ଖଙ୍ଗୁରୀ ସେବାଶ୍ରମ ବନ୍ଦ ହେବା ଆଶଙ୍କା: ୫ ଶ୍ରେଣୀରେ ପଢୁଛନ୍ତି ୧୧ ଛାତ୍ରୀଛାତ୍ର

ନୂଆଗାଁ,୧୨ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତରେ ଥିବା ଖଙ୍ଗୁରୀ ସେବାଶ୍ରମ ବନ୍ଦ ହେବା ଆଶଙ୍କା ଉପୁଜିଛି। ୫ ଶ୍ରେଣୀରେ ବର୍ତ୍ତମାନ ଏଠାରେ ପଢୁଛନ୍ତି ମାତ୍ର ୧୧ ଛାତ୍ରୀଛାତ୍ର। ହଷ୍ଟେଲ ସୁବିଧା ନ ଥିବାରୁ ଏଠାରୁ ଅଭିଭାବକମାନେ ମୁହଁ ଫେରାଉଛନ୍ତି।
ନୟାଗଡ଼ ଜିଲାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ମୋଟ ୩୧ ଗୋଟି ସ୍କୁଲ ରହିଛି। ସେଥିମଧ୍ୟରେ ୪ ହାଇସ୍କୁଲ, ୨୦ ଆଶ୍ରମ ବିଦ୍ୟାଳୟ ଓ ୭ ସେବାଶ୍ରମ ଅନ୍ତର୍ଭୁକ୍ତ। ମାଳିସାହି ପଞ୍ଚାୟତରେ ଅନେକ ଆଦିବାସୀ ଅଞ୍ଚଳ ରହିଥିବାରୁ ସେଠାକାର ଅନୁସୂଚିତ ଜାତି ଓ ଜନଜାତିର ପିଲାଙ୍କ ପଢିବା ଉଦ୍ଦେଶ୍ୟରେ ୧୯୫୯ ମସିହାରେ ଖଙ୍ଗୁରୀଠାରେ ନିଜସ୍ବ ୭୮ ଡେସିମିଲ ଜାଗାରେ ସ୍କୁଲ ସ୍ଥାପନା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସେହି ପରିସର ତଥା ସେବାଶ୍ରମ ସ୍କୁଲ ଜାଗାରେ ଗଢିଉଠିଛି ଗଣଶିକ୍ଷା ବିଭାଗର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସମନ୍ବିତ ଶିଶୁ ବିକାଶ ବିଭାଗର ଏକ ଅଙ୍ଗନଓ୍ବାଡି କେନ୍ଦ୍ର। ସେବାଶ୍ରମର ନିଜସ୍ବ ଜାଗା ଥିବା ସତ୍ତ୍ୱେ ସେଠାରେ ଏକ ହଷ୍ଟେଲ ନିର୍ମାଣ କରା ନ ଯାଇ ଗଣଶିକ୍ଷା ବିଭାଗକୁ ଜାଗା ଦେବା ଫଳରେ କେବଳ ସ୍କୁଲକୁ ଆସି ପାଠ ପଢିବା ପାଇଁ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅନ୍ୟପକ୍ଷରେ ଯେଉଁ ସ୍ଥାନରେ ସ୍କୁଲରେ ପାଠ ପଢିବା ସହ ହଷ୍ଟେଲ ସୁବିଧା ରହିଛି ଅଭିଭାବକମାନେ ସେହି ସ୍ଥାନରେ ପିଲାଙ୍କର ନାମ ଲେଖାଉଛନ୍ତି। ଯାହା ଫଳରେ ଖଙ୍ଗୁରୀ ସେବାଶ୍ରମର ଛାତ୍ର ଉପସ୍ଥାନ କମିବାରେ ଲାଗିଛି। ଚଳିତ ବର୍ଷ ବିଦ୍ୟାଳୟରେ ୧ମରୁ ୫ମ ଶ୍ରେଣୀ ଯାଏ ମୋଟ ୧୧ ଛାତ୍ରୀଛାତ୍ର ପଢୁଥିବା ବେଳେ ୨ ଜଣ ଶିକ୍ଷୟିତ୍ରୀ ରହିଛନ୍ତି। ସେବାଶ୍ରମଟି ଜିଲା ସଦର ମହକୁମାଠାରୁ ମାତ୍ର ୧୧ କିଲୋମିଟର ଦୂରରେ ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆଢୁଆଳରେ ରହିଥିବାରୁ ତାହା ଆବାସିକ ସ୍କୁଲରେ ପରିଣତ ହୋଇପାରୁ ନାହିଁ। ୨୦୧୮-୧୯ରେ ପି.ଟି.ଏ. (ଅଭିଭାବକ-ଶିକ୍ଷକ ସଂଘ) ବୈଠକରେ ଅଭିଭାବକମାନେ ଏ ବିଷୟରେ ନୂଆଗାଁ ବ୍ଲକ ସମ୍ପ୍ରସାରଣ ଅଧିକାରୀଙ୍କୁ ଜଣାଇବାରୁ ସେ ତାହା ଆମ ଦ୍ୱାରା ହୋଇପାରିବ ନାହିଁ ବୋଲି କହିଥିଲେ। ସେବାଶ୍ରମଟିକୁ ଆବାସିକ କରା ନ ଗଲେ ଛାତ୍ର ଉପସ୍ଥାନ କମିବା ସାଙ୍ଗକୁ ସ୍କୁଲର ବିଲୟ ଘଟିବ ବୋଲି କହିଛନ୍ତି ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀ ସୁମିତ୍ରା ପାତ୍ର । ସ୍କୁଲ ପରିଚାଳନା କମିଟି ସଭାପତି ବାଟୁ ପ୍ରଧାନ କହନ୍ତି, ସରକାର ଅନୁସୂଚିତ ଜାତି ଓ ଜନଜାତିର କଲ୍ୟାଣ ପାଇଁ ଅନେକ ଯୋଜନା କରୁଛନ୍ତି। ଏହି କ୍ରମରେ ଖଙ୍ଗୁରୀ ସେବାଶ୍ରମ ପ୍ରତି ଦୃଷ୍ଟି ଦେଇ ସେହି ପରିସରରେ ଏକ ହଷ୍ଟେଲ ନିର୍ମାଣ କଲେ ସ୍କୁଲରେ ଛାତ୍ର ଉପସ୍ଥାନ ବଢିବା ସାଙ୍ଗକୁ ଏହା ସ୍ଥାୟୀ ହୋଇ ରହିପାରନ୍ତା। ଏ ସମ୍ପର୍କରେ ବ୍ଲକ ସମ୍ପ୍ରସାରଣ ଅଧିକାରୀ ମଳୟ ରଞ୍ଜନ ଚିନରାଙ୍କୁ ପଚାରିବାରୁ ସେ କହିଥିଲେ, ଆମେ ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛୁ । ବିଦ୍ୟାଳୟଟି ବନ୍ଦ ନ କରିବା ପାଇଁ ଚେଷ୍ଟା ଜାରି ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri