ଆଶାକର୍ମୀଙ୍କ ଘରୁ ୨ଶିଶୁପୁତ୍ର ଉଦ୍ଧାର

ନୟାଗଡ଼ ଅଫିସ/ଓଡ଼ଗଁା,୩।୨(ସ୍ବ.ପ୍ର.):ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ ପାଣ୍ଡେରିପଡ଼ା ପଞ୍ଚାୟତ ମଦନପୁର ଗଁାର ଆଶାକର୍ମୀ ସସ୍ମିତା ପଣ୍ଡାଙ୍କ ଘରୁ ଗୁରୁବାର ନୟାଗଡ଼ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ୨ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛନ୍ତି ା ଜଣଙ୍କ ବୟସ ୪ ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କ ବୟସ ୧ ବର୍ଷ । ଶିଶୁ ପୁତ୍ର ଦୁହେଁ ଆଶା କର୍ମୀଙ୍କର ନୁହେଁ ବୋଲି ଅଭିଯୋଗ ମିଳିବା ପରେ ଚଢ଼ାଉ ହୋଇଥିଲା । ଚାଇଲ୍ଡ ଲାଇନ ପକ୍ଷରୁ ୨ ଶିଶୁଙ୍କୁ ଜିଲା ଶିଶୁ ମଙ୍ଗଳ ସମିତି(ସିଡବ୍ଲ୍ୟୁସି)ରେ ହଜାର କରାଯାଇଥିଲା । ସିଡବ୍ଲ୍ୟୁସିର ନିର୍ଦ୍ଦେଶ ଅନୁସାରେ ପିଲାଦ୍ୱୟଙ୍କୁ ଖଣ୍ଡପଡ଼ା ରୋଡର ସ୍ବତନ୍ତ୍ର ଆବାସ ଗୃହରେ ରଖାଯାଇଛି । ଅନ୍ୟପକ୍ଷେ ଘଟଣାର ତଦନ୍ତ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନେବାକୁ ସିଡବ୍ଲ୍ୟୁସି ନିର୍ଦ୍ଦେଶ ଦେଇଛି । ତେବେ ଆଶାକର୍ମୀ ଦୁଇ ଶିଶୁପୁତ୍ରଙ୍କ ଯେଉଁ ଜନ୍ମ ପ୍ରମାଣ ପତ୍ର ଦେଖାଉଛନ୍ତି ସେଥିରେ ସନ୍ଦେହ ଉପୁଜିଥିବାରୁ ସିଡବ୍ଲ୍ୟୁସି ପ୍ରଶ୍ନ ଉଠାଇ ତଦନ୍ତ ନିର୍ଦ୍ଦେଶ ଦେଇଛି ।
ସୂଚନା ଅନୁସାରେ ଆଶାକର୍ମୀଙ୍କ ୨ ଝିଅ ଥିଲେ । ସେମାନେ ବାପାଙ୍କ ପାଖରେ ଅଛନ୍ତି । ମା’ଅଲଗା ରହୁଥିଲେ। ଏବେ ୨ଶିଶୁପୁତ୍ରଙ୍କ ନଁାରେ ଅଙ୍ଗନୱାଡିରୁ ଶିଶୁ ଖାଦ୍ୟ ଉଠାଇବା ପରେ ସନ୍ଦେହ ଉପୁଜି ଥିଲା । ୨ ମାସ ହେଲା କୁଆଡ଼େ ଶିଶୁ ଖାଦ୍ୟ ଅଙ୍ଗନୱାଡିରୁ ଆଶାକର୍ମୀ ନେଉଛନ୍ତି। ଛୁଆ ଦୁଇଟି ତାଙ୍କର ବୋଲି ଜନ୍ମପ୍ରମାଣ ପତ୍ର ଦାଖଲ କରିଥିଲେ । ଅନ୍ୟପକ୍ଷେ ୬ମାସ ହେଲା ଦୁଇ ଶିଶୁ ଆଶାକର୍ମୀଙ୍କ ଘରେ ଦେଖିବାକୁ ମିଳିଛି । ଦୁଇ ଶିଶୁଙ୍କୁ ସେ ଭୁବନେଶ୍ୱରରୁ ଆଣିଥିବା ସନ୍ଦେହ କରାଯାଉଛି । ଏନେଇ ସିଡବ୍ଲ୍ୟୁସି ସଭାପତି ସନ୍ତୋଷ କୁମାର ସାହୁ କୁହନ୍ତିି, ଓଡ଼ଗଁା ଅଞ୍ଚଳରୁ ଉଦ୍ଧାର ହୋଇଥିବା ଶିଶୁପୁତ୍ର ଦୁହେଁ ଆଶାକର୍ମୀଙ୍କର ବୋଲି ପ୍ରମାଣ ପତ୍ର ଦେଖାଇବା ଦରକାର । ସେ କେବଳ ଜନ୍ମ ପ୍ରମାଣପତ୍ର ଦେଖାଇଛନ୍ତି ଯେଉଁଥିରେ ସନ୍ଦେହ ହୋଇଛି । ଜନ୍ମ ପ୍ରମାଣ ପତ୍ର ସମେତ ଆଉ କ’ଣ ପ୍ରମାଣପତ୍ର ଅଛି ତାର ତଦନ୍ତ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏ ସଂକ୍ରାନ୍ତରେ ଆଶାକର୍ମୀ ପଣ୍ଡା କହିଛନ୍ତି, ସାନ ପୁଅଟି ମୋର ଓ ବଡ଼ପୁଅ ମୋ ବଡ ଭାଇଙ୍କର। ସାନର ବୟସ ୧ ବର୍ଷ ା ବଡ଼ ପୁଅର ବୟସ ୪ ବର୍ଷ । ମୋ ବଡ଼ ଭାଇ ଜଣେ ନାବାଳିକାଙ୍କ ସହ ସମ୍ପର୍କ ରଖିଥିଲେ । ତାଙ୍କ ଗର୍ଭରୁ ପିଲାଟି ଜନ୍ମ ନେବା ପରେ ତାକୁ ମୁଁ ଲାଳନ ପାଳନ କରୁଛି। ସାବାଳିକା ହେବା ପରେ ମୋ ବଡ଼ ଭାଇ ସମ୍ପୃକ୍ତା ନାବାଳିକାଙ୍କୁ ବିବାହ କରିଛନ୍ତି। ଛୁଆକୁ ସିଡବ୍ଲ୍ୟୁସି ନେବା ପରେ ମୋ ଭାଉଜ ଓ ଭାଇ ଆସି ସତ କଣ ଜଣାଇବେ ବୋଲି ସେ କହିଛନ୍ତି । ପିଲାଦ୍ୱୟ ଆମର ବୋଲି ମୁଁ ପ୍ରମାଣ ପତ୍ର ଦାଖଲ କରିଛି । ମୋର ଦୁଇଟି ଝିଅ, ଗୋଟିଏ ପୁଅ ା ମୋ ପୁଅ ଓଡ଼ଗଁା ଡାକ୍ତରଖାନାରେ ଜନ୍ମ ହୋଇଛି । ହେଲେ ମୋର କଥାକୁ ପୋଲିସ, ଚାଇଲ୍ଡ ଲାଇନ ଓ ସିଡବ୍ଲ୍ୟୁସି କେହି ଶୁଣୁ ନାହାନ୍ତି । ଡିଏନ୍‌ଏ ଷ୍ଟେଟ କଲେ ପୁଅ କାହାର ପ୍ରମାଣ ହୋଇଯିବ । ମୁଁ ଓ ମୋର ଭାଉଜ ଏଥିପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ମୋତେ ନ୍ୟାୟ ଯୋଗାଇ ଦିଆଯାଉ । ଦୁଇ ପିଲା କିପରି ମୋ ପାଖକୁ ଶୀଘ୍ର ଫେରି ଆସିବେ ସେନେଇ ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri