାମଣା ଅଭାବରୁ ବେଳେବେଳେ ସୁବର୍ଣ୍ଣ ସୁଯୋଗ ହାତଛଡା ହୋଇଯାଇଥାଏ। ପରେ ଏ ନେଇ ଯେତେ ଚିନ୍ତା କଲେ କିଛି ଲାଭ ହୁଏନା। ଦେଖୁନାହାନ୍ତି, ଜାହ୍ନବୀ...

Advertisement
Archives

Model This Week