ଆମେରିକା ରାଷ୍ଟ୍ରପତି ଦୌଡ଼: ଡେମୋକ୍ରାଟ ଦଳର ୨ୟ ସ୍ଥାନରେ କମ୍‌ଲା ହାରିସ୍‌

ଓ୍ବାଶିଂଟନ,୪ା୭(ପି.ଟି.): ଆମେରିକାରେ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଲାଗି ଡେମୋକ୍ରାଟ ଦଳରୁ ୨୦ରୁ ଊର୍ଦ୍ଧ୍ୱ ଆଶାୟୀ ରହିଥିବାବେଳେ ସେମାନଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ କମ୍‌ଲା ହାରିସ୍‌ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଥିବା ସଦ୍ୟ ପ୍ରକାଶିତ ଜନମତ ସର୍ଭେରୁ ଜଣାପଡିଛି। ପ୍ରଥମ ଡେମୋକ୍ରାଟ୍‌ ରାଷ୍ଟ୍ରପତି ବିତର୍କରେ ସେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। କୁଇନିପିକ୍‌ ୟୁନିଭର୍ସିଟି ସର୍ଭେରେ ଏହି ଆମେରିକୀୟ ସିନେଟରଙ୍କୁ ୨୦ ପ୍ରତିଶତ ମାର୍କ ମିଳିଥିବାବେଳେ ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ୍‌ଙ୍କୁ ୨୨ ପ୍ରତିଶତ ମିଳିଛି। ଗତମାସରେ ହୋଇଥିବା ସର୍ଭେରେ ବିଡେନ୍‌ଙ୍କୁ ୩୦ ପ୍ରତିଶତ ଏବଂ ହାରିସ୍‌ଙ୍କୁ ୭ ପ୍ରତିଶତ ମାର୍କ ମିଳିଥିଲା। ଉକ୍ତ ସର୍ଭେରେ ହାରିସ୍‌ ଚତୁର୍ଥ ସ୍ଥାନରେ ଥିଲେ। ତେବେ ଗତ ଗୁରୁବାର ହୋଇଥିବା ବିତର୍କରେ ତାଙ୍କର ଉଚ୍ଚକୋଟୀର ପଦର୍ଶନ ଲାଗି ଅଧିକରୁ ଅଧିକ ସମର୍ଥନ ମିଳିଛି। ଯଦି ହାରିସ୍‌ ନିର୍ବାଚିତ ହୁଅନ୍ତି ତେବେ ସେ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ହେବେ।


Enter your email to get our daily news in your inbox.

All Right Reserved By Dharitri.Com

କେଶ କାଟିବାକୁ ଯାଇ ବଦଳିଗଲା ଜୀବନ: ୧୦ ବର୍ଷ ତଳେ ହଜିଯାଇଥିବା ପୁଅକୁ ଫେରି ପାଇଲା ମା’

କେଶ କାଟିବାରୁ ପରିବାରକୁ ଫେରି ପାଇଲେ ବ୍ୟକ୍ତି। ଆପଣ ଭାବୁଥିବେ କେଶ କାଟି କିପରି ଜଣେ ତାଙ୍କ ପରିବାରକୁ ଫେରି ପାଇବ। ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ...

କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୫୩ ଲକ୍ଷ: ମୃତ୍ୟୁ ସଂଖ୍ୟା ଟପିଲା ୩ ଲକ୍ଷ ୪୦ ହଜାର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୫: ପୃଥିବୀରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୫୩ ଲକ୍ଷ ୬...

ଅଚାନକ ଆଫଗାନିସ୍ତାନରେ ପହଞ୍ଚିଲେ ଡୋନାଲ୍ଡ ଟ୍ରମ୍ପ

କାବୁଲ,୨୯।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଚାନକ ଆଫଗାନିସ୍ତାନରେ ପହଞ୍ଚିଛନ୍ତି। ଟ୍ରମ୍ପ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଫ୍ଲୋରିଡା ଯାଉଥିବାବେଳେ ହଠାତ୍‌ ନିଜ କାର୍ଯ୍ୟକ୍ରମ...

କ୍ରେଡିଟ୍‌ କାର୍ଡ ବିଲ୍‌ ଶୁଝିବା ପାଇଁ ଯାଆଁଳା ଶିଶୁଙ୍କୁ ବିକିଦେଲେ ମା’

ବେଜିଂ,୧୨।୯:ଚାଇନାର ବେଜିଂରେ ଏକ ଅଜବ ଘଟଣା ଘଟିଛି। କ୍ରେଡିଟ୍‌ କାର୍ଡ ବିଲ୍‌ ଶୁଝିବା ପାଇଁ ଯାଆଁଳା ଶିଶୁଙ୍କୁ ବିକିଦେଇଛନ୍ତି ମା’। କେବଳ ଏତିକି ନୁହେଁ, ପିଲା...

କରୋନା ସମୟରେ ମୃତ୍ୟୁ ବିଷୟରେ ଭାବିଲେ ଜୀବନ ହୋଇଯିବ ରଙ୍ଗହୀନ!

ବେଜିଂ: ମହାମାରୀ କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟାପିସାରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ...

୮ ମାସ ପରେ ଜେଲ୍‌ରୁ ବାହାରିଲା କୁକୁଡା, ଜାଣନ୍ତୁ କାହିଁକି ଥିଲା ବନ୍ଦ

ପାକିସ୍ତାନରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ କୁକୁଡାକୁ ୮ ମାସ ଧରି ଜେଲରେ ରଖାଯାଇଥିଲା। ଏବେ ତାକୁ ମୁକ୍ତ କରିଦିଆଯାଇଛି। ପାକିସ୍ତାନର...

ମୁଶରଫ୍‌ଙ୍କ ବିରୋଧରେ ଦେଶଦ୍ରୋହ ମାମଲା: ରାୟ ସଂରକ୍ଷିତ; ଦୋଷୀ ସାବ୍ୟସ୍ତ ହେଲେ ହୋଇପାରେ ଫାଶି ଦଣ୍ଡ

ଇସଲାମାବାଦ୍‌,୧୯।୧୧: ଦେଶଦ୍ରୋହ ମାମଲାରେ ପାକିସ୍ତାନର ପୂର୍ବତନ ସାମରିକ ଶାସକ ଜେନେରାଲ ପରଭେଜ୍‌ ମୁଶରଫ୍‌ଙ୍କ ବିରୋଧରେ ହୋଇଥିବା ମାମଲାର ରାୟ କୋର୍ଟ ମଙ୍ଗଳବାର ସଂରକ୍ଷିତ ରଖିଛନ୍ତି। ଏଥିରେ...

ଚାଇନାକୁ ୨ଶହ ଟନ୍‌ ଚାଉଳ ଦାନ କଲା ମ୍ୟାନମାର

ୟାନଗୋନ,୧।୩: କରୋନା ଭାଇରସ କବଳରେ ପଡି ଆର୍ଥିକ ସ୍ତରରେ ପଛକୁ ଚାଲିଯାଇଥିବା ଚାଇନାକୁ ଏବେ ବିଭିନ୍ନ ଦେଶ ସହାୟତାର ହାତ ବଢାଇଛନ୍ତି। ଏହି କ୍ରମରେ ରବିବାର...

Advertisement


Archives

Model This Week