Advertisement

ଆରମ୍ଭ ହେଲା ଶ୍ରମିକଙ୍କ ଘରବାହୁଡା: ତେଲେଙ୍ଗାନାରୁ ଝାଡ଼ଖଣ୍ଡ ଅଭିମୁଖେ ବାହାରିଲା ୨୪କୋଚ ଥିବା ସ୍ବତନ୍ତ୍ର ଟ୍ରେନ୍‌

ହାଇଦ୍ରାବାଦ,୧।୫: ଲକ୍‌ଡାଉନ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କୁ ନିଜ ଘରକୁ ଫେରାଇ ଆଣିବା କାର୍ଯ୍ୟ ଆରମ୍ଭ ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନୁମୋଦନ ପରେ ବିଭିନ୍ନ ରାଜ୍ୟ ସରକାର ନିଜ ରାଜ୍ୟର ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ଶ୍ରମିକଙ୍କୁ ଆଣିବା ପାଇଁ ତେଲେଙ୍ଗାନା ସରକାରଙ୍କ ଅନୁରୋଧକ୍ରମେ ଲିଙ୍ଗମ୍‌ପାଲିରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଝାଡ଼ଖଣ୍ଡ ଅଭିମୁଖେ ବାହାରିଛି। ଶୁକ୍ରବାର ସକାଳ ୫ଟାରେ ଲିଙ୍ଗମ୍‌ପାଲିରୁ ଏହି ଟ୍ରେନ୍‌ ବାହାରିଥିବା ବେଳେ ରାତି ୧୧ଟା ସୁଦ୍ଧା ଝାଡଖଣ୍ଡର ହଟିଆ ଷ୍ଟେସନରେ ପହଞ୍ଚିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଟ୍ରେନ୍‌ରେ ୨୪ଟି କୋଚ୍‌ ଥିବା ବେଳେ ଏଥିରେ ପ୍ରାୟ ୧୨ଶହ ପ୍ରବାସୀ ଶ୍ରମିକ ଯାତ୍ରା କରିଛନ୍ତି। ପ୍ରତି କୋଚ୍‌ରେ ମାତ୍ର ୫୬ଜଣ ଯାତ୍ରୀ ରହିଛନ୍ତି। ତେବେ ସବୁ ଯାତ୍ରୀଙ୍କୁ ଯାତ୍ରା ପୂର୍ବରୁ ସ୍କ୍ରିନିଂ କରାଯିବା ସହ ଷ୍ଟେସନ ଓ ଟ୍ରେନ୍‌ରେ ସାମାଜିକ ଦୂରତ୍ୱର ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ କର୍ନାଟକ ଶୁଣାଣି:ଆଜି ରିପୋର୍ଟ ଦାଖଲ କରିବେ ବାଚସ୍ପତି

ନୂଆଦିଲ୍ଲୀ/ ବେଙ୍ଗାଲୁରୁ,୧୧ା୭(ପି.ଟି):କର୍ନାଟକରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗୋଟିଏପଟେ ଅସନ୍ତୁଷ୍ଟ ବିଧାୟକମାନେ ଇସ୍ତଫା ଦେବାରେ ଲାଗିଥିବାବେଳେ ଅନ୍ୟପଟେ ସୁପ୍ରିମକୋର୍ଟରେ ଏହାର ବିଚାର ଆରମ୍ଭ ହୋଇଛି। ଏହିକ୍ରମରେ ଗୁରୁବାର...

ଗୋଆ କଂଗ୍ରେସରେ ସଙ୍କଟ: ଲୋବୋ ଓ କାମତଙ୍କୁ ଅଯୋଗ୍ୟ ପାଇଁ ଦାବି

ପଣଜୀ,୧୧।୭: ଗୋଆ କଂଗ୍ରେସରେ ଦେଖାଦେଇଥିବା ବିଦ୍ରୋହକୁ ନେଇ ଏଠାରେ ରାଜନୈତିକ ବାତାବରଣ ବେଶ ସରଗରମ ହୋଇଛି। ବରିଷ୍ଠ କଂଗ୍ରେସ ବିଧାୟକ ଦିଗମ୍ବର କାମତଙ୍କ ନେତୃତ୍ୱରେ ୧୧ବିଧାୟକଙ୍କ...

ଆଲୋଚନା ଆରମ୍ଭ କରିବା ପାଇଁ ସରକାର ପ୍ରସ୍ତୁତ : ଗୋୟଲ

ନୂଆଦିଲ୍ଲୀ, ୭ା୨- ନୂଆ କୃଷି ଆଇନକୁ ବିରୋଧ କରୁଥିବା ଆନ୍ଦୋଳନରତ କୃଷକ ନେତାଙ୍କ ସହ ପୁଣି ଥରେ ସରକାର ଆଲୋଚନା ଆରମ୍ଭ କରିବା ପାଇଁ ପ୍ରସ୍ତୁତ...

ଆସ୍ଥା ଭୋଟରେ ଜିତିଲେ ନୀତୀଶ କୁମାର

ପାଟନା,୨୪।୮: ଭାଜପା ହାତ ଛାଡି ଆରଜେଡି ସହ ମିଶି ସରକାର ଗଠନ କରିଥିବା ନୀତୀଶ କୁମାର ବୁଧବାର ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ବିଧାନସଭାରେ ଅନୁଷ୍ଠିତ...

ବିବାହରେ ସାମିଲ ହୋଇଥିବା ୯୫ଜଣ ବ୍ୟକ୍ତି ସଂକ୍ରମିତ: କରେନାରେ ଚାଲିଗଲା କନ୍ୟା ପିତାଙ୍କ ଜୀବନ

ଜୟପୁର,୨୧।୫: ରାଜସ୍ଥାନ ସମେତ ଦେଶର ବିଭିନ୍ନ ରାଜ୍ୟରେ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି। ଏହି ମହାମାରୀ ମଧ୍ୟରେ ଦେଶରେ ଏଭଳି ଅନେକ ଜନସଂଖ୍ୟା ଅଛନ୍ତି...

ଦିନେ ମା’ବାପା ହାତ ଛାଡିଦେଇଥିଲେ, ଏବେ ଯୋଡା ଭାଇଙ୍କୁ ମିଳିଲା ସରକାରୀ ଚାକିରି

ଅମୃତସର,୨୪।୧୨: କଥାରେ ଅଛି, ମନରେ ଦୃଢ ଆତ୍ମବିଶ୍ୱାସ ଥିଲେ, ପଙ୍ଗୁ ମଧ୍ୟ ଗିରି ଲଘିଂପାରେ। ଏହା ପ୍ରମାଣିତ କରିଛନ୍ତି ପଞ୍ଜାବର ଦୁଇ ଯୋଡା ଭାଇ। ଏହି...

ପଞ୍ଜାବ ପରେ ଏଏପି ଟାର୍ଗେଟରେ ଆଉ ଦୁଇ ରାଜ୍ୟ

ନୂଆଦିଲ୍ଲୀ,୧୧।୩: ପଞ୍ଜାବରେ ବିପୁଳ ବିଜୟ ପରେ ଅରବିନ୍ଦ କେଜରିଓ୍ବାଲଙ୍କ ଆମ ଆଦାମି ପାର୍ଟି (ଏଏପି)ର ଟାର୍ଗେଟରେ ଦୁଇଟି ରାଜ୍ୟ ଗୁଜରାଟ ଏବଂ ହିମାଚଳପ୍ରଦେଶ ରହିଥିବା ଦଳୀୟ...

ରାମମନ୍ଦିର ନିର୍ମାଣ ହେଲେ କରୋନା ବିନାଶ ହେବ

ଭୋପାଳ,୨୩।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଏହାର ମୁକାବିଲା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ସେପଟେ...

Advertisement
Archives

Model This Week