ଆଳିରୁ ଉଠିଲା ଶଟ୍‌ଡାଉନ୍‌

ଆଳି,୧୦ା୪(ଡି.ଏନ.ଏ.)କେନ୍ଦ୍ରାପଡ଼ା ଜିଲାର ଆଳି ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲା ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ ଗ୍ରାମର ୩ କିମି ପରିଧି ମଧ୍ୟରେ ଥିବା ୧୨ ଗାଁ ଓ ବଜାରକୁ ମଙ୍ଗଳବାର ସକାଳ ୮ଟାଠାରୁ ୪୮ଘଣ୍ଟା ପାଇଁ ଶଟଡାଉନ ଘୋଷଣା କରାଯାଇଥିଲା। ଗୁରୁବାର ସକାଳ ୮ଟାରେ ପ୍ରଶାସନ ପକ୍ଷରୁ ଏହି ଶଟ୍‌ଡାଉନକୁ ଉଠାଇ ଦିଆଯାଇଥିବାବେଳେ ଲକ୍‌ଡାଉନ ବଳବତ୍ତର ରହିଛି। ଶଟଡାଉନ ନିମନ୍ତେ ଆଳି ବଜାରରେ ବନ୍ଦ ରହିଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡିକ ଗୁରୁବାର ସକାଳୁ ଖୋଲିଥିଲା। ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବଜାରକୁ ଆସିଥିବା ଦେଖିବାକୁ ମିଳିଥିଲା। ପ୍ରଶାସନର ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିଥିଲା। ଏହାପରେ ବଜାର ପୁଣି ଶୂନଶାନ ହୋଇ ଯାଇଥିଲା। ପୋଲିସ ପକ୍ଷରୁ ପାଟ୍ରୋଲିଂ କଡାକଡି କରାଯିବା ସହ ବଜାରକୁ ବାଇକ ନ ଆଣିବା ଓ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ବାଧ୍ୟ କରାଯାଇଥିଲା। ଅପରପକ୍ଷେ କରୋନା ଆକ୍ରାନ୍ତଙ୍କ ଦୂର ସମ୍ପର୍କୀୟ ୯ ଜଣଙ୍କ ସ୍ବାବ୍‌ ପରୀକ୍ଷା ନିମନ୍ତେ ଜିଲା କୋଭିଡ୍‌-୧୯ ଟିମ ନେଇଥିବା ସୂଚନା ମିଳିଛି। ଆଳି ବ୍ଲକର ଆଳି ବଜାର, ମେଣ୍ଢପୁର ପଞ୍ଚାୟତ ଓ ନିଆଳ ପଞ୍ଚାୟତର ୧୩ ସ୍ଥାନରେ ନିୟୋଜିତ ହୋଇଥିବା ଆକ୍ଟିଭ ସର୍ଭିଲାନ୍ସ ଟିମ୍‌ ସର୍ଭେ କରି ୪ ଜଣଙ୍କ ଦେହରେ ସାମାନ୍ୟ ନମୁନା ଥିବା ଲକ୍ଷ୍ୟ କରି ତାଙ୍କ ସ୍ବାବ ସଂଗ୍ରହ କରିଥିବା ବେଳେ ଜିଲା କୋଭିଡ୍‌-୧୯ ଟିମ୍‌ ଦୂର ସମ୍ପକୀୟ ଅନ୍ୟ ୫ ଜଣଙ୍କ ସ୍ବାବ ନେଇଛନ୍ତି। ଆକ୍ରାନ୍ତଙ୍କ ଇନଡାଇରେକ୍ଟ କଣ୍ଟାକ୍ଟରେ ଆସିଥିବା ଆଉ କେତେଜଣଙ୍କୁ ଷ୍ଟ୍ରେସ କରାଯାଉଛି ବୋଲି ଆଳି କରୋନା ନୋଡାଲ ହେଲ୍‌ଥ ଅଫିସର ଡା. ଇନ୍ଦ୍ରଭାନୁ ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡା ଗୁଳିକାଣ୍ଡ ଘଟଣାରେ ୪ ଫେରାର ଅଭିଯୁକ୍ତ ଗିରଫ

ଝାରସୁଗୁଡା ଅଫିସ,୧୩।୧୨: ଝାରସୁଗୁଡା ସହରରେ ଗତ ୪ ତାରିଖରେ ଗୁଳିକାଣ୍ଡ ଘଟାଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଏହି ଘଟଣାର ପର୍ଦ୍ଦାଫାସ କରି ପୋଲିସ ୧ ସପ୍ତାହ...

ଧାନ-ପାନ-ମୀନ ପ୍ରକଳ୍ପର ରୂପାୟନରେ ହେବ ସହାୟକ

ବାଲେଶ୍ୱର ଅଫିସ,୧୮ା୩ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ (ଏଫ୍‌ଏମ୍‌ୟୁ) ଓ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲଚର ରିସର୍ଚ୍ଚ (ଆଇସିଏଆର୍‌) ଓ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ରେସ୍‌ୱାଟର ଆକ୍ୱାକଲଚର...

ଖଣ୍ଡାଧାର ଜଳପ୍ରପାତ

କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ଅନ୍ତର୍ଗତ କାଦକଳାଠାରେ ପ୍ରାକୃତିକ ସବୁଜିମା ପରିବେଶ ମଧ୍ୟରେ ରହିଛି ଖଣ୍ଡାଧାର ଜଳପ୍ରପାତ। ଏହି ପ୍ରକୃତିଦତ୍ତ ଜଳପ୍ରପାତ ଓ ଏଠାକାର ଥଣ୍ଡା...

କରୋନା ଯୁଦ୍ଧରେ ଟଳିପଡ଼ିଲେ ଅଙ୍ଗନଓ୍ବାଡି କର୍ମୀ

ଯୋଡା,୫।୫ (ଡି.ଏନ୍‌.ଏ.): କରୋନା ଯୁଦ୍ଧରେ ଟଳିପଡ଼ିଲେ ଅଙ୍ଗନଓ୍ବାଡି କର୍ମୀ। ଏଭଳି ଅଘଟଣ ଘଟିଛି କେନ୍ଦୁଝର ଜିଲାରେ। ଚମ୍ପୁଆ ବ୍ଲକ ଅନ୍ତର୍ଗତ ଶ୍ରୀଧରପୁର ଗ୍ରାମର ରୁକ୍ମଣୀ ମହାନ୍ତ...

ଘର ଉପରେ ପଡ଼ିଲା ବରଗଛ

ସମ୍ବଲପୁର,୨୩ା୮(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ଗୋବିନ୍ଦତୋଳା ପୋଲିସ କଲୋନୀଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଜୋରରେ ବର୍ଷାପବନ ହେବାରୁ କଲୋନୀର ଆଭାଷ ଖାନଙ୍କ ଘର ଉପରେ...

ରାଜନଗର ସଇରାତରେ ଲାଗିବ ସୀମା ନିର୍ଦ୍ଧାରଣ ଖୁଣ୍ଟି

ଜଳେଶ୍ୱର, ୧୨।୫(ଡି.ଏନ.ଏ.): ଏନ୍‌ଜିଟିରେ ଆଗତ ଦୁଇ ମାମଲାରେ ନିଷ୍ପତ୍ତି ଅନୁଯାୟୀ ବୁଧବାର ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଓ ବାଲେଶ୍ୱର ଅତିରିକ୍ତ ଜିଲାପାଳଙ୍କ ଉପସ୍ଥିତିରେ ସୁବର୍ଣ୍ଣରେଖା...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ଠାକୁରମୁଣ୍ଡା,୯ା୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ନାରୀ ଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ବୁଧବାର କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ...

ବ୍ୟବଚ୍ଛେଦ ପୂର୍ବରୁ ପୁଣି ମୃତଦେହରେ କ୍ଷତ ନେଇ ବିବାଦ:ମେଡିକାଲ ପରିସରରେ ଚାପା ଉତ୍ତେଜନା

ଅନୁଗୋଳ ଅଫିସ, ୧୩।୮ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ଥିବା ଏକ ମୃତଦେହରେ କ୍ଷତ ନେଇ ସୋମବାର ମେଡିକାଲ ପରିସରରେ ଚାପା...

Advertisement
Archives

Model This Week