ଆସୁଛି ଅମ୍ଫନ: ସଜାଗ ପୁରୀ ପ୍ରଶାସନ,୯୦ ହଜାର ଲୋକଙ୍କୁ ସ୍ଥାନାନ୍ତର ଯୋଜନା

ପୁରୀ ଅଫିସ,୧୮।୫: ସମ୍ଭାବ୍ୟ ବାତ୍ୟା ଅମ୍ଫନକୁ ନେଇ ଉପକୂଳବର୍ତ୍ତୀ ପୁରୀ ଜିଲାବାସୀ ଭୟଭୀତ ହୋଇପଡ଼ିିଛନ୍ତି। ବର୍ଷକ ତଳେ ଅର୍ଥାତ୍‌ ୨୦୧୯ ମେ ୩ ତାରିଖରେ ବାତ୍ୟା ଫନୀ ପୁରୀ ଜିଲାରେ ତାଣ୍ଡବ ରଚିଥିଲା। ଏ ପର୍ଯ୍ୟନ୍ତ ସେହି ଦୁଃଖ ଦୂର ହୋଇ ନ ଥିବାବେଳେ ଅଚାନକ କରୋନା ମାଡ଼ି ଆସି ସମସ୍ତଙ୍କ ଜୀବନ ଜୀବିକାକୁ ବିପନ୍ନ କରିଦେଇଛି। ଏଭଳି ସମୟରେ ସମ୍ଭାବ୍ୟ ବାତ୍ୟା ପୁଣି ଜିଲାବାସୀଙ୍କ ମଧ୍ୟରେ ଚିନ୍ତା ଛାଇଦେଇଛି। ଅମ୍ଫନ ମୁକାବିଲା ପାଇଁ ଜିଲା ପ୍ରଶାସନ ସଜାଗ ଥିବାବେଳେ ରବିବାର ପୁରୀରେ ପହଞ୍ଚତ୍ଛନ୍ତି ୨୧ଜଣିଆ ଏନ୍‌ଡିଆରଏଫ୍‌ ଟିମ୍‌।
ଅମ୍ଫନକୁ ଦୃଷ୍ଟିରେ ରଖି ସବୁ ବ୍ଲକରେ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜିଲାପାଳ ବଲୱନ୍ତ ସିଂ କହିଛନ୍ତି। ଜିଲାର ୬ଟି ଉପକୂଳବର୍ତ୍ତୀ ବ୍ଲକ ବିଶେଷକରି ଅସ୍ତରଙ୍ଗ, କାକଟପୁର, ଗୋପ ସମେତ କୋଣାର୍କ ଏନ୍‌ଏସିରେ ବାତ୍ୟା ପ୍ରକୋପ ଅଧିକ ଅନୁଭୂତ ହେବା ଆଶଙ୍କା ଥିବାରୁ ପ୍ରଶାସନ ସଜାଗ ରହିଛି। ଜିଲାରେ ୮୮୫ଟି ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି। ପ୍ରାୟ ୯୦ ହଜାର ଲୋକଙ୍କୁ ଆବଶ୍ୟକ ସ୍ଥଳେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଲାଗି ପ୍ରସ୍ତୁତି ସରିଛି। ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ଅଗ୍ନିଶମ ବିଭାଗର ୧୪ଟି ଦଳ ସମେତ ପାଖାପାଖି ୬୦ଟି ଟିମ୍‌ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟରେ ନିୟୋଜିତ ହେବେ। ଏଥିସହ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ପୋଲିସ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି। ଘଣ୍ଟା ପ୍ରତି ୪୦ କିମି ବେଗରୁ ଅଧିକ ପବନ ହେଲେ ବିଦ୍ୟୁତ୍‌ ଯୋଗାଯୋଗ ବନ୍ଦ କରାଯିବ। ଡାକ୍ତରଖାନା ଓ ଜଳଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ ଲାଗି ୩୦ଟି ଜେନେରେଟର ସେଟ୍‌ ବନ୍ଦୋବସ୍ତ କରାଯାଇଛି। ଜିଲାରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ୍‌ ରହିଛି। ଜିଲାର ପ୍ରାୟ ୧୫୦୦ ହେକ୍ଟର ଚାଷଜମିରେ ଫସଲ ଅମଳ ହେବାକୁ ବାକି ଥିବାରୁ ଫସଲ ହାନିର ଏତେଟା ଆଶଙ୍କା ନାହିଁ। ସୋମବାର ସୁଦ୍ଧା ଫସଲ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ କୃଷି ଅଧିକାରୀ ଏବଂ କୃଷକମାନଙ୍କୁ ପରାମର୍ଶ ଦିଆଯାଇଛି। ସ୍ଥାନାନ୍ତର ହେବାକୁ ଥିବା ଲୋକେ ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ସେମାନଙ୍କ ପାଇଁ ଚିହ୍ନଟ ଆଶ୍ରୟସ୍ଥଳୀକୁ ଯିବା ଲାଗି କୁହାଯାଇଛି। ବାତ୍ୟା ପ୍ରକୋପ କମିବା ଓ ରାସ୍ତାଘାଟ ସଫା ହେବା ପରେ ଘରକୁ ଫେରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ଆଶ୍ରୟସ୍ଥଳୀଗୁଡ଼ିକରେ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ କୁହାଯାଇଛି। ଜିଲାରେ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବ୍ଲକସ୍ତରରେ କାର୍ଯ୍ୟରତ ଟିମ୍‌ ଏବଂ ପ୍ରଶାସନକୁ ସହଯୋଗ କରିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri