ଆସିଆନ ଦେଶକୁ ବୁଝାଇବାରେ ସଫଳ ଭାରତ; ଏଫ୍‌ଟିଏ ସମୀକ୍ଷା ପାଇଁ ରାଜି

ନୂଆଦିଲ୍ଲୀ,୧୨-୯: ଆର୍ଥିକ ମାନ୍ଦାବସ୍ଥା ଏବଂ ରପ୍ତାନି ହ୍ରାସକୁ ନେଇ ଚିନ୍ତିତ ଭାରତ ପାଇଁ ଖୁସି ଖବର ଆସିଛି। ମୋଦି ସରକାରଙ୍କ ସଫଳ ଉଦ୍ୟମ କାରଣରୁ ୧୦ ଦେଶ ବିଶିଷ୍ଟ ଆସିଆନ ଦେଶ ଭାରତ ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି(ଫ୍ରି ଟ୍ରେଡ୍‌ ଏଗ୍ରିମେଣ୍ଟ ବା ଏଫ୍‌ଟିଏ)ର ସମୀକ୍ଷା ଲାଗି ରାଜି ହୋଇଛନ୍ତି। ଏଫ୍‌ଟିଏକୁ ନେଇ ଭାରତ ସହ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଆସିଆନ ଦେଶ ଆଗ୍ରହ ଦେଖାଇଛନ୍ତି।
ଏଫ୍‌ଟିଏ ସର୍ତ୍ତରେ ପରିବର୍ତ୍ତନ କରିବାକୁ ଭାରତ କ୍ରମାଗତ ଆସିଆନ ଦେଶକୁ ମନାଇବାକୁ ଚେଷ୍ଟା କରୁଥିଲା। ବର୍ତ୍ତମାନର ଏଫ୍‌ଟିଏରେ ଚୁକ୍ତିର ସମୀକ୍ଷା କରିବା ଅଥବା ଏଥିରୁ ବାହାରି ଆସିବା ଲାଗି କୌଣସି ବ୍ୟବସ୍ଥା ବା ଧାରା ଉଲ୍ଲେଖ କରାଯାଇନାହିଁ। ଆକଳନ ମୁତାବକ ଆସିଆନ ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ପରେ ସେମାନଙ୍କ ସହ ଭାରତର ବାଣିଜ୍ୟ ନିଅଣ୍ଟ ୨୫୦ ପ୍ରତିଶତ ବଢ଼ିଯାଇଛି। ଉପା ଶାସନ କାଳରେ ୨୦୧୦ ଜାନୁୟାରୀରେ ଆସିଆନ ଦେଶ ସହ ଭାରତର ଏଫ୍‌ଟିଏ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା।
ନୀତି ଆୟୋଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଆସିଆନ ଦେଶ ସହ ଭାରତର ବାଣିଜ୍ୟ ନିଅଣ୍ଟ ପରିମାଣ ୨୦୧୧ରୁ ୨୦୧୭ ମଧ୍ୟରେ ଦୁଇଗୁଣା ବୃଦ୍ଧି ପାଇ ୧୦ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ୨୦୧୧ରେ ଏହା ୫ ବିଲିୟନ ଡଲାର ଥିଲା। ଏହି ତୁଳନାରେ ଆସିଆନ ଦେଶଗୁଡ଼ିକର ପ୍ରାରମ୍ଭିକ ତଥ୍ୟ କହୁଛି ଯେ, ୨୦୧୮ରେ ଭାରତ ସହିତ ଆସିଆନ ଦେଶଗୁଡ଼ିକର ଦ୍ୱିପାକ୍ଷିକ ବାଣିଜ୍ୟ ୯.୮% ବୃଦ୍ଧି ପାଇ ୮୦.୮ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ଉଦ୍ୟୋଗ ସଂଗଠନ ଆସୋଚାମ ପକ୍ଷରୁ ଜୁଲାଇରେ ଜାରି ଏକ ସର୍ଭେରେ ଚେତାବନୀ ଦେଇ କୁହାଯାଇଛି ଯେ, ଆସିଆନ ଦେଶଗୁଡ଼ିକୁ ଭାରତରୁ ରପ୍ତାନି ୨୦୦୫-୦୬ର ୧୦.୪୧ ବିଲିୟନ ଡଲାରରୁ ବୃଦ୍ଧି ପାଇ ୨୦୧୫-୧୬ରେ ୨୫.୨୦ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ତେବେ ଏହି ଅବଧିରେ ଆମଦାନୀ ୪ଗୁଣା ବଢ଼ି ୩୯.୮୪ ବିଲିୟନ ଡଲାର ହୋଇଛି। ବ୍ୟାଙ୍କକ୍‌ରେ ଚଳିତ ସପ୍ତାହରେ ଆୟୋଜିତ ଆସିଆନ ଦେଶଗୁଡ଼ିକର ଅର୍ଥମନ୍ତ୍ରୀ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପରାମର୍ଶ ବୈଠକ ପରେ ଯୁଗ୍ମ ରୂପରେ ଏକ ବୟାନ ଜାରି କରାଯାଇଥିଲା। ଏଫ୍‌ଟିଏ ଚୁକ୍ତିର ସମୀକ୍ଷା କିଭଳି ଭାବେ ହେବ ସେ ସମ୍ପର୍କରେ ଆସନ୍ତା ବୈଠକରେ ଉପସ୍ଥାପନ କରାଯିବ। ସୂଚନାଥାଉ କି, ଆସିଆନ ଦେଶଗୁଡ଼ିକ ସହ ଭାରତର ଏଫ୍‌ଟିଏର ସମୀକ୍ଷା ପାଇଁ ଭାଜପାର ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଏବଂ ଏହାର ସହଯୋଗୀ ସଂଗଠନ ସ୍ବଦେଶୀ ଜାଗରଣ ମଞ୍ଚ ଦୀର୍ଘଦିନ ହେଲା ଦାବି କରି ଆସୁଥିଲେ। ଏହି ଚୁକ୍ତିର ସମୀକ୍ଷା କରାଯିବା ଦ୍ୱାରା ଦେଶର ରପ୍ତାନିକାରୀଙ୍କୁ ଫାଇଦା ମିଳିବ ଏବଂ ଅନ୍ୟ ଦେଶରୁ ଆମଦାନୀ କମିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri