ଆସନ୍ତା ୫୦ ବର୍ଷ ମଧ୍ୟରେ ଭାରତରେ ଅନୁଭୂତ ହେବ ସାହାରା ମରୁଭୂମି ଭଳି ତାତି: ୧୨୦ କୋଟି ଭାରତୀୟ ହେବେ ପ୍ରଭାବିତ

ଲଣ୍ଡନ/ନୂଆଦିଲ୍ଲୀ,୬।୫: ସାରା ପୃଥିବୀରେ ବିଶ୍ୱତାପନ ଯୋଗୁ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି। ଏହାର ପ୍ରଭାବ ଯଦି ଜାରି ରୁହେ, ତେବେ ଆସନ୍ତା ୫୦ ବର୍ଷ ମଧ୍ୟରେ ଭାରତରେ ସାହାରା ମରୁଭୂମି ଭଳି ତାତି ଅନୁଭୂତ ହେବ। ଏହାଦ୍ୱାରା ୧୨୦ କୋଟି ଭାରତୀୟ ପ୍ରଭାବିତ ହେବେ ବୋଲି ବ୍ରିଟେନ୍‌ର ଏକ୍ସଟେର ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ବିଶ୍ୱତାପନର ପ୍ରଭାବ ଦ୍ୱାରା ଏଭଳି ସମସ୍ୟା ଦେଖାଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଯାହାକି ଗତ ୬ ହଜାର ବର୍ଷ ମଧ୍ୟରେ ପୃଥିବୀରେ ଦେଖାଯାଇ ନ ଥିଲା ବୋଲି ଏଥିରେ ଦର୍ଶାଯାଇଛି। ଏହାଯୋଗୁ ନାଇଜେରିଆର ୪୮ କୋଟି ୫୦ ଲକ୍ଷ ଲୋକ ପ୍ରଭାବିତ ହେବେ। ସେହିପରି ପାକିସ୍ତାନର ୧୮ କୋଟି ୫୦ ଲକ୍ଷ, ଇଣ୍ଡୋନେସିଆର ୧୪ କୋଟି ୬୦ ଲକ୍ଷ, ଏବଂ ସୁଦାନର ୧୦ କୋଟି ୩୦ ଲକ୍ଷ, ନାଇଜରରେ ୧୦ କୋଟି ଜନସାଧାରଣଙ୍କୁ ପ୍ରବଳ ତାତିର ସମ୍ମୁଖୀନ ହେବାକୁ ପଡ଼ିବ। ସେହିପରି ଫିଲିପାଇନ୍ସ୍‌ର ୯ କୋଟି ୯୦ ଲକ୍ଷ, ବାଂଲାଦେଶର ୯ କୋଟି ୮୦ ଲକ୍ଷ, ବୁର୍କିନା ଫାସୋର ୬ କୋଟି ୪୦ ଲକ୍ଷ ଏବଂ ଥାଇଲାଣ୍ଡର ୬ କୋଟି ୨୦ ଲକ୍ଷ ଲୋକ ଏହା ଦ୍ୱାରା ପ୍ରଭାବିତ ହେବେ। ଲଣ୍ଡନର ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍ସେଜ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ମନୁଷ୍ୟ ସର୍ବନିମ୍ନ୍‌ ୬ ଡିଗ୍ରୀରୁ ଆରମ୍ଭ କରି ସର୍ବାଧିକ ୨୮ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାତ୍ରା ଅନୁଭୂତ ହେଉଥିବା ଅଞ୍ଚଳରେ ବସବାସ କରିବାକୁ ବିଶେଷ ଭାବେ ପସନ୍ଦ କରିଥାଏ। ବିଶ୍ୱତାପନ ଯୋଗୁ ପୃଥିବୀର ତାପମାତ୍ରାରେ ହାରାହାରି ୩ ଡିଗ୍ରୀ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଭାରତରେ ସମ୍ପ୍ରତି ଖରାଦିନେ ହାରାହାରି ତାପମାତ୍ରା ୪୮ ଡିଗ୍ରୀ ରହୁଥିବାବେଳେ ଚଳିତ ଶତାବ୍ଦୀ ଶେଷ ବେଳକୁ ଏହା ବଢ଼ି ୫୫ରୁ ୫୬ ଡିଗ୍ରୀ ହୋଇଯିବ ବୋଲି ଅନୁମାନ କରାଯାଉଛି। ବେଜନିଜେନ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ମାର୍ଟେନ୍‌ ଶେଫରଙ୍କ ଅନୁସାରେ ୨୯ ଡିଗ୍ରୀ ତାପମାତ୍ରାରେ ବସବାସ କରିବା ମନୁଷ୍ୟ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଏପରିସ୍ଥଳେ ହାରାହାରି ୫୦ ଡିଗ୍ରୀରୁ ଅଧିକ ତାପମାତ୍ରାରେ କିଭଳି ରହିହେବ ତାହା ବେଶ୍‌ ଚିନ୍ତା ଜନକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମହାମାରୀକୁ ନେଇ ଟ୍ରମ୍ପଙ୍କ ଉପରେ ବର୍ଷିଲେ ଓବାମା

ୱାଶିଂଟନ,୨୨ ।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ବେଳକୁ ବେଳ ପାଖେଇ ଆସୁଥିବା ବେଳେ ପ୍ରାର୍ଥିମାନେ ପରସ୍ପର ଉପରେ ଆକ୍ରମଣ କରିବା ମୁଡ୍‌ରେ ଥିବା ଦେଖାଯାଇଛି ।...

ସିରିଆରେ ଭୟଙ୍କର ବିସ୍ଫୋରଣ

ସିରିଆ,୩।୬: ସିରିଆ ଉତ୍ତର ପଶ୍ଚିମ ସହର ଅଜାଜରେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋଟକ ସାମଗ୍ରୀରେ ଭର୍ତ୍ତି ଥିବା କାର ଜନଗହଳିପୂର୍ଣ୍ଣ ସ୍ଥାନରେ ହଠାତ୍‌ ବିସ୍ଫୋରଣ ହୋଇଥିଲା।...

୧୬-ସାଇକ୍‌ ଗ୍ରହାଣୁରେ ଭରି ରହିଛି ଟନ୍‌ ଟନ୍‌ ସୁନା ଓ ପ୍ଲାଟିନମ୍‌

ଓ୍ବାଶିଂଟନ୍‌,୨୫।୮: ପୃଥିବୀ ନିକଟକୁ ଗ୍ରହାଣୁ ଆସିଲେ ମହାକାଶ ବିଜ୍ଞାନୀଙ୍କ ମନରେ ଶଙ୍କା ଜାତ ହୋଇଥାଏ। ଯଦି ଦୈବାତ୍‌ ଏହା ପୃଥିବୀ ସହ ଧକ୍କା ଲାଗିଲା ତେବେ...

୫ଶହ ଟଙ୍କା ଦେଲେ କଏଦୀ ଭଳି ରହିବାକୁ ମିଳେ ଏହି ଜେଲ୍‌ରେ…

ଜେଲ୍‌ରେ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀଙ୍କୁ ରଖାଯାଇଥାଏ। ତେବେ ଏପରି ଏକ ଜେଲ୍‌ ରହିଛି ଯେଉଁଠି ଦେଶ ବିଦେଶରୁ ପର୍ଯ୍ୟଟକ କଏଦୀଭାବେ ରହିବାକୁ ଆସିଥାନ୍ତି।...

ତାଲିବାନ୍‌ ସପକ୍ଷରେ ମହିଳାଙ୍କ ରାଲି

କାବୁଲ, ୧୨।୯(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନରେ ତାଲିବାନ ଶାସନକୁ ବିରୋଧ କରି ବିକ୍ଷୋଭରେ ସାମିଲ ହେଉଥିବା ମହିଳାମାନଙ୍କ ମାଡ଼ ମରାଯିବା ସହ ହତ୍ୟା ଧମକ ଦିଆଯାଉଛି। ସେମାନଙ୍କ ବିକ୍ଷୋଭ...

ସ୍ତ୍ରୀଙ୍କ ପାଇଁ ତାଜମହଲ ଭଳି ଘର

ଶାହଜାହାନ ନିଜର ଅତି ପ୍ରିୟ ରାଣୀ ମମତାଜଙ୍କ ସ୍ମୃତିରେ ପ୍ରେମର ସ୍ମାରକୀଭାବେ ପରିଚିତ ତାଜମହଲକୁ ନିର୍ମାଣ କରିଥିଲେ। ଏହାକୁ ଦେଖିଲେ ଅନୁଭବ ହୁଏ ସତରେ ଶାହଜାହାନ...

ସିରିଆ ଉପରେ ଇସ୍ରାଏଲର ଆକ୍ରମଣ…

ଜେରୁଜେଲମ/ଦାମାସକସ,୨।୧ : ଇସ୍ରାଏଲ ସେନା ସିରିଆ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଦାମାସକସ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ କରୁଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ସିରିଆର ଦୁଇ ଜଣ...

ଭାରତ-ପାକିସ୍ତାନ ସୀମାରେ ଯବାନଙ୍କ ଭାଙ୍ଗଡ଼ା ନୃତ୍ୟ: ସାହସକୁ ସମ୍ନାନ ଜଣାଇଲେ ସେହଓ୍ବାଗ୍‌

ନୂଆଦିଲ୍ଲୀ, ୧୮।୭: ଭାରତ-ପାକିସ୍ତାନ ସୀମାରେ ଥିବା ଭାରତୀୟ ଯବାନଙ୍କ ନୃତ୍ୟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ୪/୫ ଜଣ...

Advertisement
Archives

Model This Week