ଆମ୍ବ ତୋଳିବା କାଳ ହେଲା: ପାଣିରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ

ବାହାନଗା, ୫ା୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବ ତୋଳିବାକୁ ଯାଇ ଦୁଇ ଭଉଣୀ ପୋଖରୀରେ ବୁଡି ପ୍ରାଣ ହରାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ସାହାସପୁରା ଗ୍ରାମର ମକିମ୍‌ ସାହାଙ୍କ ଦୁଇ ଝିଅ ପ୍ରମିଣି ଖାତୁନ୍‌ (୧୧) ଓ ନୟନା ଖାତୁନ୍‌ (୬) ନିକଟସ୍ଥ ପୋଖରୀ କୂଳରେ ଥିବା ଆମ୍ବ ଗଛରୁ ଆମ୍ବ ତୋଳୁଥିଲେ। ପ୍ରଥମେ ସାନଝିଅ ନୟନା ଗୋଡ ପୋଖରୀ ମଧ୍ୟକୁ ଖସିଯାଇଥିଲା। ତେବେ ତାକୁ ଉଦ୍ଧାର କରିବାକୁ ଉଦ୍ୟମ କରି ବଡଭଉଣୀ ପ୍ରମିଣି ମଧ୍ୟ ପୋଖରୀରେ ବୁଡିଯାଇଥିଲେ। ଦୁଇ ଭଉଣୀଙ୍କୁ ନ ପାଇ ଘରଲୋକେ ଖୋଜାଖୋଜି କରିବା ପରେ ପୋଖରୀରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନୟନା ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିବା ବେଳେ ବଡ ଭଉଣୀ ପ୍ରମିଣୀ ୫ମ ଶ୍ରେଣୀରେ ପାଠ ପଢୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବଚ୍ଛ, ମଳମୁକ୍ତ ଗ୍ରାମଭାବେ ପୁରସ୍କୃତ ହୋଇଥିଲା ଟାଙ୍ଗରସାହି: ପାଇଖାନା ନିର୍ମାଣ ଅର୍ଥ ନ ପାଇ ନିରାଶ ହିତାଧିକାରୀ

କାଳିଆପାଣି,୨୯।୯(ଡି.ଏନ.ଏ.)- ସୁକିନ୍ଦା ବ୍ଲକରେ ସ୍ବଚ୍ଛ ଓ ମଳମୁକ୍ତ ଗ୍ରାମଭାବେ ଉଦାହରଣ ସୃଷ୍ଟି କରିଥିବା ଟାଙ୍ଗରସାହି ଗ୍ରାମର ହିତାଧିକାରୀ ପ୍ରଶାସନର ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି।...

ଘାଟିରୁ ୧୦୦ ଫୁଟ୍‌ ତଳକୁ ଖସିଲା ହିଟାଚି ବୋଝେଇ ଟ୍ରଲର: ଚାଳକ, ମେଶିନ ଅପରେଟର ଗୁରୁତର

କେନ୍ଦୁଝର,୧୩।୬(ସ୍ବ.ପ୍ର.)-ନରଣପୁରରୁ ହରିଚନ୍ଦନପୁର ଦେଇ ଡୁବୁରୀ ଯାଇଥିବା ରାସ୍ତାର କୁଆଝରଣ ଘାଟିରେ ଶନିବାର ଭାରସାମ୍ୟ ହରାଇ ଏକ ଟ୍ରଲର ତଳକୁ ଖସିପଡ଼ିଛି। ଫଳରେ ଚାଳକଙ୍କ ସହ ଜଣେ...

ଗଛକଟାକୁ ନେଇ ମାଡ଼ ଖାଇବାରୁ ଲଜ୍ଜାରେ ଫାଶୀ ଦେଲେ ଯୁବକ

ଖଇରା,୨୧।୩(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଖଇରା ଥାନା ଗଗନଧୂଳି ପଞ୍ଚାୟତ ଅଧୀନ ତେନ୍ତୁଳିଆପଡ଼ା ଗ୍ରାମରେ ଗଛ କଟାକୁ ନେଇ କିଛି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ...

୨ ଚନ୍ଦନ ଗଛ ଚୋରି

କେନ୍ଦୁଝର, ୨୪ା୫ (ସ୍ବ.ପ୍ର.): କେନ୍ଦୁଝର ଆକାଶବାଣୀ କେନ୍ଦ୍ର ପରିସରରୁ ୨ ଟି ଚନ୍ଦନ ଗଛ ଚୋରି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କଡା ସୁରକ୍ଷା ବ୍ୟବସ୍ଥା...

୪ରୁ ଖୋଲିବ ହାଇକୋର୍ଟ: ଶୁଣାଣି କରିବେ ୫ ବିଚାରପତି

କଟକ ଅଫିସ, ୩।୫: ଆସନ୍ତା ୪ ତାରିଖ ଅର୍ଥାତ୍‌ ସୋମବାରଠାରୁ ଓଡ଼ିଶା ହାଇକୋର୍ଟ ପୂର୍ବଭଳି କାର୍ଯ୍ୟ କରିବ। ପୂର୍ବାହ୍ନ ୧୧ଟାରେ ବିଭିନ୍ନ ମାମଲାର ବିଚାର ହେବ।...

ଶିକାରୀଙ୍କ ବିଦ୍ୟୁତ୍‌ ତାରରେ ଲାଗି ୨ ଭାଇ ମୃତ

ହିଞ୍ଜିଳିକାଟୁ,୫ା୯(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସିଙ୍ଗିପୁର ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଶିକାର କରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ...

ପ୍ରେମିକାଙ୍କୁ ଗର୍ଭବତୀ କରି ପ୍ରେମିକ ଫେରାର: ପରିବାରକୁ ହତ୍ୟା ଧମକ ଦେଉଥିବା ଅଭିଯୋଗ

ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଜିଲା ଜରପଡ଼ା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିବା ପରେ...

ମାଟ୍ରିକ ପରୀକ୍ଷାରେ ୫୦%ରୁ କମ୍‌ ସଫଳତା

ଅନୁଗୋଳ ଅଫିସ, ୧୧।୬ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ୨୦୧୯ରେ ଅନୁଷ୍ଠିତ ମାଟ୍ରିକ ପରୀକ୍ଷାରେ ୫୦ ପ୍ରତିଶତରୁ କମ୍‌ ସଫଳତା ପାଇଥିବା ବିଦ୍ୟାଳୟଗୁଡିକୁ ସ୍କୁଲ ଓ...

Advertisement


Archives

Model This Week

Why Dharitri