ଆୟୁଷ୍ମାନ୍‌ଙ୍କ ‘ଅନ୍ଧାଧୁନ୍‌’ର ପ୍ରଶଂସା କଲେ ଲତା: କହିଲେ ‘ଅଭିନୟ ଉଚ୍ଚକୋଟୀର’

ବମ୍ବେ: ବଲିଉଡ୍‌ର ଏଭଳି କିଛି ଅଭିନେତା ଅଛନ୍ତି, ଯେଉଁମାନଙ୍କ ପରିଚୟ ଦେବା ଆବଶ୍ୟକ ହୋଇ ନ ଥାଏ। ଗୋଟିଏ ପରେ ଗୋଟିଏ ହିଟ୍‌ ସିନେମା ଭେଟି ଦେଇ ସେ ରେକର୍ଡ କରିଥାଆନ୍ତି। ସେଭଳି ଜଣେ ହେଲେ ଆୟୁଷ୍ମାନ୍‌ ଖୁରାନ୍ନା। ନିକଟରେ ତାଙ୍କର ଆଉ ଏକ ଫିଲ୍ମ ‘ଶଭ ମଙ୍ଗଲ ଜ୍ୟାଦା ସାବଧାନ’। ଆଶା କରୁଥିବା ସଫଳତା ମିଳି ନ ଥିଲେ ସୁଦ୍ଧା ଫିଲ୍ମ ଅପେକ୍ଷାକୃତ ଭଲ ବ୍ୟବସାୟ କରୁଛି। ହେଲେ ଏହି ଫିଲ୍ମ ପୂର୍ବରୁ ଆୟୁଷ୍ମାନ୍‌ ଛଅରୁ ଅଧିକ ହିଟ୍‌ ସିନେମାରେ କାମ କରିଥିଲେ। ‘ଅନ୍ଧାଧୁନ୍‌’ ପାଇଁ ଅଭିନେତାଙ୍କୁ ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା। ଏବେ ଫିଲ୍ମର ପ୍ରଶଂସା କରିଛନ୍ତି କୋକିଳକଣ୍ଠୀ ଲତା ମଙ୍ଗେସ୍‌କର। ଫିଲ୍ମକୁ ଦେଖିବା ପରେ ଲତା ଏକ ଟୁଇଟ୍‌ କରିଛନ୍ତି। ଫିଲ୍ମରେ ଆୟୁଷ୍ମାନ୍‌ଙ୍କ ଅଭିନୟ ଉଚ୍ଚକୋଟୀର। ଏପରିକି ଗାଇଥିବା ଗୀତଗୁଡ଼ିକ ଭଲଲାଗିଛି। ଭବିଷ୍ୟତ ପାଇଁ ଶୁଭେଚ୍ଛା ବୋଲି ଲତା କହିଛନ୍ତି। ଏହାର ଉତ୍ତର ରଖିଛନ୍ତି ଆୟୁଷ୍ମାନ୍‌। ଏଭଳି କଥା ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ବୋଧହୁଏ ଏଭଳି ଉତ୍ସାହପୂର୍ଣ୍ଣ କଥା ଶୁଣିବା ପାଇଁ କଠିନ ପରିଶ୍ରମ କରିଥିଲି। ଆଶୀର୍ବାଦ ପାଇଁ ଧନ୍ୟବାଦ ବୋଲି ସେ କହିଛନ୍ତି।

ତେବେ ଆୟୁଷ୍ମାନ୍‌ଙ୍କ ଏହି ଫିଲ୍ମ କେବଳ ଭାରତରେ ନୁହେଁ, ଚାଇନାରେ ଉଚ୍ଚ ପ୍ରଶଂସିତ ହୋଇଥିଲା। ବ୍ୟବସାୟ ଦୃଷ୍ଟିରୁ ମଧ୍ୟ ଚାଇନା ବକ୍ସ ଅଫିସରେ ଅନେକ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଥିଲା। ଏଥିପାଇଁ ଆୟୁଷ୍ମାନ୍‌ଙ୍କୁ ଜାତୀୟ ପୁରସ୍କାର ମଧ୍ୟ ମିଳିଛି। ଚଳଚ୍ଚିତ୍ରଟି ତାଙ୍କୁ ଜଣେ ଭଲ ଅଭିନେତା କରିଥିବା ଆୟୁଷ୍ମାନ୍‌ ଏକଦା କହିଥିଲେ। ଫିଲ୍ମରେ ପ୍ରମୁଖ ଭୂମିକାରେ ତବ୍ବୁ ଓ ରାଧିକା ଆପ୍ଟେ ଥିଲେ। ଆୟୁଷ୍ମାନ୍‌ ଜଣେ ଅନ୍ଧ ଭୂମିକାରେ ନଜରକୁ ଆସିଥିବା ବେଳେ ଫିଲ୍ମର କାହାଣୀ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ହାରିଲେ କୁମକୁମ୍ ଭାଗ୍ୟର ଅଭିନେତ୍ରୀ, ୨୨ ବର୍ଷରେ….

“କୁମକୁମ ଭାଗ୍ୟ” ରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ ହୋଇଛି । ସେ ନାଲାସୋପାରାରେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି।…

ଇତିହାସ ରଚିଲା ‘ମାଇକେଲ’: ବିଶ୍ୱପ୍ୟାପୀ ଚମତ୍କାର ପ୍ରଦର୍ଶନ

ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରିଛି। ଏହା ନମ୍ବର ୧ ମ୍ୟୁଜିକାଲ ବାୟୋପିକ ପାଲଟିଛି। ପୂର୍ବ ରେକର୍ଡଧାରୀ…

ଅବସର ନେବେ ଅକ୍ଷୟ କୁମାର!

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ‘ୱେଲକମ ଟୁ ଦି ଜଙ୍ଗଲ’ର ଟ୍ରେଲର ରିଲିଜ ହୋଇଛି ଏବଂ ଦର୍ଶକଙ୍କଠାରୁ ଏକ ଚମତ୍କାର ପ୍ରତିକ୍ରିୟା ପାଉଛନ୍ତି; ଅକ୍ଷୟଙ୍କ ପ୍ରଶଂସକମାନେ ଏହାକୁ…

ପୋଲିସ ଅଧିକାରୀ ହେବେ ସାଇ ପଲ୍ଲବୀ: ବଢୁଛି କ୍ରେଜ୍‌

ଅଭିନେତ୍ରୀ ସାଇ ପଲ୍ଲବୀ ଆଗାମୀ ଫିଲ୍ମ ‘ରାମାୟଣ’ ପାଇଁ ବେଶ୍‌ ପରିଶ୍ରମ କରୁଛନ୍ତି। ନିଜର ସର୍ବାଧିକ ସମୟ ଏହି ଫିଲ୍ମ ପାଇଁ ଉତ୍ସର୍ଗ କରିଛନ୍ତି। ଫିଲ୍ମର ପ୍ରଥମ…

ଫସିଗଲେ ପ୍ରଣିତ ମୋରେ, ବାଧ୍ୟ ହୋଇ ଇନଷ୍ଟାଗ୍ରାମ ଆକାଉଣ୍ଟ କଲେ ଡିଲିଟ୍‌ !

ମୁମ୍ବାଇ: ବିବାଦ ଘେରରେ ଜଣାଶୁଣା ଷ୍ଟାଣ୍ଡ-ଅପ କମେଡିଆନ ପ୍ରଣିତ ମୋରେ। ତାଙ୍କ ଶୋ’ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କୁ ପ୍ରବଳ…

ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ) – ସିନେ ନିର୍ଦ୍ଦେଶକ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଧମାକା କରିବେ ସନ୍ନି: ଦର୍ଶକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି ସନ୍ନି ଦେଓଲ। ‘ବର୍ଡର’ ସହିତ ବକ୍ସ ଅଫିସରେ ସୁପରହିଟ୍‌ ହେବା ପରେ ସନ୍ନିଙ୍କ କ୍ରେଜ୍‌ ଆହୁରି ବଢିଯାଇଛି। ଦର୍ଶକ ତାଙ୍କୁ…

ମା’ ହେବାକୁ ଯାଉଛନ୍ତି ଦୀପିକା, ନୂଆ ଘରେ ରଣବୀରଙ୍କ ସହ ଆସିଲେ ନଜର

ମୁମ୍ବାଇ: ସୋମବାର ଦୀପିକା ପାଦୁକୋନ ଏବଂ ରଣବୀର ସିଂହଙ୍କୁ ମୁମ୍ବାଇର ପଶ ବାନ୍ଦ୍ରା ଅଞ୍ଚଳରେ ଥିବା ସେମାନଙ୍କ ନୂଆ ଘରେ ଦେଖିବାକୁ ମିଳିଥିଲା। ଏବେ ଏହି ଦମ୍ପତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri