ଆଶା,ଆଶଙ୍କାରେ ଭକ୍ତ

ବାରିପଦା ଅଫିସ,୧୧ା୬- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ମନ୍ଦିରରେ ଆଉ ୧୨ ଦିନ ପରେ ଅର୍ଥାତ୍‌ ୨୩ ତାରିଖରେ ହେବ ରଥଯାତ୍ରା। ମହାମାରୀ କରୋନାକୁ ନେଇ ଜୁନ୍‌ ୩୦ ପର୍ଯ୍ୟନ୍ତ ସମସ୍ତ ଧାର୍ମିକପୀଠସ୍ଥଳୀ ବନ୍ଦ ହୋଇଥିବା ବେଳେ ଏଥର କିପରି ରଥଯାତ୍ରା କରାଯିବ ତାହାକୁ ନେଇ ସମସ୍ତେ ଆଶା ଓ ଆଶଙ୍କାରେ ରହିଛନ୍ତି। କିଛିଦିନ ତଳେ ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିଲା। ଏଥର ରଥଯାତ୍ରାରେ ଶ୍ରଦ୍ଧାଳୁମାନେ ରଥ ଟାଣିବେ ନା ନାହିଁ ସେଥିତ୍ନେଇ ଅନିଶ୍ଚିତତା ଲାଗିରହିଛି। ମାତ୍ର ରଥ କାରିଗରମାନେ ରଥ ନିର୍ମାଣ କାର୍ଯ୍ୟରେ ହେଳା କରିନାହାନ୍ତି। ଦିନ ରାତି ପରିଶ୍ରମ କରି ସାମାଜିକ ଦୂରତ୍ୱ ଅବଲମ୍ବନ ଓ ମାସ୍କ ପିନ୍ଧି ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ପୂର୍ବରୁ ରଥ ନିର୍ମାଣ ପାଇଁ ୩ ମାସ ସମୟ ଦିଆଯାଉଥିବା ବେଳେ ବର୍ତ୍ତମାନ ମାତ୍ର ଦେଢ଼ମାସ ସମୟ ଦିଆଯାଇଛି। ଏହା ମଧ୍ୟରେ ରଥ ନିର୍ମାଣର ଅଧିକାଂଶ କାର୍ଯ୍ୟ ସରି ଯାଇଥିବା ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ପ୍ରତିବର୍ଷ ରଥ ନିର୍ମାଣ ଲାଗି ୪୦୦୦ରୁ ୪୫୦୦ ଲଗ୍‌ କାଠ ଲାଗେ। ହେଲେ ଚଳିତ ବର୍ଷ ଏଥିରୁ ମାତ୍ର ୪୦ ପ୍ରତିଶତ ଅର୍ଥାତ୍‌ ୧୬୦୦ ଲଗ୍‌ କାଠ ଦିଆଯାଇଛି। ବାକି ପୁରୁଣା କାଠରେ କାମଚଳା ଭାବେ ରଥନିର୍ମାଣ କରାଯାଉଛି। ୨୯ ଜଣ ବାରଚିଅ, ୮ ଜାଗିରିଙ୍କୁ ମିଶାଇ ମୋଟ ୩୭ ଜଣ କାରିଗରଙ୍କୁ ନେଇ ରଥ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଅନ୍ୟପକ୍ଷେ ସେବାୟତମାନେ ଅଭିଯୋଗ କରିଛନ୍ତି ଯେ, ପ୍ରତିବର୍ଷ ରଥଯାତ୍ରାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଥାଏ, ହେଲେ ଚଳିତ ବର୍ଷ କୌଣସି ପ୍ରସ୍ତୁତି ବୈଠକ ହୋଇ ନାହିଁ। ଯାହାକୁ ନେଇ ସେବାୟତମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ପ୍ରଶାସନ ପକ୍ଷରୁ କରୋନା ଯୋଗୁ ବୈଠକ ହୋଇ ପାରୁ ନ ଥିବା କୁହାଯାଉଥିଲେ ମଧ୍ୟ ସେବାୟତମାନେ ଏହାକୁ ମାନିବାକୁ ନାରାଜ। କାରଣ ଜିଲାରେ ଅନ୍ୟ ବୈଠକ ହେଉଥିବା ବେଳେ ପୁରୀରେ ମଧ୍ୟ ରଥ ଯାତ୍ରା ପାଇଁ ବୈଠକ ହେଉଛି। ସାମାଜିକ ଦୂରତ୍ୱ ଅବଲମ୍ବନ କରି ରଥଯାତ୍ରା ପାଇଁ ବୈଠକ କରାଗଲେ ଭଲ ହୁଅନ୍ତା ବୋଲି ସେବାୟତମାନେ ପ୍ରକାଶ କରିଛନ୍ତି। ଏ ନେଇ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ବସନ୍ତ କୁମାର ସେଠୀଙ୍କୁ ପଚାରିବାରୁ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି, ରାଜ୍ୟ ସରକାରଙ୍କଠାରୁ ଯାହା ନିର୍ଦ୍ଦେଶ ଆସିବ ସେହି ପ୍ରକାର ରଥଯାତ୍ରା ଅନୁଷ୍ଠିତ ହେବ। ସେହଭିଳି ଚଳିତବର୍ଷ ଜନ ସମାଗମ ନ ହେବା ଆଶଙ୍କା ଥିବାରୁ ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତି ବୈଠକ କରାଯାଇ ନାହିଁ। ଆଗାମୀ ଦିନରେ ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ କରାଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ

ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ…

ଗଣେଶ ଚତୁର୍ଥୀ ପୂର୍ବରୁ ଜନ୍ମ ନେଲା ହାତୀ ଛୁଆ, କେନ୍ଦୁଝରରେ ଖୁସିର ଲହରୀ

କେନ୍ଦୁଝର,୧୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ଦିନ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନ୍‌ରେ ଏକ ନୂତନ ହାତୀ ଛୁଆ ଜନ୍ମ ହୋଇଛି । ଗଣେଶ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?