ଆରପାରିରେ ରିଷି କପୁର

ମୁମ୍ବାଇ,୩୦।୪: ବଲିଉଡ୍‌ ଅଭିନେତା ରିଷି କପୁରଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଯିବାରୁ ରିଷିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ପରେ ତାଙ୍କୁ ବୁଧବାର ବିଳମ୍ବିତ ରାତ୍ରରେ ମୁମ୍ବାଇର ଏଚ୍‌ଏନ୍‌ ରିଲାଏନ୍ସ୍‌ ଫାଉଣ୍ଡେଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରିଷିଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ଭାଇ ରଣଧୀର କପୁର ସୂଚନା ଦେଇଛନ୍ତି। ରିଷିଙ୍କ ମୃତ୍ୟୁରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ୨୦୧୮ରେ ସେ କର୍କଟ ରୋଗରେ ପୀଡ଼ିତ ହୋଇ ଏକ ବର୍ଷଧରି ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ। ରିଷିଙ୍କ ମୃତ୍ୟୁରେ ଅମିତାଭ ବଚ୍ଚନ ଟୁଇଟ୍‌ କରି କହିଛନ୍ତି ଯେ, ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି। ସେହିପରି ରାହୁଲ ଗାନ୍ଧୀ କହିଛନ୍ତି ବଲିଉଡ୍‌ ପାଇଁ ରିଷିଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି। ଅଭିନେତା ରାଜ ମୁରାଦ ଣିଷିଙ୍କ ମୃତ୍ୟୁ ଖବର ଶୁଣି କାନ୍ଦି ପକାଇବା ସହିତ କହିଛନ୍ତି, ତାଙ୍କ ସହିତ ମୋର ୪୫ ବର୍ଷର ସମ୍ପର୍କ ଏବେ ତୁଟିଗଲା। ସୂଚନାଯୋଗ୍ୟ,୧୯୫୨ ସେପ୍ଟେମ୍ବର ୪ରେ ସେ ମୁମ୍ବାଇର ଚେମ୍ବୁରଠାରେ ଜନ୍ମଗ୍ରହଣ କରିଥିଲେ।
୧୯୫୫ରେ ପିତା ରାଜକପୁରଙ୍କ ଅଭିନୀତ ଫିଲ୍ମ ଶ୍ରୀ ୪୨୦ର ‘ପ୍ୟାର୍‌ ହୁଆ ଏକ ରାର୍‌ ହୁଆ’ ଗୀତରେ ଜଣେ ଶିଶୁ କଳାକାର ଭାବେ କିଛି ସେକେଣ୍ଡ ପାଇଁ ଅଭିନୟ କରିଥିଲେ। ଏହାପରେ ୧୯୭୦ରେ ପିତା ରାଜ କପୁରଙ୍କ ଫିଲ୍ମ ମେରାନାମ ଜୋକରରେ ଅଭିନୟ କରି ନିଜ ଅଭିନୟ ଦକ୍ଷତା ପ୍ରତିପାଦିତ କରିଥିଲେ। ୧୯୭୩ରେ ଫିଲ୍ମ ବବିରେ ଅଭିନୟ କରିଥିଲେ। ଫିଲ୍ମଟି ବକ୍ସ୍‌ ଅଫିସ୍‌ରେ ବେଶ୍‌ ସଫଳ ରହିଥିଲା। ରିଷି ଏବଂ ଅଭିନେତ୍ରୀ ନିତୁ ସିଂଙ୍କ ମଧ୍ୟରେ ଶୁଟିଂ ସେଟ୍‌ରୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ୧୯୮୦ ଜାନୁୟାରୀ ୨୨ରେ ସେ ନିତୁଙ୍କୁ ବିବାହ କରିଥିଲେ। ଜଣେ ରୋମାଣ୍ଟିକ୍‌ ଅଭିନେତା ଭାବେ ୧୯୭୩ରୁ ୨୦୦୦ମଧ୍ୟରେ ସେ ୯୨ ଫିଲ୍ମରେ ଅଭିନୟ କରିଥିଲେ। ସେଥିମଧ୍ୟରୁ ୩୬ଟି ବକ୍ସ୍‌ ଅଫିସ୍‌ରେ ସଫଳ ରହିଥିଲା। ୨୦୧୧ରେ ଫିଲ୍ମ ଦୋ ଦୁନେ ଚାରରେ ଅଭିନୟ କରି ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ହାସଲ କରିଥିଲେ। ୨୦୧୭ରେ କପୁର ଆଣ୍ଡ୍‌ ସନ୍ସ୍‌ରେ ନିଖୁଣ ଅଭିନୟ ପାଇଁ ତାଙ୍କୁ ଫିଲ୍ମଫେୟାର ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ, ପୋଲିସକୁ ମିଳିଲା ୫-୬ କିଲୋ ଆଇଇଡି

ଜମ୍ମୁ,୭।୫: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ପୋଲିସକୁ ବଡ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ଏକ ଜିଲାରେ ୫ କିଲୋଗ୍ରାମ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ(ଆଇଇଡି) ସହ ଜଣେ ଜଣେ...

ମନ୍ଦିର କୂଅ ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି, ଏବେ ବି ଅନେକ ନିଖୋଜ

ଇନ୍ଦୋର,୩୧।୩: ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରର ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିର କୂଅ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୧୮...

ଟିକା ଦେଇଥିବା ନର୍ସଙ୍କୁ ଏମିତି ପଚାରିଥିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧।୩: ଦେଶରେ କରୋନା ଭ୍ୟାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳେ ଟିକା ନେବା ପାଇଁ ଦିଲ୍ଲୀ...

ଫେରାଇ ନିଆଗଲା ‘ଭ୍ୟାକ୍ସିନ ନ ନେଲେ ମିଳିବ ନାହିଁ ଦରମା’ ନିର୍ଦ୍ଦେଶ

କୋଡରମା,୧୯ ।୧: କରୋନା ଭ୍ୟାକ୍ସିନକୁ ନେଇ ଝାଡ଼ଖଣ୍ଡରେ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା । ଯାହା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ଝାଡ଼ଖଣ୍ଡର...

ମୋବାଇଲରେ ଦୈନିକ ୪.୮ ଘଣ୍ଟା ବିତାଉଛନ୍ତି ଭାରତୀୟ

ନୂଆଦିଲ୍ଲୀ,୧୫ା୧୧: ସ୍ମାର୍ଟଫୋନରେ ସବୁଠାରୁ ଅଧିକ ସମୟ ବିତାଉଥିବା କ୍ଷେତ୍ରରେ ଭାରତର ସ୍ଥାନ ୪ର୍ଥରେ ରହିଛି। ମୋବାଇଲ ଆପ୍‌ ଆନାଲିଷ୍ଟ କମ୍ପାନୀ ଏପ୍‌ ଏନି ପକ୍ଷରୁ ପ୍ରକାଶିତ...

ଟଲିଉଡରେ ଏଣ୍ଟ୍ରି କରିବେ ରିଆ!

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୟ ଏବେବି ଦର୍ଶକଙ୍କ ମନରେ ଅଭୁଲା ହୋଇ ରହିଛି । ଖୁବ୍ କମ୍ ସମୟ ମଧ୍ୟରେ ସମସ୍ତଙ୍କଠାରୁ...

ଉନ୍ମାଦର ଅଗ୍ନିକୁଣ୍ଡ

ପାଟନା/କୋଲକାତା/ନୂଆଦିଲ୍ଲୀ,୩ା୪: ମାର୍ଚ୍ଚ ୩୦ ଓ ୩୧, ରାମନବମୀ। ସାରା ଦେଶ ଉତ୍ସବ ପାଳୁଥିବାବେଳେ ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ଗୁଜରାଟ ଓ ଝାଡ଼ଖଣ୍ଡରେ ଦେଖିବାକୁ ମିଳିଥିଲା ସାମ୍ପ୍ରଦାୟିକ...

ଜମ୍ମୁ-କଶ୍ମୀରରେ ଖରାପ ଫିଲ୍ମ ଦେଖିବା ପାଇଁ ବ୍ୟବହୃତ ହେଉଛି ଇଣ୍ଟରନେଟ୍‌: ନୀତି ଆୟୋଗ ସଦସ୍ୟ

ନୂଆଦିଲ୍ଲୀ,୧୯।୧: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଥିଲା। ଏହା ଦ୍ୱାରା ସ୍ଥାନୀୟ ଅର୍ଥ ବ୍ୟବସ୍ଥା ଉପରେ କୌଣସି ପ୍ରଭାବ ପଡ଼ି...

Advertisement
Archives

Model This Week