ଆରମ୍ଭ ହେଲା ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜା

ବଡ଼ସାହି,୧୦ା୨(ସ୍ବ.ପ୍ର)- ଉତ୍ତର ଓଡିଶାର ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜା ଶନିବାରଠାରୁ ଆରମ୍ଭ ହୋଇଛି। ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପୂଜା ୧୧ତାରିଖରେ ଉଦ୍‌ଯାପିତ ହେବ ା ପ୍ରତିକୂଳ ପାଗ ସତ୍ତ୍ୱେ ଏହି ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି।
ବଡ଼ସାହି ମୁଖ୍ୟାଳୟରୁ ୫କିମି ଦୂର ବଡ଼ସାହି-ଉଦଳା ରାସ୍ତା ସୁହାଗପୁର ପଞ୍ଚାୟତ ଛକଠାରୁ ଚାନ୍ଦଡିହା ରାସ୍ତାର ମଧ୍ୟଭାଗରେ ଏହି ପୀଠ ଅବସ୍ଥିତ। ବିଗତ ୫୦ବର୍ଷରୁ ଊର୍ଦ୍ଧ୍ୱ ପ୍ରଚଳିତ ଜନଶ୍ରୁତି ଅନୁଯାୟୀ ମା’ଙ୍କ ଆର୍ବିଭାବ ଅତୀବ ଆଶ୍ଚର୍ଯ୍ୟଜନକ ଓ ଅଲୌକିକ ା ଅଞ୍ଚଳଟି ଘଞ୍ଚ ଶାଳ ଜଙ୍ଗଲ ପରିପୂର୍ଣ୍ଣ ଥିବାବେଳେ ହିଂସ୍ର ଜୀବଜନ୍ତୁ ରହୁଥିଲେ। ଫଳରେ ଲୋକମାନେ ଭୟରେ ସେ ସ୍ଥାନକୁ ଯାଉ ନ ଥିଲେ। ପୂର୍ବରୁ ଆଖପାଖ ଗ୍ରାମରେ ଅଗ୍ନିକାଣ୍ଡ ଘଟି ବହୁ ଧନଜୀବନ ହାନି ହେଉଥିଲା ା ଲୋକମାନେ ତ୍ରାହି ତ୍ରାହି ଡାକ ଦେଉଥିବା ବେଳେ ମା’ଙ୍କ ସ୍ବପ୍ନାଦେଶ ହୋଇଥିଲା ା ପରେ ଗ୍ରାମବାସୀମାନେ ମା’ଙ୍କ ଶରଣାପନ୍ନ ହୋଇ ପୂଜାପାଠ ଆରମ୍ଭ କରିଥିଲେ ା ମା’ଙ୍କଠାରେ ଲାଗି ହେଉଥିବା ଭୋଗରାଗ ଯଜ୍ଞକୁଣ୍ଡରେ ସମର୍ପିବା ପରେ ଅଗ୍ନି ସଂଯୋଗ କରାଯାଇଥାଏ ା ବାର୍ଷିକ ପୂଜା ଦିନ ଭକ୍ତ ଆଣିଥିବା ଭୋଗରାଗ ଅଗ୍ନିକୁଣ୍ଡରେ ଦେଲେ ଘରପୋଡ଼ି ହୁଏ ନାହିଁ ବୋଲି ଭକ୍ତ ରନତ୍ମଣି ବିଶ୍ୱାଳ(୭୫) କହିଛନ୍ତି ା ଭକ୍ତମାନଙ୍କ ହୃଦୟରେ ଏହି ଦୃଢ ବିଶ୍ୱାସ କେଉଁ ଆବହମାନ କାଳରୁ ରହି ଆସିଛି ା କେହି ବିପଦରେ ପଡ଼ିିଥିଲେ ଯଦି ମା’ଙ୍କୁ ସୁମରଣା କରନ୍ତି, ତେବେ ମା’ ତତ୍‌କ୍ଷଣାତ ତାଙ୍କୁ ସହାୟ ହୁଅନ୍ତି ା ସେହିପରି ମାଡ଼ି ଆସୁଥିବା ବଡ଼ ବିପତ୍ତି ଦୂର ହେବା ସହିତ ଦୂରାରୋଗ୍ୟ ଓ ମନସ୍କାମନା ପୂରଣ ହୋଇଥାଏ ବୋଲି ବାଲେଶ୍ୱର ଜିଲା ବର୍ଦ୍ଧନପୁର ଗ୍ରାମରୁ ଆସିଥିବା ଭକ୍ତ ରବୀନ୍ଦ୍ର ସାହୁ(୫୭)ପ୍ରକାଶ କରିଛନ୍ତି ା ମା’ଙ୍କୁ ଭୋଗ ରୂପରେ ନଡିଆ, କଦଳୀ, ନାଲି ଉଖୁଡା, ବିଭିନ୍ନ ପ୍ରକାରର ଫଳ ଇତ୍ୟାଦି ଲାଗି କରାଯାଇଥାଏ ା ଅଗ୍ନି ପୂର୍ଣ୍ଣିମା ପରବର୍ତ୍ତୀ ଶନିବାର କିମ୍ବା ମଙ୍ଗଳବାର ଲକ୍ଷ ଲକ୍ଷ ଭକ୍ତଙ୍କର ମନବାଞ୍ଛା ପୂର୍ଣ୍ଣ ହୋଇଥିବା ଭୋଗ ସୂର୍ଯ୍ୟାସ୍ତ ପୂର୍ବରୁ ଏହି କୁଣ୍ଡରେ ଅଗ୍ନି ସଂଯୋଗ କରାଯାଇଥାଏ ବୋଲି ପୂଜକ ବୈଦ୍ୟନାଥ ମିଶ୍ର କୁହନ୍ତି। ଏହି ଦିନରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଜିଲା ସହିତ ପଡୋଶୀ ଝାଡଖଣ୍ଡ, ପଶ୍ଚିମବଙ୍ଗ, ବିହାର ରାଜ୍ୟରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ା ଏହି ଦିନ ଭକ୍ତମାନେ ମା’ଙ୍କ ନିକଟରେ ନିଜର ମନସ୍କାମନା ଜଣାଇ ତାହା ପୂରଣ ହେଲେ ଯୋଡ଼ି ଘୋଡ଼ା ଦେବାକୁ ମାନସିକ କରିଥାନ୍ତି ା କେହି କେହି ମାଟି ଘୋଡ଼ା, ଅଳଙ୍କାର, ପାଟଶାଢୀ ଦେଇ ଗୁହାରି କରିଥାନ୍ତି ା କାହିଁ କେଉଁ କାଳରୁ ମା’ ହିଙ୍ଗୁଳା ଏଠାରେ ପୂଜା ପାଇ ଆସୁଛନ୍ତି ବୋଲି ମୁଖ୍ୟ ଟ୍ରଷ୍ଟି ସୁନୀଲ କୁମାର ଦାଶ ପ୍ରକାଶ କରିଛନ୍ତି ା
ମା’ଙ୍କ ପୀଠ କହିଲେ ମୁଖ୍ୟତଃ ବେଢା ମଧ୍ୟରେ ସମ୍ପୂର୍ଣ୍ଣ ଯୋଡି ହୋଇ ରହିଥିବା ଦୁଇଟି ବଟ ଓ ସାହାଡା ବୃକ୍ଷ ମୂଳରେ ମା’ ହିଙ୍ଗୁଳା ଆବିର୍ଭୂତା ା ଏହି ବୃକ୍ଷମାନଙ୍କରେ ବନ୍ଧା ହୋଇଥିବା ନାଲି କପଡା, ରଙ୍ଗବେରଙ୍ଗି ଶାଢୀ ଦ୍ୱାରା ଆବୃତ, ଫୁଲମାଳ, ଧୁପ, ଓ ବୋଳାଯାଇଥିବା ସିନ୍ଦୂରର ଦୃଶ୍ୟ ସମ୍ପୃକ୍ତ ଅଞ୍ଚଳର ଧାର୍ମିକ ଚେତନା ଓ ବିଶ୍ୱାସରେ ‘ଜିଅନ୍ତା ଠାକୁରାଣୀ’ ଭାବେ ଜନାଦୃତ ା ବୃକ୍ଷର ଦୁଇ ପାଶର୍‌ବରେ ଦୁଇଟି ବଡ଼ ବଡ଼ ମାଟି ଘୋଡା ଶୋଭା ପାଉଥିବା ବେଳେ ବେଢା ଭିତରେ ପଡି ରହିଛି ହଜାର ହଜାର ଭକ୍ତଙ୍କ ମାନସିକ ଘୋଡ଼ା ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?