ଆମ୍ବ, ପରିବା ଚାଷ ଦେଇଛି ରୋଜଗାର

ଫିରିଙ୍ଗିଆ, ୧୦ା୬-ଚାଷ କରି ଆତ୍ମ ନିର୍ଭରଶୀଳ ହୋଇ ପାରିଥିଲେ ମଧ୍ୟ ଦିନକୁ ଦିନ ପାଣି ସମସ୍ୟା ଏଥିରେ ଅନ୍ତରାୟ ସାଜୁଛି। ନଦୀ, ଚୂଆରୁ ପାଣି ଆଣି ଆଉ ଚାଷ କରିବା ସମ୍ଭବ ହେଉନାହିଁ। ଚାଷ ପାଇଁ ସରକାର ବହୁ ପ୍ରୋତ୍ସାହନ ଦେବା ସହ ଯୋଜନା କରୁଥିଲେ ମଧ୍ୟ ତାହା କେତେଜଣ ଚାଷୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ଏଭଳି ଜଣେ ଚାଷୀ ଫିରିଙ୍ଗିଆ ବ୍ଲକ ଅଞ୍ଚଳର ଶିବ ଦେହୁରୀ। ସେ ଦୀର୍ଘ ବର୍ଷ ହେଲା ୨ ଏକର ଜମିରେ ଆମ୍ବ ଓ ପନିପରିବା ଚାଷ କରି ଆସୁଛନ୍ତି। ତେବେ ପାଣି ଅସୁବିଧା ହେତୁ ଆଗ ଭଳି ଆଉ ଚାଷ ହେଉନାହିଁ। ଉଦ୍ୟାନ କୃଷି ବିଭାଗକୁ ସେ ଏ ନେଇ ଜଣାଇଥିଲେ। କୂଅଟିଏ ଖୋଳାଇବା ପାଇଁ ଆବେଦନ କରିଥିଲେ ସୁଦ୍ଧା ଏ ଯାଏ ହୋଇ ପାରିନାହିଁ। ପାଣି ସୁବିଧା ହେଲେ ଚାଷ କରି ଅଧିକ ଲାଭବାନ ହୋଇପାରନ୍ତେ ବୋଲି ଶିବ କହିଛନ୍ତି।
ଶିବଙ୍କ ପରିବାର କହିଲେ ପାଖରେ ଅଛନ୍ତି କେବଳ ସ୍ତ୍ରୀ। ପିଲାମାନେ ଅଲଗା ହୋଇ ରହୁଛନ୍ତି। ସ୍ତ୍ରୀଙ୍କ ସହ ମିଶି ଶିବ ୨ ଏକର ଜମିରେ ଆମ୍ବ ସମେତ ବାଇଗଣ, ବିନ୍ସ, କଲରା, ଟମାଟୋ, କାକୁଡି ଆଦି ବିଭିନ୍ନ ପ୍ରକାର ପରିବା ଚାଷ କରୁଛନ୍ତି। ଏଥିରୁ ବର୍ଷକୁ ଭଲ ଆୟ ହୋଇଥାଏ। ନିକଟସ୍ଥ ନାଳରୁ ପାଣି ଭାର କରି ଆଣି ଚାଷରେ ଲଗାଯାଉଥିଲା। ଚାଷ ବଢ଼ୁ ଥିବାରୁ ପାଣି ଆଉ ଯୋଗାଇ ହେଉନାହିଁ। ବୟସ ବି ୭୦ ଟପିଲାଣି। ପାଣି ବୋହିଆଣି ଚାଷ କରିବା ସମ୍ଭବ ହେଉନାହିଁ। ସରକାରଙ୍କ ପକ୍ଷରୁ କୌଣସି ଯୋଜନାରେ କୂଅ ଟିଏ ଖୋଳାଇ ଦେଲେ ଉପକୃତ ହୁଅନ୍ତି ବୋଲି ଶିବ କହିଛନ୍ତି। ବର୍ଷକୁ ତାଙ୍କର ଆୟ ପାଖପାଖି ୮୦ ହଜାର ଟଙ୍କା ହୁଏ ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ଏ ନେଇ ବ୍ଲକ ଉଦ୍ୟାନ କୃଷି ଅଧିକାରୀ ଜ୍ଞାନ ରଞ୍ଜନ ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ଆମର କୂଅ ଯୋଜନା ନାହିଁ। ବିଡିଓଙ୍କୁ ଲେଖି ଜଣାଇଲେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କୂଳ ଖୋଳି ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri