ଆର୍‌ବିଆଇ ମୁଦ୍ରାନୀତି କମିଟି ବୈଠକ ଆରମ୍ଭ; ରେପୋ ରେଟ୍‌ ହ୍ରାସ ସମ୍ଭାବନା

ନୂଆଦିଲ୍ଲୀ,୨-୯: ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ମୁଦ୍ରାନୀତି କମିଟି ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ବର୍ତ୍ତମାନ ଅର୍ଥନୀତିରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଦେଶର ଜିଡିପି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ରେପୋ ବା ସୁଧହାର ହ୍ରାସ କରିବା ନେଇ ସମ୍ଭାବନା ରହିଛି। ଦେଶରେ ମୁଦ୍ରାସ୍ପୀତି ନିୟନ୍ତ୍ରଣରେ ରହିଥିବାରୁ ରିଜର୍ଭ ବ୍ୟାଙ୍କ ପୁଣି ଥରେ ସୁଧହାର ହ୍ରାସ କରିବା ନେଇ ପୂର୍ବରୁ ଗର୍ଭନର ଶକ୍ତିକାନ୍ତ ଆଭାସ ଦେଇଥିଲେ। ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଘୋଷଣା କରିଛନ୍ତି। କର୍ପୋରେଟ ଟିକସ ହ୍ରାସ, ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ଉପରେ ଲାଗୁ ହୋଇଥିବା ବର୍ଦ୍ଧିତ ସରଚାର୍ଜକୁ ଉଠାଇବା ଭଳି ନିଷ୍ପତ୍ତି ସରକାର ନେଇଛନ୍ତି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧିରେ ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବାରୁ ଏହା ସରକାରଙ୍କ ଲାଗି ଚିନ୍ତାର ପାଲଟିଛି।
ଏହା ରିଜର୍ଭ ବ୍ୟାଙ୍କର ଚତୁର୍ଥ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ହୋଇଥିବା ବେଳେ ରେପୋ ସମ୍ପର୍କରେ ଶୁକ୍ରବାର(ଅକ୍ଟୋବର୪)ରେ ଘୋଷଣା କରାଯିବ। ବୈଠକ ୩ ଦିନ ଧରି ଅନୁଷ୍ଠିତ ହେବ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପଡୁଥିବାରୁ ଏହି ଦିନ ବୈଠକ ହେବ ନାହିଁ। ଚଳିତ ବର୍ଷ କେନ୍ଦ୍ରୀୟ ବ୍ୟାଙ୍କ ୪ଥର ରେପୋ ହ୍ରାସ କରିସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୧୦ ବେସିସ ପଏଣ୍ଟ ସୁଧହାର ହ୍ରାସ ହୋଇଛି। ଅଗଷ୍ଟରେ ହୋଇଥିବା ଏମ୍‌ପିସି ବୈଠକରେ ରେପୋ ୩୫ ବେସିସ ପଏଣ୍ଟ ହ୍ରାସ ହେବା ଫଳରେ ଏହା ୫.୪୦%କୁ ଖସିଛି। କେନ୍ଦ୍ରୀୟ ବ୍ୟାଙ୍କ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ସେମାନଙ୍କ ଲୋନ ପ୍ରଡକ୍ଟକୁ ରେପୋ ହାର ସହ ଯୋଡିବା ଲାଗି ନିର୍ଦ୍ଦେଶ ଦେଇଛି। ସୁଧହାର ହ୍ରାସ ହେଲେ ଏହାର ଲାଭ ଗ୍ରାହକ ଯେଭଳି ତ୍ୱରିତ ଭାବେ ପାଇବେ ତାକୁ ବିଚାର କରି ରିଜର୍ଭ ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇଛି। ଦେଶର ସାମଗ୍ରିକ ଆର୍ଥତ୍କ ସ୍ଥିତି ଉପରେ ପର୍ଯ୍ୟାଲୋଚନା କରିବା ଲାଗି ଏମ୍‌ପିସି ବୈଠକ ପୂର୍ବରୁ ଶକ୍ତିକାନ୍ତ ବିତ୍ତୀୟ ସ୍ଥିରତା ଏବଂ ଉନ୍ନତିକରଣ ପରିଷଦ( ଏଫ୍‌ଏସ୍‌ଡିସି)ର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ଆଣିବା ଲାଗି ସୁଧହାର ହ୍ରାସ ହୋଇ ପାରେ ବୋଲି ପୂର୍ବରୁ ଗଭର୍ନର କହିଥିଲେ। ଜିଏସ୍‌ଟି ହାର କମାଇବା, କର୍ପୋରେଟ ଟିକସ ହ୍ରାସ ଏବଂ ବଜେଟ ଧାର୍ଯ୍ୟ ଲକ୍ଷ୍ୟ ମୁତାବକ ଟିକସ ସଂଗ୍ରହ ଉନ୍ନତ ନ ଥିବାରୁ ସରକାରଙ୍କ ବିତ୍ତୀୟ କାର୍ଯ୍ୟକ୍ରମ ସଙ୍କୁଚିତ ହୋଇଛି। ଏଭଳି ସ୍ଥିତିରେ ସରକାରଙ୍କ ହାତ ବାନ୍ଧି ହୋଇ ରହିଥିବା ବେଳେ କୌଣସି ପଦକ୍ଷେପ ନେବା ରିଜର୍ଭ ବ୍ୟାଙ୍କ ହାତରେ ରହିଛି ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି।
କୋଟାକ ମହିନ୍ଦ୍ରା ବ୍ୟାଙ୍କର କଞ୍ଜ୍ୟୁମର ବ୍ୟାଙ୍କିଙ୍ଗ ସଭାପତି ଶାନ୍ତି ଏକାମ୍ବରମ କହିଛନ୍ତି, ରିଜର୍ଭ ବ୍ୟାଙ୍କର ମଧ୍ୟବର୍ତ୍ତୀକାଳୀନ ଧାର୍ଯ୍ୟ ଲକ୍ଷ୍ୟ ମୁତାବକ ଦେଶର ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି। ଫଳରେ ଏମ୍‌ପିସି କମିଟି ପୁଣି ସୁଧହାର ହ୍ରାସ କରିପାରେ। ଅପରପକ୍ଷରେ ତେଲ ଦରରେ ହ୍ରାସବୃଦ୍ଧି ମୁଦ୍ରାସ୍ଫୀତି ଏବଂ ବିତ୍ତିୟ ନିଅଣ୍ଟ ଉପରେ ମଧ୍ୟବର୍ତ୍ତୀ ସମୟ ପ୍ରଭାବ ପକାଇପାରେ। କମିଟି ୨୦-୨୫ ବେସିସ ପଏଣ୍ଟ ଟିକସ ହ୍ରାସକରିପାରେ। ନାରେଡକୋ ସଭାପତି ନିରଞ୍ଜନ ହୀରାନନ୍ଦୀନି କହିଛନ୍ତି ଯେ, ୫୦ ବେସିସ ପଏଣ୍ଟ ସୁଧହାର ହ୍ରାସ ହେବା ନେଇ ଆଶାବାଦୀ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri