ଆମ ସିନେମାର ଥକା କଥା….

ଓଡ଼ିଶାରେ ମନୋରମ ପ୍ରାକୃତିକ ସମ୍ପଦର ଫାଇଦା ଉଠାଇବା ଦିଗରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ତା’ର ଓ୍ବେବ୍‌ସାଇଟ୍‌ରେ କିଛିଟା ଜିଲାର ପ୍ରାକୃତିକ ଦୃଶ୍ୟରେ ଫଟୋଚିତ୍ର ସାଧାରଣରେ ପ୍ରଯୋଜକ-ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରେରଣ କରାଯାଇଛି। ଏପରି ସ୍ଥାନରେ ବଲିଉଡ଼ର ଚଳଚ୍ଚିତ୍ର ଶୁଟିଂ ହୋଇପାରିବ। ଓଡ଼ିଶାରେ ଅନେକ ସ୍ଥାନ ପ୍ରଭୃତି ପ୍ରାକୃତିକ ସୌନ୍ଦର୍ଯ୍ୟର ଉପହାର ଦେଇଥିବାବେଳେ ମଧ୍ୟ ପର୍ଯ୍ୟଟକମାନଙ୍କ ଉଦ୍ଦେଶ୍ୟରେ ଆମେ କୌଣସି ସୁବିଧା କରୁନାହୁଁ। ପ୍ରକୃତପକ୍ଷେ ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଶୁଟିଂ ପରିବେଶ ଥିଲେ ମଧ୍ୟ କାହାର ପ୍ରାରମ୍ଭିକ ଭିତ୍ତିଭୂମି ନାହିଁ। ଓଡ଼ିଶାରେ ଚଳଚ୍ଚିତ୍ର ଉନ୍ନୟନ ନିଗମ ଯଦି ପରିବେଶ ପାଇଁ ବିଶେଷ ଗୁରୁତ୍ୱ ଦେଉଛନ୍ତି ତେବେ ପର୍ଯ୍ୟଟନ ବିଭାଗ ସହ ପରିମାପରେ ପ୍ରଥମେ ଭିତ୍ତିଭୂମିର ପ୍ରକଳ୍ପକୁ ତ୍ୱରାନ୍ବିତ ଦିଗରେ ଗୁରୁତ୍ୱ ଦେବା କଥା। ଓଡ଼ିଆ ସିନେମା ପରିଣତ ବୟସରେ ପରିପକ୍ୱତା ପରିବର୍ତ୍ତେ ଯେପରି ଆର୍ଥିକ ଦିଗରେ ବ୍ୟାପକ କ୍ଷତି ଘଟୁଛି, ସେହିପରି ପର୍ଯ୍ୟଟନର ଦ୍ୱାହି ଦେଇ‘ଅଚଳ’ ଚଳଚ୍ଚିତ୍ର ଉନ୍ନୟନ ନୀତି ‘ସଚଳ’ ହେବା ପାଇଁ ଅଣ୍ଟା ଭିଡୁଛି, ଏଥିରେ କେତେ ଉଦ୍ୟମ ଅଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଓଡ଼ିଆ ସିନେମାର ବ୍ୟବସାୟିକ ସ୍ଥିତି ଦୁର୍ବଳ ହେବା ସହ ପ୍ରେକ୍ଷାଳୟ ସଂଖ୍ୟା କମି କମି ୭୦/୮୦ଟା ମଧ୍ୟରେ ସୀମିତ ହେଲାଣି। ଓଡ଼ିଆ ସିନେମାର ଅଚଳ ଅବସ୍ଥାକୁ ସୁଧାରିବା ପାଇଁ ଚଳଚ୍ଚିତ୍ର ଉନ୍ନୟନ ନିଗମ ଗୁରୁତର ସହ ବିଚାର କରିବା ଆବଶ୍ୟକ। ସେହିପରି ଶିଳ୍ପ ବିଭାଗ ଅଧୀନରେ ଥିବା ଚଳଚ୍ଚିତ୍ର ଉନ୍ନୟନ ନିଗମକୁ ସଚଳ କରିବାକୁ ଆର୍ଥିକ ଅସୁବିଧା ପ୍ରଥମେ ଦୂର ହେବା ସହ ଗଠନମୂଳକ ଓ ଯୋଜନାବଦ୍ଧ କାର୍ଯ୍ୟ ଦିଗରେ ଅଗ୍ରସର ହେବା ଜରୁରୀ। ନ ହେଲେ ବାର୍ଦ୍ଧକ୍ୟ ଅବସ୍ଥାରେ ଓଡ଼ିଆ ସିନେମା ଜରାନିବାସରେ ଆଶ୍ରୟ ନେବା ସାର ହେବ। ବେଳୁ ସାବଧାନ, ସମୟ ଅପଚୟ ନ କରି ପରସ୍ପର ଦୋଷାରୋପ କରିବା ଅପେକ୍ଷା ସକ୍ରିୟ ଭାବେ କାର୍ଯ୍ୟ ଅପରିହାର୍ଯ୍ୟ। ଓଡ଼ିଆ ସିନେମା ସଚଳ ହେବା ଦିଗରେ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଶିଳ୍ପ ବିଭାଗ ଏହାକୁ ଗୁରୁତ୍ୱ ନ ଦେବା ଫଳରେ ଏହା କେବଳ ଲୋକମୁଖର ଗମନାଗମନ ନିଗମ ପାଲଟି ଯାଇଛି। ଆମ ସିନେମା ଥକା ଆଉ କେତେ ଗପିବା !


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରୁ ଦୂରେଇ ରହୁଛନ୍ତି ପରିଣୀତି

ମୁମ୍ବାଇ: ଚଳଚ୍ଚିତ୍ର ‘ଜବରିୟା ଯୋଡ଼ି’ ପରେ ଏବେ ଅଭିନେତ୍ରୀ ପରିଣୀତି ଚୋପ୍ରା ଫିଲ୍ମ ‘ଦ ଗର୍ଲ ଅନ୍‌ ଦ ଟ୍ରେନ୍‌’ର ଶୁଟିଂରେ ବ୍ୟସ୍ତ। ଫିଲ୍ମରେ ତାଙ୍କ...

ନିଜ ପ୍ରଶଂସକଙ୍କୁ ସଲମାନଙ୍କ ଅପିଲ୍‌: ଦୁଃଖ ସମୟରେ ସୁଶାନ୍ତଙ୍କ ପରିବାର-ପ୍ରଶଂସକଙ୍କ ସହ ଛିଡ଼ା ହୁଅନ୍ତୁ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କୌଣସି ଥ୍ରିଲର ଫିଲ୍ମଠାରୁ କମ୍‌ ନୁହେଁ। କ’ଣ ପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଲେ...

ଡୋନାଲ୍ଡ ଟ୍ରମ୍ପଙ୍କ ବାୟୋପିକରେ କାମ କରିବାକୁ ଚାହାନ୍ତି ସଞ୍ଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ବେଶ୍‌ କିଛି ସମୟ ପରେ ପୁଣି ବଡ ପରଦାକୁ ଫେରିଛନ୍ତି। ଐତିହାସିକ ମୁଭି ‘ପାନିପତ’ରେ ପୁଣିଥରେ ସଞ୍ଜୟଙ୍କର ଦମଦାର...

ନେହାଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ରୋହନପ୍ରୀତ୍‌, କାରଣ…

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କୁ ରୋହନପ୍ରୀତ୍‌ ସିଂ ବିବାହ କରିଛନ୍ତି। ମାତ୍ର ନେହାଙ୍କୁ ରୋହନ ବିବାହ କରିବାକୁ ଚାହୁଁ ନ ଥିଲେ ବୋଲି...

ଅନୁଷ୍କା ବେଶି ସୁନ୍ଦରୀ ନୁହନ୍ତି ବୋଲି କହିଥିଲେ ଏହି ବ୍ୟକ୍ତି: ଆଉ ତା ପରେ…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବହୁତ ଷ୍ଟାଇଲିଷ୍ଟ। ତାଙ୍କର ସମସ୍ତ ଶୈଳୀକୁ ପ୍ରଶଂସକ ବହୁତ ପସନ୍ଦ ମଧ୍ୟ କରନ୍ତି। ଦୀର୍ଘ ୨ ବର୍ଷ ହେବ ସେ...

ସୁନ୍ଦରୀ ହେବା ପାଇଁ ପ୍ଲାଷ୍ଟିକ୍‌ ସର୍ଜରୀ କରାଇଥିଲେ ଏହିସବୁ ଅଭିନେତ୍ରୀ

ବଲିଉଡ୍‌ର ଅଧିକାଂଶ ଅଭିନେତ୍ରୀ ବାସ୍ତବରେ ସୁନ୍ଦରୀ ହୋଇଥିବା ବେଳେ ଆଉ କିଛି ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପ୍ଲାଷ୍ଟିକ ସର୍ଜରୀ କରାଇଛନ୍ତି। ଜାଣନ୍ତୁ ଏହି...

ଘରେ ବସି କପିଲ ଶର୍ମାଙ୍କ କମେଡି ଶୋ’ରେ ନେଇପାରିବେ ଭାଗ, ଜାଣନ୍ତୁ କେମିତି

ଲକ୍‌ଡାଉନ୍‌ ଯୋଗୁ ଗତ ମାର୍ଚ୍ଚ ମାସରୁ ସମସ୍ତ ଟିଭି ସିରିଏଲ ଶୁଟିଂ ବନ୍ଦ ରହିଛି। ପାଖାପାଖି ୪ ମାସ ପରେ ଏବେ ଧୀରେ ଧୀରେ ଶୁଟିଂ...

ପୁଣି ଚର୍ଚ୍ଚାରେ ଅମିତାଭ ବଚ୍ଚନଙ୍କ ନାତୁଣି ନବ୍ୟା

ସାରା ଦେଶରେ କରୋନା ଭାଇରସକୁ ନେଇ ଲକଡାଉନ ଜାରି ହୋଇଛି। ଏହି ସମୟରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ କଳାକାରମାନେ ସୋସିଆଲ ମିଡିଆ ମାଧ୍ୟମରେ...

Advertisement
Archives

Model This Week