Posted inଖେଳ

ଆମେରିକୀୟ ଓକିଲଙ୍କ ସହ ସାମିଙ୍କ ପରାମର୍ଶ

ନୂଆଦିଲ୍ଳୀ,୮।୯- ସ୍ତ୍ରୀ ହସିନ ଜାହାଁ ଘରୋଇ ହିଂସା ନେଇ ଦାଏର କରିଥିବା କେସ୍‌ର ସମ୍ମୁଖୀନ ହେବା ପାଇଁ ଭାରତୀୟ ତାରକା ଦ୍ରୁତ ବୋଲର ମହମ୍ମଦ ସାମି ଆଇନଗତ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆମେରିକୀୟ ଆଇନଜୀବୀ ସଲିମ ରହମାନଙ୍କ ସହ ସେ କ୍ରମାଗତ ଭାବେ ପରାମର୍ଶ କରୁଛନ୍ତି। ସେ ମଧ୍ୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସହିତ ସମ୍ପର୍କରେ ରହିଛନ୍ତି। ସାମି ୧୨ ତାରିଖ ଦିନ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ଟିମ୍‌ ଇଣ୍ଡିଆର ଓ୍ବେଷ୍ଟଇଣ୍ଡିଜ ଗସ୍ତ ପରେ ସାମି ଆମେରିକା ଯାଇଛନ୍ତି ଓ ସଲିମଙ୍କ ପରାମର୍ଶ ନେଉଛନ୍ତି। ହସିନଙ୍କ ଅଭିଯୋଗକୁ ଭିତ୍ତି କରି ସାମିଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରାଯାଇଛି। ଫଳରେ ସାମି ଗିରଫ୍‌ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ଚାର୍ଜସିଟ୍‌ ନ ଦେଖିଲା ପର୍ଯ୍ୟନ୍ତ ସାମିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ବୋର୍ଡ ତରଫରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ଶ୍ରୀଲଙ୍କା ମୁକାବିଲା

ଲିଡ୍ସ,୨୨।୬(ପି.ଟି.)- ଚଳିତ ବିଶ୍ୱକପ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଆୟୋଜକ ତଥା ଫେଭରାଇଟ ଇଂଲଣ୍ଡ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଶୁକ୍ରବାର ସ୍ଥାନୀୟ ହେଡିଂଲି ଗ୍ରାଉଣ୍ଡରେ...

ସାହାଯ୍ୟ ପାଇଁ ହାତ ବଢ଼ାଇଲେ ପଞ୍ଜାବ ଖେଳାଳି

ଅହମ୍ମଦାବାଦ,୩୦।୪ : ଦେଶରେ କୋଭିଡ୍‌-୧୯ ଯୋଗୁ ଅତି ଭୟଙ୍କର ସ୍ଥିତି ସୃଷ୍ଟି ହୋଇ ଥିବାବେଳେ ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି ଗୋଟିଏ ପରେ ଗୋଟିଏ ବିଦେଶୀ...

ନମିତାଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ଅନ୍ତର୍ଜାତୀୟ ମହିଳା ହକି ତାରକା ନମିତା ଟପ୍ପୋ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର ପାଇଛନ୍ତି। ୨୦୧୮ ଏପ୍ରିଲରୁ ୨୦୨୦ ମାର୍ଚ୍ଚ...

ସୁଲତାନ ଜୋହର କପ୍‌ ହକି: ଲଢ଼େଇ କରି ହାରିଲା ଭାରତ

ଜୋହର ବାହରୁ, ୧୬।୧୦-ସୁଲତାନ ଜୋହର କପ୍‌ ଜୁନିୟର ହକି ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ୩-୪ ଗୋଲରେ ଜାପାନଠାରୁ ହାରି ଯାଇଛି।...

ମାତ୍ର ୪୦ ମିନିଟ୍‌ରେ ଏହି ପାକିସ୍ତାନୀ ଖେଳାଳିଙ୍କ ହୃଦୟ ଜିତି ନେଲେ ସୌରଭ ଗାଙ୍ଗୁଲୀ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଏବଂ ପାକିସ୍ତାନ କ୍ରିକେଟ ଖେଳ ସବୁବେଳେ ରୋମାଞ୍ଚଭରା ହୋଇଥାଏ। ଦୁଇ ପ୍ରତିପକ୍ଷ ଖେଳାଳିଙ୍କ ମଧ୍ୟରେ ଖେଳ ପଡ଼ିଆ ଭିତରେ ସବୁବେଳେ ପ୍ରତିଦ୍ୱନ୍ଦ୍ୱିତା ଲାଗି...

ଏହି କ୍ରିକେଟର୍‌ଙ୍କ ପାଦ ଛୁଇଁଲେ ସୁରେଶ ରାଇନା

ମୁମ୍ବାଇ,୨୩।୪: ଆଇପିଏଲ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ) ବୁଧବାର କୋଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ଭେଟିଥିଲା। ସିଏସ୍‌କେ ଏହି ମ୍ୟାଚକୁ ୧୮ ରନ୍‌ରେ ଜିତିଥିଲା।...

ଆତ୍ମହତ୍ୟା କଲେ କ୍ରିକେଟର୍‌

ବାଂଲାଦେଶର ପୂର୍ବତନ ଅଣ୍ଡର-୧୯ କ୍ରିକେଟର ମହମ୍ମଦ ସୋଜିବ ଆତ୍ମହତ୍ୟା କରିଛନ୍ତି। ନଭେମ୍ବର ୧୪ରେ ସେ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୨୧ବର୍ଷର ସାଜିବ...

ପ୍ରମୋଦ, ପଞ୍ଚାନନଙ୍କୁ ଓସ୍‌ଜା କ୍ରୀଡ଼ା ପୁରସ୍କାର

ଭୁବନେଶ୍ବର, ୧୪ା୩(କ୍ରୀଡ଼ା ପ୍ରତିନିଧି)- ତାରକା ପାରା ସ୍ପୋଟର୍‌ସ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଓ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରପ୍ରାପ୍ତ ଆଥଲେଟିକ୍‌ କୋଚ୍‌ ପଞ୍ଚାନନ ଗନ୍ତାୟତ...

Advertisement
Archives

Model This Week