ଆଳୁ ଗୋଦାମ ଶ୍ରମିକଙ୍କୁ ସ୍ବଚ୍ଛତା କିଟ୍‌, ମାସ୍କ ବଣ୍ଟନ

ବଲାଙ୍ଗୀର ଅଫିସ, ୨୪ା୪- ବଲାଙ୍ଗୀର ସହରର ଆଳୁ ଗୋମାମଗୁଡିକରେ କାର୍ଯ୍ୟରତ ଶ୍ରମିକଙ୍କୁ କରୋନା ସଚେତନତା ସହ ସ୍ବଚ୍ଛତା କିଟ୍‌ ଓ ମାସ୍କ ବଣ୍ଟନ କରାଯାଇଛି । ମାହେଶ୍ୱରୀ ସଙ୍ଗଠନ ଏବଂ ଭାଗ୍ୟଲକ୍ଷ୍ମୀ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ସଦସ୍ୟମାନେ ସ୍ବଚ୍ଛତା କିଟ୍‌ ଏବଂ ମାସ୍କ ଆଣି ସେଠାରେ ଉପସ୍ଥିତ ଶ୍ରମିକଙ୍କୁ ବାଣ୍ଟିଥିଲେ । ସେଠାରେ କାମ କରିବା ସମୟରେ କିଭଳି ସାମାଜିକ ଦୂରତ୍ୱ ବଜାୟ ରଖିବେ, ସ୍ବଚ୍ଛତା ଅବଲମ୍ବନ କରିବେ, ସାନିଟାଇଜର ବ୍ୟବହାର, ବାରମ୍ବାର ସାବୁନ୍‌ରେ ହାତ ଧୋଇବା, ହାତକୁ ମୁହଁ, ପାଟି ଓ ଆଖିରେ ନ ଲଗାଇବାକୁ ଶ୍ରମିକମାନଙ୍କୁ ବୁଝାଇଥିଲେ। ସମଲେଶ୍ୱରୀ ମନ୍ଦିର ପାଖ ଆଳୁ ଗୋଦାମରେ କାର୍ଯ୍ୟରତ ଶ୍ରମିକଙ୍କୁ ସ୍ବଚ୍ଛତା କିଟ୍‌ ଓ ମାସ୍କ ବଣ୍ଟନ କରାଯାଇଥିଲା । ମାହେଶ୍ୱରୀ ସଙ୍ଗଠନର ଅଙ୍କୁଶ କୁମାର ପାଣ୍ଡିଆ, ଶୋଭନ କୁମାର ଅଗ୍ରୱାଲ, ସଚିତାନନ୍ଦ ମିଶ୍ର, ତୁଷାର ରଞ୍ଜନ ଦାଶ, ଶିବାନନ୍ଦ ସାହାଣୀ, ସୌମ୍ୟ ରଞ୍ଜନ ବେହେରା, ବିଷ୍ଣୁପ୍ରିୟା ପାଣି, ଇଶିକା ଦାସ, ସୋନିଆ ବେଜ୍‌, ନୂତନ ଦାସ, ଭାଗ୍ୟଲକ୍ଷ୍ମୀ ସୟଂ ସହାୟକ ଦଳର ରିତା ସାହୁ, ବନିତା ନାଗ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଓଭରଟେକ୍‌ ଘଟଣା: ୫ ଘଣ୍ଟା ଥାନାରେ ଅଟକିଲା ୨ କାର

ରୂପ୍‌ସା, ୨୨।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ସଦସ ବ୍ଲକ ଅନ୍ତର୍ଗତ ମିରିଗିମୁଣ୍ଡି ଚୂଡ଼ାଖିଆ ପୋଲ ଠାରେ ସୋମବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର...

ପ୍ରବେଶପଥ ବନ୍ଦ କରିଦେଲେ ଗ୍ରାମବାସୀ

ବରଗଡ଼ ଅଫିସ୍‌,୨୭।୩-ଘାତକ କରୋନା ଭୂତାଣୁ(କୋଭିଡ୍‌-୧୯)ଏବେ ସାରାବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ଏହି ଭୂତାଣୁ ସଂକ୍ରମଣ ଗୋଟିଏ ଦେଶରୁ ଅନ୍ୟଦେଶକୁ ବ୍ୟାପୁଥିବାବେଳେ ମୃତକ ଓ ସଂକ୍ରମିତଙ୍କ...

ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ବଦଳି

ରତ୍ନଗିରି,୪ା୪ (ଡି.ଏନ୍.ଏ.)-କୌଣସି କାରଣ ନ ଦର୍ଶାଇ ଅନୁପସ୍ଥିତ ରହିବା ଯୋଗୁ ଯାଜପୁର ଜିଲାର ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ହେମନ୍ତ କୁମାର ମହାରଣାଙ୍କୁ...

ଟ୍ରଲର ଧକ୍କାରେ ୨ ମୃତ, ୩ ଆହତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କଳିଙ୍ଗନଗର,୧୫ା୬(ଡି.ଏନ.ଏ.)-କଳିଙ୍ଗନଗର ବିଜୁ ପଟ୍ଟନାୟକ ମାର୍ଗ ମାନତିରା ସାଇଜର ଲଜିଷ୍ଟିକ ପାର୍କ ନିକଟରେ ସୋମବାର ଅପରାହ୍ନରେ ଏକ ଟ୍ରଲର ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ...

ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ବାଜିଲା ବିଗୁଲ। ବହୁ ଚର୍ଚ୍ଚିତ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲ ୧୭ ତାରିଖରେ ଏହି ଉପନିର୍ବାଚନ...

ତ୍ରିବେଣୀ ସଙ୍ଗମ ଆରତୀରେ ସ୍ବଚ୍ଛତାର ବାର୍ତ୍ତା

ସୋନପୁର,୧୩।୧୧(ନି.ପ୍ର.)-ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସୁବର୍ଣ୍ଣପୁରର ପ୍ରାଚୀନ ଶୈବପୀଠ ରାମେଶ୍ୱର ତ୍ରିବେଣୀ ସଙ୍ଗମ ତଥା ସ୍ବର୍ଣ୍ଣ ପ୍ରୟାଗଠାରେ ୬ଷ୍ଠ ବର୍ଷ ତ୍ରିବେଣୀ ସଙ୍ଗମ ଆରତୀ ମହାସମାରୋହରେ...

ଚିତ୍ରକୋଣ୍ଡାର ୧୮ଟି ପଞ୍ଚାୟତ ବସ୍‌ ସେବାରୁ ବଞ୍ଚିତ

ଚିତ୍ରକୋଣ୍ଡା,୧୧।୬(ଡି.ଏନ୍‌.ଏ): କରୋନା ମହାମାରୀ ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହେବା ପରେ ମାର୍ଚ୍ଚ ମାସ ୨୩ଠାରୁ ସମସ୍ତ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ଫଳରେ...

ମା’ଙ୍କ ଶବଦାହ ପାଇଁ ମନା କରିଦେଲା ପୁଅ

ବରଗଡ଼ ଅଫିସ୍‌,୧୧।୯: ନୂଆଁଖାଇରେ ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ହୋଇପଡ଼ି ଥିବାବେଳେ ବରଗଡ଼ ସହର ପୁରୁଣା ବସ୍‌ଷ୍ଟାଣ୍ଡ ପଛପଟେ ଥିବା ଝୁମ୍ପୁଡ଼ିପଡ଼ାରେ ଏକ ଅଭାବନୀୟ ଘଟଣା...

Advertisement


Archives

Model This Week