Posted inଫୁରସତ

ଆର୍ଥିକ ବିକାଶରେ ଉତ୍ପାଦ ଶୁଳ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭାରତରେ ପ୍ରତିବର୍ଷ ୨୪ ଫେବୃୟାରୀରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଦିବସ ପାଳନ କରାଯାଉଛି। ଏହିି ଦିନରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ତଥା ଲବଣ ଆଇନ, ୧୯୪୪କୁ ମଧ୍ୟ ସ୍ମରଣ କରାଯାଏ। କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ ବିଭାଗ ଦ୍ୱାରା ଏହି ଦିବସ ପାଳନ କରାଯାଉଛି। ସାରା ଦେଶରେ କେନ୍ଦ୍ରୀୟ ଉତ୍ପାଦଶୁଳ୍କ ଲାଗୁ କରାଇବା ସହ ଏ ସମ୍ବନ୍ଧିତ ଆଇନ ବଳରେ ଉତ୍ପାଦନକାରୀ ବ୍ୟବସାୟରେ ଦୁର୍ନୀତି ରୋକିବା ଉଦ୍ଦେଶ୍ୟରେ ଏହି ଦିବସ ବିଭାଗୀୟ କର୍ମଚାରୀମାନଙ୍କୁ ପ୍ରୋତ୍ସାହିତ କରିଥାଏ। ଦେଶର ସାମାଜିକ ,ଅର୍ଥନୈତିକ ବିକାଶରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଉକ୍ତ ବିଭାଗ ଦେଶରେ ଉତ୍ତମ ସେବା ଯୋଗାଇ ଦେବା ଯୋଗୁ ରାଜସ୍ବରେ ଢ଼େର ସୁଧାର ଆସିଛି। ରାଜସ୍ବ ଆଦାୟ ପୂର୍ବାପେକ୍ଷା ଦୁଇଗୁଣ ହୋଇପାରିଛି। ଏହି ବିଭାଗ ଦ୍ୱାରା ଯେଉଁ ରାଜସ୍ବ ଆଦାୟ ହେଉଛି ତାହା ଶିକ୍ଷା, ସ୍ବାସ୍ଥ୍ୟ ଓ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ବିନିଯୋଗ କରାଯାଉଛି। ଫଳରେ ଦେଶରୁ ଦାରିଦ୍ର୍ୟ ଦୂରୀକରଣ ଦିଗରେ ଏହାର ଯଥେଷ୍ଟ ଅବଦାନ ରହିଛି।
ଏହି ଦିବସରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ବିଭିନ୍ନ ଉତ୍ପାଦ ଓ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କଠାରୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଆଇନ, ୧୯୪୪ ସର୍ତ୍ତ ଅନୁଯାୟୀ ଶୁଳ୍କ ଆଦାୟ କରିବାର ବିଭିନ୍ନ ଦିଗ ଉପରେ ମଧ୍ୟ ଆଲୋକପାତ କରାଯାଏ। ଶୁଳ୍କ ଦେୟ ହାର ସେଣ୍ଟ୍ରାଲ ଏକ୍ସାଇଜ ଟାରିଫ ଆକ୍ଟ, ୧୯୮୫ର ଅନୁସୂଚୀ ୧ଓ ୨ ଦ୍ୱାରା ସ୍ଥିର କରାଯାଏ। କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଦ୍ୱାରା ଦେଶର ବିଭିନ୍ନ ଅଞ୍ଚଳରେ ଥିବା ସେଣ୍ଟ୍ରାଲ ଏକ୍ସାଇଜ କମିଶନରେଟଗୁଡିକ ଶୁଳ୍କ ଆଦାୟ ପ୍ରକ୍ରିୟା ସଂଚାଳିତ କରିଥାନ୍ତି। ସିବିଆଇସି ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ରାଜସ୍ବ ବିଭାଗ ଅଧୀନରେ କାର୍ଯ୍ୟ କରୁଛିି। ଦେଶରେ କେତେ ଟିକସ ଦେବାକୁ ହେବ ଓ ତାହା କିପରି ଆଦାୟ କରାଯିବ ସେ ସଂକ୍ରାନ୍ତରେ ନିୟମ ପ୍ରଣୟନ କରିବା ଓ ତାହାକୁ କାର୍ଯ୍ୟକାରୀ କରିବାରେ ସିବିଆଇସି ପ୍ରମୁଖ ଭୂମିକା ନେଇଥାଏ। ଏଥିପାଇଁ ଦେଶକୁ ୧୦ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଜୋନ୍‌ରେ ଥିତ୍ବା ସେଣ୍ଟ୍ରାଲ ଏକ୍ସାଇଜ କମିଶନରେଟରେ ମୁଖ୍ୟ ଜଣେ କମିଶନର ରହିଛନ୍ତିି। ସବୁ ଜୋନରେ ପ୍ରାୟ ୬୧ଟି କମିଶନରେଟ କାର୍ଯ୍ୟ କରୁଛି। ଏହାଦ୍ୱାରା ବିଭିନ୍ନ ଆଇନକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା ସହ କେନ୍ଦ୍ରୀୟ ଶୁଳ୍କ ଆଦାୟ ସହଜ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri