ଆହୁରି ବଢ଼ିବ ତାତି: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୫।୪ (ବନ୍ଦନା ସେଠୀ): ରାଜ୍ୟରେ ଆହୁରି ବଢିବ ତାତି। ଗରମ ତାୱାରେ ଜଳିବ ଓଡ଼ିଶା। ସେହିପରି ଆସନ୍ତା ୬ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରକୋପ ଲାଗିରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ। କିଛି ସ୍ଥାନରେ ପାରଦ ୪୫ ଡିଗ୍ରୀ ଟପିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା କରାଯାଇଛି। ବିଶେଷକରି ଉପକୂଳ ଓ ପଶ୍ଚିମ ଓଡ଼ିଶାର ଲୋକେ ଗରମ ଗୁଳୁଗୁଳିରେ ସନ୍ତୁଳି ହେବେ। ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲାକୁ ପ୍ରବଳ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଗୁରୁବାର ସମ୍ପୃକ୍ତ ଜିଲା ବ୍ୟତୀତ ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୋନପୁରକୁ ହିଟ୍‌ ଓ୍ବେଭ୍‌ ଜାରି କରାଯାଇଛି। ତେବେ ଶୁକ୍ରବାରଠାରୁ ସୋମବାର ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଘଡଘଡି ବିଜୁଳି ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୮ଟି ସ୍ଥାନର ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି। ସେହିପରି ଗତ କିଛିଦିନ ହେବ ଲଗାତର ଭାବେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ରେକର୍ଡ ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡିବେ ବ୍ରିଜଭୂଷଣ ଶରଣ ସିଂହ? ପୂରା ପ୍ଲାନ କହିଲେ ପୁଅ ପ୍ରତୀକ

ନୂଆଦିଲ୍ଲୀ,୨।୫: ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, କିନ୍ତୁ ରାଜନୈତିକ ଉଷ୍ମତା ତୀବ୍ର ହେବା ଆରମ୍ଭ ହୋଇସାରିଛି। ଏହା ମଧ୍ୟରେ, ଭାରତୀୟ ଜନତା…

ସରକାରଙ୍କୁ କ୍ଲିନ୍‌ ଚିଟ୍‌ ଦେବାକୁ ଉଦ୍ୟମ କରୁଛି ଆର୍‌ଡିସି, ନ୍ୟାୟିକ ତଦନ୍ତ ଦାବି କରି କଂଗ୍ରେସ କହିଲା…

ପାଟଣା,୨ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ଗତ ସୋମବାର ମୃତ ଭଉଣୀ କଲାରା…

ଚାଇନା ବିରୋଧରେ ବଡ଼ ଆକ୍ସନ ନେଲା ଆମେରିକା: ବିଶ୍ୱରେ ହଲଚଲ

ଓ୍ବାଶିଂଟନ୍‌,୨।୫: ଆମେରିକା ଏକ ଚାଇନା-ଭିତ୍ତିକ ଅଶୋଧିତ ତୈଳ ଟର୍ମିନାଲ ଅପରେଟରକୁ ଇରାନ କମ୍ପାନୀଗୁଡ଼ିକରୁ ପେଟ୍ରୋଲିୟମ ଉତ୍ପାଦ ଆମଦାନୀ କରିବାରୁ ନିଷିଦ୍ଧ କରିଛି। ଅନ୍ୟ କମ୍ପାନୀଗୁଡ଼ିକୁ ଚେତାବନୀ ଦେଇଛି…

ନବୀନଙ୍କ ଚିଠି ଲେଖାକୁ ନେଇ କଟାକ୍ଷ କଲେ ଆଇନମନ୍ତ୍ରୀ, କହିଲେ ନବୀନ ହେଉଛନ୍ତି…

ଭୁବନେଶ୍ୱର,୨ା୫: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିବା ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଟାକ୍ଷ କରିଛନ୍ତି। ଦାନ ମାଝୀ…

ଦାରିଙ୍ଗବାଡ଼ିକୁ ସ୍ବଚ୍ଛ, ସୁନ୍ଦର, ସବୁଜ କରିବା ପାଇଁ ପ୍ରଶାସନର ଅଭିଯାନ

ଦାରିଙ୍ଗବାଡ଼ି,୨ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲିଙ୍କ ସହଯୋଗରେ ଶନିବାର…

ଗ୍ୟାସ ସିଲିଣ୍ଡର ଦାମ ବଢିବା ପରେ ସରକାରଙ୍କୁ ଟାର୍ଗେଟ କଲେ ସଞ୍ଜୟ ରାଉତ କହିଲେ…

ନୂଆଦିଲ୍ଲୀ,୨।୫: ଶିବସେନା (UBT) ଏମପି ସଞ୍ଜୟ ରାଉତ ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ସାମ୍ପ୍ରତିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ସମ୍ପର୍କରେ ଏକ ବିବୃତ୍ତି ଜାରି…

ଶିକାର କରିବାକୁ ଘରୁ ଡାକିନେଲେ, ଜଙ୍ଗଲରେ ମୋ’ ସ୍ବାମୀଙ୍କୁ ଗୁଳିକରି ମାରିଥିବା ଅଭିଯୋଗ ଆଣି ସ୍ତ୍ରୀ କହିଲେ…

ତୁମୁଡ଼ିବନ୍ଧ,୨ା୫(ଦୀପକ କୁମାର ପରାସେଠ୍‌): ଶିକାର କରିବାକୁ ଯାଇ ଶବ ପଲଟିଲେ। ସାଥୀ ଶିକାରୀଙ୍କ ଗୁଳିରେ ଚାଲିଗଲା ଜୀବନ। ଘରୁ ଡାକି ନେଇ ଗୁଳିକରି ହତ୍ୟା କରିଛନ୍ତି ବୋଲି…

ଜିତୁ ମୁଣ୍ଡା ଘଟଣା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ, ନିବେଦନ କରି କହିଲେ…

ଭୁବନେଶ୍ୱର,୨ା୫: କେନ୍ଦୁଝରର ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ନବୀନରେ ଚିଠିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri