ଆସିଲାନି ଆମ୍ବୁଲାନ୍ସ; ସାଇକେଲ୍‌ରେ ବୁହାହେଲେ ରୋଗୀ

ଯୋଡ଼ା, ୨୩।୯ (ଡି.ଏନ.ଏ.)-କେନ୍ଦୁଝର ଜିଲାର ଯୋଡା ଯୋଡା ବ୍ଲକ ଲହଣ୍ଡା ଅଞ୍ଚଳର ଜଣେ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ନଆସିବାରୁ ପରିବାର ଲୋକେ ରବିବାର ଅପରାହ୍ନ ୨ଟା ବେଳେ ସାଇକେଲ୍‌ରେ ବୋହି ଡାକ୍ତରଖାନା ନେଉଥିବା ଦେଖିବାକୁ ମିଳିଛି ା ଖବର ନେବାରୁ ଜଣାପଡିଛି ଯେ, ଲହଣ୍ଡା ଅଞ୍ଚଳର ଶୁକୁରା ମୁଣ୍ଡାଙ୍କ ପତ୍ନୀ ଶୁକୁମାରୀ ମୁଣ୍ଡାଙ୍କ ଦେହ ଅତ୍ୟନ୍ତ ଖରାପ ହୋଇଥିବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ା ମାତ୍ର ୧୦୮ ଆମ୍ବୁଲାନ୍ସ ନଆସିବାରୁ ପରିବାର ଲୋକେ ଶୁକୁମାରୀଙ୍କୁ ସାଇକେଲ ଯୋଗେ ଯୋଡାସ୍ଥିତ କେନ୍ଦ୍ରୀୟ ଚିକିତ୍ସଳୟକୁ ନେଇଥିଲେ। ସେଠାରେ ଉପସ୍ଥିତ ଥିବା ଜଣେ ନର୍ସ ରବିବାର ଛୁଟି ଦିନ ଥିବା କହି ଡାକ୍ତରଖାନାରେ ଭର୍ତ୍ତି କରାଯିବ ନାହିଁ ବୋଲି ରୋକଠୋକ ମନା କରିଦେଇଥିବା ଶୁକୁରା ତାଙ୍କ ପ୍ରତିକ୍ରିୟାରେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ଅନ୍ୟ କୌଣସି ଉପାୟ ନପାଇ ଗୁରୁତର ଥିବା ତାଙ୍କ ପନତ୍ୀ ଶୁକୁମାରୀଙ୍କୁ ଘରକୁ ନେଇ ଯାଉଥିବା ବେଳେ ଯୋଡାରେ ଜଣେ ସହୃଦୟ ବ୍ୟକ୍ତି ସମୀର ଦାସ ସେଠାରେ ପହଞ୍ଚି ଏହି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଡାକ୍ତରଖାନାର ମୁଖ୍ୟ ଡାକ୍ତର ସୁକାନ୍ତ ଚନ୍ଦ୍ର ଦାସଙ୍କ ବାସଭବନକୁ ଯାଇ ରୋଗୀଙ୍କୁ ଆଡମିସନ୍‌ କରାଯିବା ନେଇ କଥାବାର୍ତ୍ତା କରିଥିଲେ ା ତେବେ ପରେ ଡାକ୍ତରଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରବିବାର ଛୁଟିଦିନ କହି ଭର୍ତ୍ତି କରିବାକୁ ମନା କରିଦେଇଥିବା ନର୍ସମାନେ ପୂର୍ବାହ୍ନରେ ଆସିଥିବା ଜଣେ ଶିଶୁ ରୋଗୀଙ୍କଠାରୁ ୫ଶହ ଟଙ୍କା ଉତ୍କୋଚ ନେଇ ଡାକ୍ତରଖାନାରେ ଆଡମିଶନ କରାଯାଇଥିବା ଡାକ୍ତରଖାନାରେ ରୋଗୀଙ୍କୁ ଜଗି ରହୁଥିବା ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri