ଆୟୁଷ୍ମାନଙ୍କ ୭ମ ହିଟ୍‌ ଫିଲ୍ମ ‘ବାଲା’: ୪ ଦିନରେ ୫୦ କୋଟି କ୍ଲବରେ ହେଲା ସାମିଲ

ବମ୍ବେ: ଖିଲାଡ଼ି କିଙ୍ଗ୍‌ ଅକ୍ଷୟ କୁମାରଙ୍କ ପରେ ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ୍‌ ଦେଉଥିବା ଅଭିନେତା ପାଲଟିଛନ୍ତି ଆୟୁଷ୍ମାନ ଖୁରାନ୍ନା। ଶୁକ୍ରବାର ରିଲିଜ ହୋଇଥିବା ‘ବାଲା’ ବକ୍ସ ଅଫିସରରେ ଭଲ ବ୍ୟବସାୟ କରିବା ସହ ମାତ୍ର ୪ ଦିନରେ ୫୦କୋଟି କ୍ଲବରେ ସାମିଲ ହୋଇଛି। ଏହା ଆୟୁଷ୍ମାନଙ୍କ ପୂର୍ବ ଚଳଚ୍ଚିତ୍ର ଡ୍ରିମ୍‌ଗର୍ଲଠାରୁ ଭଲ ରୋଜଗାର କରୁଛି। ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟରରେ ଏନେଇ ସୂଚନା ଦେଇଛନ୍ତି।

ଶୁକ୍ରବାର ଫିଲ୍ମ ୧୦.୧୫ କୋଟି, ଶନିବାର ୧୫.୭୩ କୋଟି, ରବିବାର ୧୮.୦୭ କୋଟି ଏବଂ ସୋମବାର ୮.୨୬ କୋଟି ବ୍ୟବସାୟ କରିଥିଲା। ସେହିଭଳି ମଙ୍ଗଳବାର ଗୁରୁ ନାନକ ଜୟନ୍ତୀ ଲାଗି ଛୁଟିଦିନ ଥିବାରୁ ଏହା ଆଶା ଠାରୁ ଅଧିକ ବ୍ୟବସାୟ କରିବ ବୋଲି କୁହାଯାଉଛି।

୨୦୧୭ରେ ବରେଲି କି ବର୍ଫି ଚଳଚ୍ଚିତ୍ର ପରଠାରୁ ରିଲିଜ ହୋଇଥିବା ଆୟୁଷ୍ମାନଙ୍କ ପ୍ରତିଟି ଫିଲ୍ମ ହିଟ୍‌ ସାବ୍ୟସ୍ତ ହେଉଛି। ଏହି କ୍ରମରେ ‘ବାଲା’ ଆୟୁଷ୍ମାନଙ୍କ ୭ମ ହିଟ୍‌ ଫିଲ୍ମ। ଏହାପୂର୍ବରୁ ସେ ଶୁଭ ମଙ୍ଗଲ ସାବଧାନ, ଅନ୍ଧାଧୁନ୍‌, ବଧାଇ ହୋ, ଆର୍ଟିକଲ ୧୫ ଏବଂ ଡ୍ରିମ୍‌ଗର୍ଲ ଭଳି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଆଗାମୀ ଦିନରେ ଆୟୁଷ୍ମାନଙ୍କ ଫିଲ୍ମ ‘ଗୁଲାବୋ ସିତାବୋ’ ଏବଂ ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ରିଲିଜ ହେବ। ଏଗୁଡ଼ିକ ମଧ୍ୟ ହିଟ୍‌ ସାବ୍ୟସ୍ତ ହେବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଷ୍ଠ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ବର୍ଗ’

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୮ ମସିହା ପାଇଁ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ବରିଷ୍ଠ ଚଳଚ୍ଚିତ୍ର...

ସଲମାନ୍‌ଙ୍କ ସହ କାମ କରିବା ପାଇଁ ୪ଗୁଣା ଫିସ୍‌ ବଢ଼ାଇଲେ ପୂଜା

ତାମିଲ ତଥା ବଲିଉଡ୍‌ ଅଭିନେତ୍ରୀ ପୂଜା ହେଗଡେଙ୍କ ଚାହିଦା ଏବେ ଆକାଣ ଛୁଁଆ। ‘ହାଉସଫୁଲ-୪’ ଏବଂ ଆଲୁ ଅର୍ଜୁନଙ୍କ ସହ ‘ଅଲ୍ଲା ବୈକୁଣ୍ଠପୁରାମୁଲୁ’ ରେ କାମ...

ମନଛୁଆଁ ବାର୍ତ୍ତା ସହ ସାନ ଭଉଣୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନାୟିକା ଶ୍ରୀଦେବୀଙ୍କର ବି ଟାଉନରେ ରହିଛି ଏକ ଭିନ୍ନ ପରିଚୟ। ଆଜିବି ଦର୍ଶକେ ତାଙ୍କୁ ଭୁଲି ପାରି ନାହାଁନ୍ତି। ଏବେ ତାଙ୍କ ଝିଅ...

ଶବଗୃହରେ ସୁଶାନ୍ତଙ୍କୁ ଦେଖି ରିୟା କହିଥିଲେ ‘ସରି ବାବୁ’: ଆଉ..

ବମ୍ବେ: ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା। ଘଟଣାରେ ପ୍ରତିଦିନ କିଛି ନା କିଛି ତଥ୍ୟ...

ଶାହରୁଖ ଖାନଙ୍କ ଅଫିସ୍‌ ହେଲା ଆଇସିୟୁ

ଅଭିନେତା ଶାହରୁଖ ଖାନ କରୋନା ରୋଗୀଙ୍କୁ ସହାୟତାର ହାତ ବଢାଇଛନ୍ତି। ସେମାନଙ୍କ ରହିବା ପାଇଁ ନିଜ ଅଫିସ୍‌କୁ ଗତ ୩ ମାସ ହେବ ବିଏମ୍‌ସିକୁ ଦେଇଛନ୍ତି।...

ବିଶ୍ୱରେ ସବୁଠୁ ଅଧିକ ଟଙ୍କା କମାଉଛନ୍ତି ଏହି ସିଙ୍ଗର୍‌

ଆମେରିକାର ପପ୍‌ ଗାୟିକା ଟେଲର୍‌ ସୁଇଫ୍ଟ ବିଶ୍ୱର ସବୁଠାରୁ ଧନୀ ସିଙ୍ଗର୍‌ ହେବାର ସୌଭାଗ୍ୟଲାଭ କରିଛନ୍ତି। ତାଙ୍କର ପ୍ରତିଦିନ ଆୟ ପାଖାପାଖି ୩.୬୨ କୋଟି ଟଙ୍କା...

‘ଶକୁନ୍ତଳା ଦେବୀ’ଙ୍କ ବାୟୋପିକରେ ବିଦ୍ୟା

ମୁମ୍ବାଇ: ଫିଲ୍ମ ‘ମିଶନ ମଙ୍ଗଲ’ରେ ନିଜର ଦମ୍‌ଦାର ଅଭିନୟ ପାଇଁ ପ୍ରଶଂସିତ ହୋଇଥିବା ଡାର୍ଟି ଗର୍ଲ ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ଲାଗି ପ୍ରସ୍ତୁତି...

ଖୁବ୍‌ଶୀଘ୍ର ବିବାହ କରିବେ ମଲାଇକା-ଅର୍ଜୁନ

ବେଶ୍‌ କିଛିଦିନ ହେବ ମଲାଇକା ଅରୋଡ଼ା ଏବଂ ଅର୍ଜୁନ କପୁରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। କିନ୍ତୁ ଉଭୟ ଏହା...

Coronavirus Update


Archives

Model This Week

Why Dharitri