ଆମ୍ବୁଲାନ୍ସ ଚକା ଖରାପ ଯୋଗୁ ଅଧଘଣ୍ଟା ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚିଲେ ରୋଗୀ

ମୁନିଗୁଡ଼ା,୩।୧୧(ଡି.ଏନ.ଏ.): ୧୦୮ ଆମ୍ବୁଲାନ୍ସକୁ ନେଇ ରାୟଗଡା ଜିଲାରେ ଅନେକ ଥର ଅବ୍ୟବସ୍ଥା ଦେଖା ଦେଇଥିବା ବେଳେ ରବିବାର ପୁଣି ଏକ ଚିତ୍ର ସାମ୍ନାକୁ ଆସିଛି । ଜିଲାର ମୁନିଗୁଡ଼ା ବ୍ଲକ ମଧୁମୁଣ୍ଡା ଗ୍ରାମର ଲୋଟି ସାରକା (୩୫) ଅନେକ ଦିନ ଧରି ଜ୍ବରରେ ପୀଡିତ ଥିଲେ। ଆଜି ତାଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ମୁନିଗୁଡ଼ା ଡାକ୍ତରଖାନା ଯିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ। ଆମ୍ବୁଲାନ୍ସ ମଧ୍ୟ ଆସିଥିଲା । ମାତ୍ର ଡାକ୍ତରଖାନା ଯିବା ସମୟରେ ଅଧା ରାସ୍ତାରେ ତଥା କୁଟ୍ରାଗଡ଼ ଗ୍ରାମ ନିକଟରେ ଆମ୍ବୁଲାନ୍ସ ଚକ ପଙ୍କଚର୍‌ ହୋଇଯାଇଥିଲା। ଫଳରେ ଅଧାଘଣ୍ଟା ଧରି ରୋଗୀ ଓ ସମ୍ପର୍କୀୟ ରାସ୍ତାକଡ଼ରେ ଅଟକି ରହିଥିଲେ ।
ତେବେ ପରିତାପର ବିଷୟ ହେଉଛି ଆମ୍ବୁଲାନ୍ସରେ ଥିବା ଷ୍ଟେଫିନ ଚକର ଅବସ୍ଥା ଏପରି ଥିଲା ଯେ ତାହା ବଦଳାଯାଇ ପାରିବା କଷ୍ଟକର ଥିଲା। ତେବେ ରୋଗୀ ଓ ସମ୍ପର୍କୀୟ କୌଣସି ଉପାୟ ନ ଥିବାରୁ ବାଧ୍ୟ ହୋଇ ୩୦ ମିନିଟ ଅନ୍ୟ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ। ଶେଷରେ ଅନ୍ୟ ଏକ ଆମ୍ବୁଲାନ୍ସ ଆସିବା ପରେ ରୋଗୀ ଜଣକ ଡାକ୍ତରଖାନାରେ ପହଞ୍ଚିଥିଲେ । ଏ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିବା ସହ ସରକାର ଶୀଘ୍ର ଏପରି ସମସ୍ୟାକୁ ଗୁରୁତ୍ୱର ସହ ନେଇ ଏହାର ସମାଧାନ କରିବାକୁ ଦାବି କରିଛନ୍ତି ।
ସୂଚନାଥାଉକି, ଗତ କିଛି ଦିନ ତଳେ ଠିକ୍‌ ଏହିପରି ଭାବେ ଜିଲାର କଲ୍ୟାଣସିଂପୁରଠାରେ ଆମ୍ବୁଲାନ୍ସର ଚକ ପଙ୍କଚର ଯୋଗୁ ବିଳମ୍ବରେ ରୋଗୀ ଜଣକ ଡାକ୍ତରଖାନାରେ ପହଞ୍ଚିବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର-ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତିର ପ୍ରତିବାଦ: ଗଞ୍ଜାମ ଜିଲା କଂଗ୍ରେସର ବିକ୍ଷୋଭ, ଗଣଧାରଣା

ବ୍ରହ୍ମପୁର ଅଫିସ,୨୩ା୧୧-କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତି ଏବଂ ବହୁମୁଖୀ ଦୁର୍ନୀତି ପ୍ରତିବାଦରେ ଗଞ୍ଜାମ ଜିଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ବ୍ରହ୍ମପୁରରେ ଶୋଭାଯାତ୍ରା...

ରକ୍ତଦାନରେ ସାମିଲ ହେଲେ ପୋଲିସ ଅଧିକାରୀ

ବାଲେଶ୍ୱର ଅଫିସ,୧୭।୪-ବାଲେଶ୍ୱର ସଦର ବ୍ଲକ ଅଧୀନ ଗେଙ୍ଗୁଟି ପଞ୍ଚାୟତର ପଳାସପୁର ୟୂଜିଏମି ସ୍କୁଲଠାରେ ଆଚ୍ଛା ସଙ୍ଗଠନ ସହାୟତାରେ ଶୁକ୍ରବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।...

ଆଜି ଆବାସ ଯୋଜନାର ଚୂଡ଼ାନ୍ତ ତାଲିକା

ରସୁଲପୁର,୩୦ା୧(ଡି.ଏନ.ଏ.):ଜାନୁୟାରୀ ୩୦(ସୋମବାର) ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଚୂଡାନ୍ତ ଯୋଗ୍ୟ ତାଲିକା ପ୍ରକାଶ ପାଇବ। ଏନେଇ ରସୁଲପୁର ବ୍ଲକରେ ଘଣ୍ଟାଚକଟା ଚାଲିଛି। ତାଲିକାରୁ ଅଯୋଗ୍ୟଙ୍କୁ ବାଦ ଦେବା...

ବାଲି ଚୋରା ଚାଲାଣ: ୩ ଟ୍ରାକ୍ଟର ଜବତ

ଚିତ୍ରଡା,୧୫ା୫(ଡି.ଏନ୍‌.ଏ.)- ବାଲି ଚୋରା ଚାଲାଣ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ତହସିଲ ଅନ୍ତର୍ଗତ ଗଣ୍ଡଗୁହାଳି ବାଲି ଘାଟରେ ଗୁରୁବାର ତହସିଲଦାର ପ୍ରିୟଦର୍ଶନୀ ମଲ୍ଲିକ ଚଢ଼ାଉ କରି...

୧୧ହଜାର ଶିଶୁ, ୨୬୩୧ ଗର୍ଭବତୀ ନେବେ ଟିକା

ଖୋର୍ଦ୍ଧା ଅଫିସ,୮ା୩:କୋଭିଡ୍‌ ମହାମାରୀ ସମୟରେ ନିୟମିତ ଟିକାକରଣରୁ ବଞ୍ଚିତ ପିଲାମାନଙ୍କୁ ଟିକାକରଣ ନିମନ୍ତେ ସୋମବାର ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟାଳୟ ମାତୃ ଓ ଶିଶୁ...

ବ୍ୟବସାୟୀଙ୍କୁ ପିଟିବା ମହଙ୍ଗା ପଡ଼ିଲା

ଫୁଲବାଣୀ ଅଫିସ/ଗୋପାଳପୁର(ଡି.ଏନ୍‌.ଏ.),୩ା୧୨: ଆଇନକୁ ଉଲ୍ଲଂଘନ କରି ଦାଦାଗିରି ଦେଖାଇବା ଗଞ୍ଜାମ ଜିଲା ଗୋପାଳପୁର ଥାନାଧିକାରୀଙ୍କୁ ମହଙ୍ଗା ପଡ଼ିଛି । ବିନା ଦୋଷରେ କନ୍ଧମାଳ ଜିଲା ରାଇକିଆର...

ପାରାଦୀପ ପୌରାଞ୍ଚଳ: ସ୍ଥଗିତ ରହିଲା ପକ୍କା ଘର ଯୋଗ୍ୟତା କାର୍ଡ ବଣ୍ଟନ

ପାରାଦୀପ, ୯।୩ (ସ୍ବ.ପ୍ର.): ରାଜ୍ୟ ସରକାର ସହରାଞ୍ଚଳରେ ଥିବା କଚ୍ଚା ଘର ବାସିନ୍ଦାଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ୨୦୧୭ରୁ ଭୂମିହୀନଙ୍କୁ ଯୋଗ୍ୟତା ପ୍ରମାଣପତ୍ର...

ଉଛୁଳିଲା ବୁଢ଼ାବଳଙ୍ଗ, ଗଙ୍ଗାହାର

ବାରିପଦା ଅଫିସ,୧୬।୯-ଲଘୁଚାପଜନିତ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକରେ ବନ୍ୟା ସ୍ଥିତି ଉପୁଜିଛି। ବୁଢ଼ାବଳଙ୍ଗ, ଗଙ୍ଗାହାର, ପଳପଳା ଓ ସୋନ ନଦୀର ଜଳସ୍ତର...

Advertisement
Archives

Model This Week