Advertisement

ଆରମ୍ଭ ହେଲା ସର୍ବବୃହତ୍‌ ଫିଟ୍‌ନେସ୍‌ ଚ୍ୟାଲେଞ୍ଜ

ଦୁବାଇ: ଦୁବାଇ। ଲକ୍‌ଜ୍ୟୁରି ଶପିଂ, ଅଲଟ୍ରାମଡର୍ନ ଆର୍କିଟେକ୍‌ଚର ଏବଂ ନାଇଟ୍‌ ଲାଇଫ୍‌ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ସ୍ବପ୍ନର ସହର। ମାତ୍ର ୫୦ ବର୍ଷ ଭିତରେ ପୃଥିବୀର ସମୃଦ୍ଧିଶାଳୀ ସହର ତାଲିକାରେ ନିଜ ନାମ ଯୋଡ଼ିପାରିଥିବା ଦୁବାଇରେ ରହିଛି ପର୍ଯ୍ୟଟନର ଅନନ୍ୟ ବିଭବ। ଆଉ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ବର୍ଷତମାମ ଆୟୋଜିତ ହୋଇଥାଏ ବିଭିନ୍ନ କାର୍ଯ୍ୟକ୍ରମ। ଏହିକ୍ରମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଦୁନିଆର ସର୍ବବୃହତ୍‌୍‌ ସିଟି ଓ୍ବାଇଡ୍‌ ଇଭେଣ୍ଟ ଦୁବାଇ ଫିଟ୍‌ନେସ୍‌ ଚ୍ୟାଲେଞ୍ଜ (ଡିଏଫ୍‌ସି-୨୦୧୯)। ଦୁବାଇକୁ ସ୍ବାସ୍ଥ୍ୟବାନ୍‌ ଏବଂ ଏଠାକାର ଲୋକଙ୍କୁ ସକ୍ରିୟ କରି ଗଢ଼ିତୋଳିବା ଲକ୍ଷ୍ୟନେଇ ୨୦୧୭ରୁ ଆୟୋଜିତ ହେଉଥିବା ଏଭଳି ଅଭିନବ କାର୍ଯ୍ୟକ୍ରମର ଏହା ହେଉଛି ୩ୟ ସଂସ୍କରଣ। ଏଥିରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧାରଣ ଭାଗନେବେ। ଏହି ଉପଲକ୍ଷେ ବିଭିନ୍ନ ସ୍ଥାନରେ ଦୈନିକ ୩୦ ମିନିଟ୍‌ର ଓ୍ବାର୍କ ଆଉଟ୍‌ ହେବ।
୨୦୧୭ରେ ଦୁବାଇର ପ୍ରିନ୍ସ ମହମ୍ମଦ ରଶିଦ ଅଲ୍‌ ମକ୍‌ତୁମ୍‌ଙ୍କ ଉଦ୍ୟମରେ ପ୍ରଥମ ଥର ପାଇଁ ଏପରି ଏକ ନିଆରା ଅଭିଯାନ ଆରମ୍ଭ ହୋଇଥିଲା। ସେ ଚାହୁଁଥିଲେ ଦୁବାଇରେ ରହୁଥିବା ବାସିନ୍ଦା ଫିଟ୍‌ନେସ୍‌କୁ ଗୁରୁତ୍ୱ ଦିଅନ୍ତୁ। ପ୍ରିନ୍ସଙ୍କ ଉଦ୍ଦେଶ୍ୟକୁ ଫଳପ୍ରସୂ କରିବାକୁ ପ୍ରତିବର୍ଷ ମାସାଧିକ କାଳ ଏଠାରେ ଏକ୍ସରସାଇଜ ଇଭେଣ୍ଟ କରାଯାଉଛି। ଚଳିତବର୍ଷ ଇଭେଣ୍ଟକୁ ସୁରୁଖୁରୁରେ କରିବାକୁ କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଛି। ଏଥିରେ ପର୍ଯ୍ୟଟକ ମଧ୍ୟ ଭାଗ ନେଇପାରିବେ। ଏହାକୁ ବାଦ୍‌ ଦେଲେ ସମୁଦ୍ର କୂଳରେ ଖେଳକୁଦ, ଯୋଗ, ଧ୍ୟାନ, ବକ୍ସିଂ, ମାର୍ଶାଲ ଆର୍ଟ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହାକୁ ଆହୁରି ଆକର୍ଷଣୀୟ କରିବାକୁ ୨ଟି ଫିଟନେସ୍‌ ଭିଲେଜ ତିଆରି ହୋଇଛି। ଏଥିସହ ୪୦ ଇଭେଣ୍ଟ ଏବଂ ୫ ହଜାର ମାଗଣା ପ୍ରଶିକ୍ଷଣ କ୍ଲାସର ଆୟୋଜନ କରାଯାଇଛି।
ଏଥିରେ ଭାଗନେବାକୁ ଇଚ୍ଛୁକ ପ୍ରତିଯୋଗୀଙ୍କୁ ଯେପରି କୌଣସି ସମସ୍ୟା ନ ହୁଏ, ସେଥିଲାଗି ଆପ୍‌ ରହିଛି। କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରିବା ପରେ ଏଥିରେ ସଙ୍ଗେ ସେଙ୍ଗ ଇଭେଣ୍ଟ ବିଷୟରେ ସବିଶେଷ ବିବରଣୀ ଉପଲବ୍ଧ ହୋଇଯିବ। ଏହାପରେ ଜଣେ ନିଜ ଇଚ୍ଛା ଅନୁସାରେ ଇଭେଣ୍ଟରେ ଭାଗ ନେଇପାରିବେ। ଅଭିଯାନର ପ୍ରଥମ ସଂସ୍କରଣରେ ୭.୮ ଲକ୍ଷ ଏବଂ ଦ୍ୱିତୀୟ ସଂସ୍କରଣରେ ୧୦ ଲକ୍ଷ ଜନସାଧାରଣ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍ : ୧୧୮ ଭୋଟ ପାଇ ପୁଣି ଶୀର୍ଷରେ ରହିଲେ ଋଷି ସୁନକ

ଲଣ୍ଡନ,୨୦ ।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବେଳକୁ ବେଳ ତାଙ୍କର ସ୍ଥିତିକୁ ମଜଭୁତ କରିବାରେ ଲାଗିଛନ୍ତି । ଚତୁର୍ଥ...

ପୃଥିବୀରେ ୩୦ ହଜାର ୮୭୩ ଲୋକଙ୍କ ଜୀବନ ନେଲାଣି କରୋନା: ୬ ଲକ୍ଷ ୬୩ ହଜାର ୫୪୧ ସଂକ୍ରମିତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ଲୋକଙ୍କ ମୃତ୍ୟୁ ଘଟି ଚାଲିଛି। ଫଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବହୁ...

ବଣିଙ୍କୁ ଖାଇବାକୁ ଦେଇ ହୃଦୟ ଜିଣିଲା କୁନି ଝିଅ, ଭିଡିଓ ଦେଖିଲେ…

ବେଳେବେଳେ ଶିଖିବା କିମ୍ବା ପ୍ରେରଣା ଦେବା ଉପରେ ବୟସ ନିର୍ଭର କରେ ନାହିଁ। ପିଲାମାନେ ଚପଳମତି ବୟସରେ ବି କିଛି ନ କହି ସବୁକିଛି କୁହନ୍ତି।...

ଦିନକରେ ୫୬ ହଜାର ଆକ୍ରାନ୍ତ

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୬ା୪ : ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ଉଗ୍ରରୂପ ଦେଖାଇଛି। ବିଶ୍ୱର ୨୦୫ ଦେଶରେ ସେ ନିଜର ଅଧିକାର ଜାହିର କରିବା ସହ ୧୨ ଲକ୍ଷ ୫୦...

ମଡେଲ୍‌ଙ୍କ ପାଇଁ ଆଖିରେ ଟାଟୁ ବନାଇବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ, ୧।୧୦: ପୋଲାଣ୍ଡରେ ଟାଟୁ ଡିଜାଇନରଙ୍କ ଭୁଲ୍‌ ଯୋଗୁ ଜଣେ ମଡେଲ୍‌ଙ୍କୁ ଦୃଷ୍ଟିଶକ୍ତି ହରାଇବାକୁ ପଡ଼ିଛି। ଏହି ମଡେଲ୍‌ଙ୍କ ନାମ ହେଉଛି ଆଲେକଜାଣ୍ଡ୍ର ସଡୋସ୍କା। ର଼୍ୟାପର୍‌...

ସ୍ତ୍ରୀଙ୍କ ଜିଦ୍‌ ଆଗରେ ହାର୍‌ ମାନିଲେ ସ୍ବାମୀ: ପ୍ରେମିକ ସହ କଲେ…

କାନପୁର,୧।୧୧: ଉତ୍ତରପ୍ରଦେଶର କାନପୁରରେ ବଲିଉଡର ୧୯୯୯ ବ୍ଲକବଷ୍ଟର ‘ହମ ଦିଲ ଦେ ଚୁକେ ସନମ’ର ଏକ ପ୍ରକୃଷ୍ଟ ଉଦାହରଣ ସାମ୍ନାକୁ ଆସିଛି। କାନପୁରର ଜଣେ ବ୍ୟକ୍ତି...

ମୋମୋ ଖାଇବା ପଡ଼ିଲା ମହଙ୍ଗା: ଜାଣନ୍ତୁ କ’ଣ ହେଲା…

ରାଗ, ମସଲା ବା ଚଟ୍‌ପଟି ଖାଦ୍ୟ ଦେଖିବା ମାତ୍ରେ ପାଟିରୁ ଲାଳ ବହିଯାଏ। ଭାରତରେ ଅନେକ ଲୋକ ଏପରି ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ମାତ୍ର...

ବ୍ୟକ୍ତିତ୍ୱ : ଲେଖକ ଅମିଶ୍‌ ତ୍ରିପାଠୀ

ସାହିତ୍ୟକୁ ଯୁବବର୍ଗ ମଧ୍ୟରେ ଲୋକପ୍ରିୟ କରାଇବାରେ ଯେଉଁ କେତେଜଣ ଭାରତୀୟ ଲେଖକ ସବୁଠୁ ଅଧିକ ସଫଳ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅମିଶ୍‌ ତ୍ରିପାଠୀ ହେଉଛନ୍ତି ଅନ୍ୟତମ।...

Advertisement
Archives

Model This Week