Posted inଖେଳ

ଆର୍ସେନାଲ ଖେଳାଳିଙ୍କୁ ଲୁଟିଥିବା ଅପରାଧିଙ୍କୁ ୧୦ ବର୍ଷ ଜେଲ୍‌

ଲଣ୍ଡନ,୯।୧୧(ଏଏଫ୍‌ପି)- ହାତରେ ମାରଣା ଅସ୍ତ୍ର ଧରି ଆର୍ସେନାଲ ଫୁଟ୍‌ବଲ ଖେଳାଳି ମେସୁଟ ଓଜିଲ ଓ ସିଡ୍‌ କୋଲାସିନାକଙ୍କୁ ଲୁଟିଥିବା ଅପରାଧିଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ଦୁଇ ଖେଳାଳିଙ୍କଠାରୁ ବିଳାଶପୂର୍ଣ୍ଣ ଘଣ୍ଟା ନେଇ ଯାଇଥିଲେ, ଯାହାର ମୂଲ୍ୟ ଭାରତୀୟ ମୂଦ୍ରାରେ ପ୍ରାୟ ୧.୮୩ କୋଟି ଟଙ୍କା ଥିଲା। ହାରୋ କ୍ରାଉନ କୋର୍ଟ ଆଶଲେ ସ୍ମିଥଙ୍କୁ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଉକ୍ତ ଘଟଣାରେ ବୋସନିଆନ ଡିଫେଣ୍ଡର କୋଲାସିନାକ ଲୁଟେରା ସ୍ମିଥଙ୍କ ସହ ଫାଇଟ୍‌ କରିଥିଲେ, ଯାହାର ଭିଡିଓ ଭାଇରାଲ ହୋଇଥିଲା। ସେତେବେଳେ ଓଜିଲ କାର ଚଳାଉ ଥିଲେ। ଏହାପରେ ଲୁଟରାମାନେ ତାଙ୍କ ପିଛା କରି ପଥର ଫିଙ୍ଗି ଥିଲେ। ୩୦ ବର୍ଷୀୟ ସ୍ମିଥଙ୍କ ଅପରାଧର ଲମ୍ବା ତାଲିକା ରହିଛି। ଦ୍ୱିତୀୟ ଲୁଟେରା ହେଲା ଜୋର୍ଡନ ନର୍ଥଓଭର। କୋଲାସିନାକଙ୍କ ଘରରୁ ଚୋରି ଉଦ୍ୟମ କରିଥିବା ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସ୍ମିଥ ଓ ନର୍ଥଓଭର ସ୍କୃଡ୍ରାଇଭର ଓ ଡାଫଣ ବ୍ୟବହାର କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା ବୋଲି ଜଜ୍‌ ବ୍ରାଉନେ କ୍ୱିସି କହିଛନ୍ତି। ଉଭୟେ ସ୍କୃଡ୍ରାଇଭର ଓ ଡାଫଣ ଧରି ଧମକାଇଥିଲେ। ପୋଲିସ ଦୁଇ ଲୁଟେରାଙ୍କୁ ଠାବ କରିବା ପରେ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ମେକ୍ସିକୋ ୭ମ

ଭୁବନେଶ୍ୱର, ୧୨।୬(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଶେଷ କରିଛି ମେକ୍ସିକୋ। ଯୁବ ମେକ୍ସିକୋ...

ତୃତୀୟ ଦିନିକିଆରେ ଚମକିଲେ ଶୁଭମନ

ଥିରୁବନନ୍ତପୁରମ୍‌,୧୫।୧: ଶ୍ରୀଲଙ୍କା ବିପକ୍ଷରେ ରବିବାର ଖେଳାଯାଉଥିବା ତୃତୀୟ ଦିନିକିଆରେ ଚମକିଛନ୍ତି ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ୍‌। ସେ ନିଜର ଦିନିକିଆ କ୍ୟାରିୟରରେ ଦ୍ୱିତୀୟ ଶତକ ମାରିବାରେ ସଫଳ...

କୋହଲିଙ୍କୁ ଡରୁଥିଲେ ଅଷ୍ଟ୍ରେଲିଆ ଖେଳାଳି: କ୍ଲାର୍କ

ମେଲବୋର୍ନ, ୮।୪(ପି.ଟି.)-ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସମ୍ପର୍କରେ ଏକ ଟିପ୍ପଣୀ ଦେଇ ହଇଚଇ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲୀୟ କ୍ରିକେଟରମାନେ...

ଜାତୀୟ ସିନିୟର କବାଡ଼ି ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୧୨।୪(କ୍ରୀଡ଼ା ପ୍ରତିନିଧି)- ଆମେଚର କବାଡ଼ି ଫେଡେରେଶନ ଅଫ୍‌ ଇଣ୍ଡିଆ ଓ ଉତ୍ତର ପ୍ରଦେଶ ରାଜ୍ୟ କବାଡ଼ି ସଂଘ ଆନୁକୂଲ୍ୟରେ ୬୮ତମ ଜାତୀୟ ସିନିୟର ପୁରୁଷ...

ଆଇପିଏଲ୍‌ ପାଇଁ ନୂଆ ବ୍ୟାଟ୍‌ କିଣିଲେ ରାଇନା, ପନ୍ତ

ମିରଟ, ୨୬।୭: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ନେଇ ତାରିଖ ସ୍ପଷ୍ଟ ହୋଇଯିବା...

ଏସିଆ କପ୍‌ରେ ଡ୍ରାଭିଡଙ୍କ ସ୍ଥାନ ନେବେ ଲକ୍ଷ୍ମଣ

ନୂଆଦିଲ୍ଲୀ,୨୪।୮: ଏସିଆ କପ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ ଏକ...

ଅଲିମ୍ପିକ୍‌ ବ୍ୟାଡ୍‌ମିଣ୍ଟନ: ସିନ୍ଧୁଙ୍କ ବିଜୟ ଅଭିଯାନ

  ଟୋକିଓ,୨୬।୭(ପି.ଟି): ଟୋକିଓ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟରେ ଭାରତୀୟ ମହିଳା ତାରକା ଖେଳାଳି ତଥା ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି।...

ପ୍ରଥମେ ସ୍ବାମୀ ନୁହେଁ, ଏହି ଖେଳାଳିଙ୍କୁ ଝିଅ ହେବା ଖବର ଜଣାଇଥିଲେ ଧୋନୀଙ୍କ ସ୍ତ୍ରୀ

ପୂର୍ବତନ ଭାରତୀୟ ଅଧିନାୟକ ଏମ୍‌ଏସ୍‌ ଧୋନୀ ସ୍ତ୍ରୀ ସାକ୍ଷୀ ନିକଟରେ ନିଜ ୩୨ତମ ଜନ୍ମଦିବସ ପାଳନ କରିଛନ୍ତି। ସେ ସ୍ବାମୀ ଏବଂ ଝିଅ ଜିଭା ସହ...

Advertisement
Archives

Model This Week