ଆସିନି ବିହନ, ଆଶଙ୍କାରେ ଚାଷୀ

କାମାକ୍ଷାନଗର, ୭।୬(ଡି.ଏନ.ଏ) – ‘ଅମ୍ଫାନ୍‌’ ପ୍ରଭାବରେ ଭଲ ବର୍ଷିଛି। ଆଉ ଏବେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁଥିବା ଲଘୁଚାପ ମୌସୁମୀକୁ ସକ୍ରିୟ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ହେଲେ ଅକ୍ଷୟ ତୃତୀୟାଠାରୁ ଅଖିମୁଠି ଅନୁକୂଳ କରି ଜମିରେ ଲଙ୍ଗଲ କଷିବାକୁ ଅପେକ୍ଷା କରିଥିବା ଚାଷୀ କିନ୍ତୁ ଖୁସି ହୋଇପାରୁନି। କାରଣ ତା’ ପାଖରେ ବିହନ ନାହିଁ। କରୋନା ସଙ୍କଟ ସମୟରେ ଚାଷକୁ ଆଶ୍ରା କରି ବର୍ଷକ ପାଇଁ ଯୋଜନା କରିଥିବା ଚାଷୀ ସରକାରୀ ବିହନକୁ ଅନାଇଛି। ବିହନ ପହଞ୍ଚତ୍ବାରେ ବିଳମ୍ବ ହେଲେ ଏହାର ପ୍ରତିକୂଳ ପ୍ରଭାବ ଚାଷ ଉପରେ ପଡ଼ିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି କାମାକ୍ଷାନଗର କୃଷି ଜିଲାର ଚାଷୀ।
କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କାମାକ୍ଷାନଗର, ପରଜଙ୍ଗ, ଭୁବନ ଏବଂ କଙ୍କଡ଼ାହାଡ଼ ବ୍ଲକକୁ ନେଇ ଗଠିତ କାମାକ୍ଷାନଗର କୃଷି ଜିଲାରେ ଚଳିତ ବର୍ଷ ୭୮,୭୨୦ ହେକ୍ଟର ଜମିରେ ଖରିଫ୍‌ ଚାଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେଥିରୁ ୩୬,୬୫୦ ହେକ୍ଟରରେ ଧାନ, ୧,୬୭୦ ହେକ୍ଟରରେ ମକା, ୧,୧୮୦୫ ହେକ୍ଟରରେ ଡାଲି, ୮,୨୩୫ ହେକ୍ଟରରେ ତୈଳବୀଜ, ୧୭,୨୧୦ ହେକ୍ଟରରେ ପରିବା, ୨,୮୪୫ ହେକ୍ଟରରେ ମସଲା, ୧୭୨ ହେକ୍ଟରରେ ଆଖୁ ସମେତ କପା, ବାଜରା ଚାଷ କରିବାକୁ ଯୋଜନା କରାଯାଇଛି। କରୋନା ସଙ୍କଟ ସମୟରେ ଆର୍ଥିକ ସ୍ଥିତି ସୁଧାରିବାକୁ ଚାଷ ହିଁ ଏକମାତ୍ର ବିକଳ୍ପ ରହିଛି। ପାଗ ବି ଅନୁକୂଳ ଅଛି। ହେଲେ ଧାନ ବିହନ ଅଭାବ ଏବେ ଚାଷୀଙ୍କ ଚିନ୍ତା ବଢ଼ାଇଛି।
ଚଳିତ ବର୍ଷ କାମାକ୍ଷାନଗରରେ ୯,୮୫୪, ଭୁବନରେ ୯,୦୯୦, ପରଜଙ୍ଗରେ ୧୦,୪୬୪, କଙ୍କଡାହାଡରେ ୭,୨୪୨ ହେକ୍ଟର ଜମିରେ ଧାନଚାଷ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଅଞ୍ଚଳର ଚାଷୀମାନେ ମୁଖ୍ୟତଃ ପୂଜା, ନବୀନ, ସ୍ବର୍ଣ୍ଣ, ୧୦୦୯, କଳାଚମ୍ପା, ସାରଳା ଆଦି କିସମର ବିହନ ଉପରେ ନିର୍ଭର କରିଥାନ୍ତି। ଏଥିଲାଗି ୩,୯୩୫ କୁଇଣ୍ଟାଲ ବିହନ ଆବଶ୍ୟକ। ଅଦ୍ୟାବଧି ୧,୩୨୧ କୁଇଣ୍ଟାଲ ବିହନ ଯୋଗାଣ ହୋଇଛି। କାମାକ୍ଷାନଗରକୁ ୩୩୫, ଭୁବନକୁ ୩୮୨, ପରଜଙ୍ଗକୁ ୨୨୭, କଙ୍କଡାହାଡକୁ ୩୭୭ କୁଇଣ୍ଟାଲ ବିହନ ଆସିଛି। ଘରୋଇ ଏବଂ ବଜାରରେ ମିଳୁଥିବା ବିହନ ଉପରେ ଚାଷୀମାନେ ଭରସା କରିପାରୁ ନ ଥିବାବେଳେ ଚାଷ ଆଗକୁ କିପରି ବଢ଼ିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ କାମାକ୍ଷାନଗର କୃଷିଜିଲାରେ ଦୀର୍ଘଦିନ ହେବ କୃଷି ଅଧିକାରୀ ପଦବୀ ଖାଲି ପଡ଼ିଛି। ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧିକାରୀ ଅବସର ନେଇଯିବା ପରେ ଜିଲା ବାହାରର ଜଣେ ଅଧିକାରୀ ଏହି ଦାୟିତ୍ୱ ନିର୍ବାହ କରୁଛନ୍ତି। କର୍ମଚାରୀ ଅଭାବରୁ ଚାଷୀଙ୍କୁ ଉତ୍ତମ ମାର୍ଗଦର୍ଶନ ମିଳିପାରୁନାହିଁ, ଯାହା ବୋଝ ଉପରେ ନଳିତା ବିଡ଼ା ହୋଇଛି। ଜିଲା କୃଷି ବିଭାଗ ଏଥିରେ ହସ୍ତକ୍ଷେପ କରି ଆବଶ୍ୟକ ବିହନ ଯୋଗାଣ କରିବାକୁ ଦାବି ହେଉଛି। ଏ ନେଇ କୃଷି ଜିଲା ଅଧିକାରୀ ରାଜକିଶୋର ନାୟକ କୁହନ୍ତି, ରାଜ୍ୟ ବିହନ ନିଗମ ପକ୍ଷରୁ ଉପଖଣ୍ଡକୁ ବିହନ ଯୋଗାଣ ହୋଇଥାଏ। ବିଭାଗର ଦାବି ମୁତାବକ ବିହନ ଆସିନାହିଁ। ୧୪ ତାରିଖ ପୂର୍ବରୁ ଆବଶ୍ୟକ ବିହନ ଆସି ପହଞ୍ଚତ୍ବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ବିଦ୍ୟୁତ୍ ବିଭାଗର ଚରମ ଅବହେଳା ପ୍ରତିବାଦରେ ଉତ୍ତେଜନା: ସବଷ୍ଟେସନରେ ତାଲା ପକାଇ ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ବିଦ୍ୟୁତ୍ ବିଭାଗର ଚରମ ଅବହେଳାକୁ ନେଇ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡା ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତଙ୍କ ଉଦ୍ୟମରେ ମେଗା ରକ୍ତଦାନ ଶିବିର: ୪୦ ୟୁନିଟ୍ ରକ୍ତ ସଂଗ୍ରହ

ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ଏକ…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ବରଗଡ଼ କେନାଲରେ ଆସିବ ପାଣି, ଏହି ମୁହୂର୍ତ୍ତରେ ଖୋଲିବ ଗେଟ…

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ଆସନ୍ତା ଜୁଲାଇ ମାସ ୨ତାରିଖ ସକାଳ ୯ଟାରୁ ପାଣି ଛଡାଯିବ । ଏହାକୁ ଦୃଷ୍ଟିରେ ରଖି ଏହି କେନାଲ ଉପରେ…

୨୩ OAS ଅଧିକାରୀଙ୍କୁ ରଥଯାତ୍ରା ଦାୟିତ୍ୱ

ଭୁବନେଶ୍ୱର,୩୦।୬: ଆଗକୁ ବିଶ୍ୱ ପ୍ରସିଦ୍ଧ ପୁରୀରଥଯାତ୍ରା। ରଥଯାତ୍ରା ସୁପରିଚାଳନା ପାଇଁ ୨୩ OAS ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି…

ଚୁକ୍ତିର ଅବଧି ସରିବା ୬ ଦିନ ପୂର୍ୱରୁ ଠିପିବନ୍ଦ ବିଦେଶୀ ମଦ ଦୋକାନ ବନ୍ଦ, ଅବକାରୀ ଅଧିକ୍ଷକ କହିଲେ ତଦନ୍ତ କରାଯିବ…

ଦାରିଙ୍ଗବାଡି, ୩୦ ।୬ (ଅରୁଣ ସାହୁ ): ସରକାରଙ୍କ ଠାରୁ ଅନୁମୋଦନ ପାଇ ସରକାରଙ୍କ ସହ ଚୁକ୍ତି କରି ଖୋଲାଯାଇଥିବା ଠିପିବନ୍ଦ ବିଦେଶୀ ମଦ ଦୋକାନର ଅବଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri