ଆରମ୍ଭ ହେଲା ଗୋଲ୍ଡେନ୍‌ ଟ୍ରାଇଙ୍ଗଲ୍‌ ଫିଲ୍ମ ଫେଷ୍ଟିଭାଲ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଗୋଲ୍ଡେନ୍‌ ଟ୍ରାଇଙ୍ଗଲ୍‌ ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ଗୋଲ୍ଡେନ୍‌ ଟ୍ରାଇଙ୍ଗଲ୍‌ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲର ପଞ୍ଚମ ସଂସ୍କରଣ ସୋମବାର ସୂଚନା ଭବନଠାରେ ଉଦ୍‌ଘାଟିତ ହୋଇଯାଇଛି। ୩ଦିନ ଧରି ଚାଲିବାକୁ ଥିବା ଏହି ଚଳଚ୍ଚିତ୍ର ଉତ୍ସବରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦେଇ ଏହାକୁ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟଶାଣୀ, କାନାଡାର ଫିଲ୍ମମେକର ଆଲ୍‌ସନ ରିଚାର୍ଡସ ଏବଂ ଇଟାଲୀର ଫିଲ୍ମ ଜର୍ନାଲିଷ୍ଟ ସିଞ୍ଜିଆ ଘିଆନୀ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତବର୍ଷ ଉତ୍ସବରେ ଭାରତର ବିଭିନ୍ନ ରାଜ୍ୟ ସମେତ, ଚାଇନା, ଇରାନ, ଇଟାଲୀ ଏବଂ ରୁଷିଆ ଭଳି ରାଷ୍ଟ୍ରରୁ ଆସିଥିବା ମୋଟ ୩୭ଟି ଫିଲ୍ମ ପ୍ରଦର୍ଶିତ ହେବ। ଉଦ୍‌ଘାଟନୀ ଦିବସରେ ବିଭିନ୍ନ ଭାଷାର ୧୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିବାବେଳେ ତେଲୁଗୁ ଫିଲ୍ମ ‘ଦି ଡେଥ୍‌ ସେଣ୍ଟେନ୍ସ’ ପ୍ରଦର୍ଶନରୁ ଉତ୍ସବ ଆରମ୍ଭ ହୋଇଥିଲା। ରଙ୍ଗନାଥ ସ୍ବାମୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଜଣେ ହ୍ୟାଙ୍ଗ୍‌ମ୍ୟାନ୍‌ଙ୍କ କାହାଣୀ ଦେଖିବାକୁ ମିଳିଥିଲା। ଏହାବ୍ୟତୀତ ଫିଲ୍ମ ‘ଉଡ଼ା’, ‘ଲଞ୍ଚ୍‌ ବ୍ରେକ୍‌’, ‘ଡିଟେକ୍ଟିଭ୍‌ ଚାଇନାଟାଉନ୍‌’, ‘ଏ ଗିଫ୍ଟ ଫର୍‌ ଏ ଗ୍ଲୁମି ଡେ’, ‘କିଙ୍ଗ୍‌ ଅଫ୍‌ ଡ୍ୟାମେଜେସ୍‌’, ‘ଡିୟର ଡେଥ୍‌’ ଫିଲ୍ମ ଉଦ୍‌ଘାଟନୀ ଦିବସରେ ପ୍ରଦର୍ଶିତ ହୋଇଥିଲା। ସେହିଭଳି ଓଡ଼ିଆ ଫିଲ୍ମ ‘କଥା’ ଏବଂ ‘ମହା ନାଟକ’ ଉତ୍ସବର ପ୍ରଥମ ଦିନରେ ଅନ୍ୟତମ ଆକର୍ଷଣ ରହିଥିଲା।
କାର୍ଯ୍ୟକ୍ରମରେ ଗୋଲ୍ଡେନ୍‌ ଟ୍ରାଇଙ୍ଗଲ୍‌ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲର ସଭାପତି ପ୍ରିୟରଞ୍ଜନ ସାହୁ ଯୋଗଦେଇ କହିଥିଲେ, ଚଳିତବର୍ଷ ଇଟାଲୀ ଏବଂ କାନାଡାରୁ ପ୍ରତିନିଧିମାନେ ଏହି ଫେଷ୍ଟିଭାଲରେ ଯୋଗଦେଇଛନ୍ତି। ପରିବେଶ ପ୍ରଦୂଷଣ ରୋକିବା ଏବଂ ଜୈବିକ ଇନ୍ଧନର କୁପରିଣାମ ସମ୍ପର୍କରେ ଫିଲ୍ମ ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ଏହି ଫିଲ୍ମ ଫେଷ୍ଟିଭାଲର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ଫେବୃୟାରୀ ୧୨ରେ ଶେଷ ହେବାକୁ ଥିବା ଉତ୍ସବରେ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ଫିଲ୍ମ ଏବଂ କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri