ଆର୍‌ବିଆଇ ମୁଦ୍ରାନୀତି କମିଟି ବୈଠକ ଆରମ୍ଭ; ରେପୋ ରେଟ୍‌ ହ୍ରାସ ସମ୍ଭାବନା

ନୂଆଦିଲ୍ଲୀ,୨-୯: ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ମୁଦ୍ରାନୀତି କମିଟି ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ବର୍ତ୍ତମାନ ଅର୍ଥନୀତିରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଦେଶର ଜିଡିପି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ରେପୋ ବା ସୁଧହାର ହ୍ରାସ କରିବା ନେଇ ସମ୍ଭାବନା ରହିଛି। ଦେଶରେ ମୁଦ୍ରାସ୍ପୀତି ନିୟନ୍ତ୍ରଣରେ ରହିଥିବାରୁ ରିଜର୍ଭ ବ୍ୟାଙ୍କ ପୁଣି ଥରେ ସୁଧହାର ହ୍ରାସ କରିବା ନେଇ ପୂର୍ବରୁ ଗର୍ଭନର ଶକ୍ତିକାନ୍ତ ଆଭାସ ଦେଇଥିଲେ। ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଘୋଷଣା କରିଛନ୍ତି। କର୍ପୋରେଟ ଟିକସ ହ୍ରାସ, ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ଉପରେ ଲାଗୁ ହୋଇଥିବା ବର୍ଦ୍ଧିତ ସରଚାର୍ଜକୁ ଉଠାଇବା ଭଳି ନିଷ୍ପତ୍ତି ସରକାର ନେଇଛନ୍ତି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧିରେ ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବାରୁ ଏହା ସରକାରଙ୍କ ଲାଗି ଚିନ୍ତାର ପାଲଟିଛି।
ଏହା ରିଜର୍ଭ ବ୍ୟାଙ୍କର ଚତୁର୍ଥ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ହୋଇଥିବା ବେଳେ ରେପୋ ସମ୍ପର୍କରେ ଶୁକ୍ରବାର(ଅକ୍ଟୋବର୪)ରେ ଘୋଷଣା କରାଯିବ। ବୈଠକ ୩ ଦିନ ଧରି ଅନୁଷ୍ଠିତ ହେବ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପଡୁଥିବାରୁ ଏହି ଦିନ ବୈଠକ ହେବ ନାହିଁ। ଚଳିତ ବର୍ଷ କେନ୍ଦ୍ରୀୟ ବ୍ୟାଙ୍କ ୪ଥର ରେପୋ ହ୍ରାସ କରିସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୧୦ ବେସିସ ପଏଣ୍ଟ ସୁଧହାର ହ୍ରାସ ହୋଇଛି। ଅଗଷ୍ଟରେ ହୋଇଥିବା ଏମ୍‌ପିସି ବୈଠକରେ ରେପୋ ୩୫ ବେସିସ ପଏଣ୍ଟ ହ୍ରାସ ହେବା ଫଳରେ ଏହା ୫.୪୦%କୁ ଖସିଛି। କେନ୍ଦ୍ରୀୟ ବ୍ୟାଙ୍କ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ସେମାନଙ୍କ ଲୋନ ପ୍ରଡକ୍ଟକୁ ରେପୋ ହାର ସହ ଯୋଡିବା ଲାଗି ନିର୍ଦ୍ଦେଶ ଦେଇଛି। ସୁଧହାର ହ୍ରାସ ହେଲେ ଏହାର ଲାଭ ଗ୍ରାହକ ଯେଭଳି ତ୍ୱରିତ ଭାବେ ପାଇବେ ତାକୁ ବିଚାର କରି ରିଜର୍ଭ ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇଛି। ଦେଶର ସାମଗ୍ରିକ ଆର୍ଥତ୍କ ସ୍ଥିତି ଉପରେ ପର୍ଯ୍ୟାଲୋଚନା କରିବା ଲାଗି ଏମ୍‌ପିସି ବୈଠକ ପୂର୍ବରୁ ଶକ୍ତିକାନ୍ତ ବିତ୍ତୀୟ ସ୍ଥିରତା ଏବଂ ଉନ୍ନତିକରଣ ପରିଷଦ( ଏଫ୍‌ଏସ୍‌ଡିସି)ର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ଆଣିବା ଲାଗି ସୁଧହାର ହ୍ରାସ ହୋଇ ପାରେ ବୋଲି ପୂର୍ବରୁ ଗଭର୍ନର କହିଥିଲେ। ଜିଏସ୍‌ଟି ହାର କମାଇବା, କର୍ପୋରେଟ ଟିକସ ହ୍ରାସ ଏବଂ ବଜେଟ ଧାର୍ଯ୍ୟ ଲକ୍ଷ୍ୟ ମୁତାବକ ଟିକସ ସଂଗ୍ରହ ଉନ୍ନତ ନ ଥିବାରୁ ସରକାରଙ୍କ ବିତ୍ତୀୟ କାର୍ଯ୍ୟକ୍ରମ ସଙ୍କୁଚିତ ହୋଇଛି। ଏଭଳି ସ୍ଥିତିରେ ସରକାରଙ୍କ ହାତ ବାନ୍ଧି ହୋଇ ରହିଥିବା ବେଳେ କୌଣସି ପଦକ୍ଷେପ ନେବା ରିଜର୍ଭ ବ୍ୟାଙ୍କ ହାତରେ ରହିଛି ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି।
କୋଟାକ ମହିନ୍ଦ୍ରା ବ୍ୟାଙ୍କର କଞ୍ଜ୍ୟୁମର ବ୍ୟାଙ୍କିଙ୍ଗ ସଭାପତି ଶାନ୍ତି ଏକାମ୍ବରମ କହିଛନ୍ତି, ରିଜର୍ଭ ବ୍ୟାଙ୍କର ମଧ୍ୟବର୍ତ୍ତୀକାଳୀନ ଧାର୍ଯ୍ୟ ଲକ୍ଷ୍ୟ ମୁତାବକ ଦେଶର ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି। ଫଳରେ ଏମ୍‌ପିସି କମିଟି ପୁଣି ସୁଧହାର ହ୍ରାସ କରିପାରେ। ଅପରପକ୍ଷରେ ତେଲ ଦରରେ ହ୍ରାସବୃଦ୍ଧି ମୁଦ୍ରାସ୍ଫୀତି ଏବଂ ବିତ୍ତିୟ ନିଅଣ୍ଟ ଉପରେ ମଧ୍ୟବର୍ତ୍ତୀ ସମୟ ପ୍ରଭାବ ପକାଇପାରେ। କମିଟି ୨୦-୨୫ ବେସିସ ପଏଣ୍ଟ ଟିକସ ହ୍ରାସକରିପାରେ। ନାରେଡକୋ ସଭାପତି ନିରଞ୍ଜନ ହୀରାନନ୍ଦୀନି କହିଛନ୍ତି ଯେ, ୫୦ ବେସିସ ପଏଣ୍ଟ ସୁଧହାର ହ୍ରାସ ହେବା ନେଇ ଆଶାବାଦୀ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri