ଆମେରିକାର ଆଧିପତ୍ୟ ପ୍ରତି ବିପଦ

ମାଇକେଲ ଇଗ୍‌ନାଟିଫ୍‌

ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ସଂଘର୍ଷ ଜାରି ରହିଛି। ଆଉ ପ୍ରାୟ ମାସେ ଭିତରେ ୟୁକ୍ରେନ୍‌ର ଆର୍ଟିଲାରି ସେଲ୍‌ ସବୁ ଶେଷ ହେବାକୁ ଥିବାବେଳେ ଆମେରିକା କଂଗ୍ରେସ ଅଧିକ ପଠାଇବାକୁ ରାଜିହୋଇ ନ ପାରେ। ଇତିମଧ୍ୟରେ ରୁଷିଆର ବିରୋଧୀ ଦଳର ନେତା ଆଲେକ୍ସି ନାଭାଲ୍‌ନିଙ୍କର ମୃତ୍ୟୁ ଘଟିଛି। ଗାଜାରେ ନରସଂହାର ଶେଷ ହେବ ବୋଲି ଜଣାପଡ଼ୁନାହିଁ। ୟେମେନୀ ହୁଟିମାନେ ଲୋହିତ ସାଗରରେ ଜାହାଜ ଉପରେ ଆକ୍ରମଣ କରୁଛନ୍ତି। ଉତ୍ତର କୋରିଆବାସୀ ମହାଦେଶ ମଧ୍ୟରେ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରୁଛନ୍ତି। ୧୯୪୫ ପରବର୍ତ୍ତୀ ବିଶ୍ୱ ବ୍ୟବସ୍ଥା, ଯାହା ଅନ୍ତର୍ଜାତୀୟ ଆଇନ ଭାବେ ଲିଖିତ ଓ ମିଳିତ ଜାତିସଂଘ ଦ୍ୱାରା ଅନୁମୋଦିତ , ତାହା ଏବେ ସୂତା ଖିଅରେ ଝୁଲୁଛି।
ଆମେରିକା ଏବେ ଏହାର ସାମର୍ଥ୍ୟର ସୀମା ବାହାରେ କାମ କରୁଛି। ୟୁରୋପ ମନେକରୁଛି , ଆସନ୍ତା ନଭେମ୍ବରରେ ନାଟୋ ଚୁକ୍ତିର ଧାରା ଅନୁଯାୟୀ ଆମେରିକା ଆଉ ସାମୂହିକ ପ୍ରତିରକ୍ଷା ଦାୟିତ୍ୱ ପୂରଣ କରିପାରିବ ନାହିଁ। ଏଭଳି ନୂଆ ଅନିଶ୍ଚିତତାକୁ ଲକ୍ଷ୍ୟକରି ୟୁରୋପ ଏହାର ପ୍ରତିରକ୍ଷା ଉପତ୍ାଦନ ବୃଦ୍ଧି କରୁଛି। ୟୁରୋପୀୟ ନେତାମାନେ ସେମାନଙ୍କ ଭୋଟରମାନଙ୍କୁ ବୁଝାଇବାକୁ ସାହସ କରୁନାହାନ୍ତି ଯେ, ସେମାନଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ଜିଡିପିର ୨% ବ୍ୟୟ କରିବା ଦରକାର ପଡ଼ିବ। ସମଗ୍ର ଆଟ୍‌ଲାଣ୍ଟିକ୍‌ରେ ଏକତା ବଜାୟ ରଖିଥିଲେ ମଧ୍ୟ ଏହା ମଧ୍ୟପ୍ରାଚ୍ୟର ବିଭିନ୍ନ ଗୋଷ୍ଠୀ ଓ ଦେଶ ମଧ୍ୟରେ ଥିବା ରଣନୈତିକ ମେଣ୍ଟ ଓ ଭୂରାଜନୈତିକ ପ୍ରତିରୋଧର ସମ୍ମୁଖୀନ ହେଉଛି, ଯାହା ଏକ ନିରନ୍ତର ଆହ୍ବାନ ସହିତ ପାଶ୍ଚାତ୍ୟ ଆଧିପତ୍ୟକୁ ବିପଦରେ ପକାଇପାରେ। ଏଭଳି ପ୍ରତିରୋଧର ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଚାଇନା ଓ ରୁଷିଆ ମେଣ୍ଟର ଅସୀମ ଭାଗୀଦାରି। ରୁଷିଆର ଅସ୍ତ୍ରଶସ୍ତ୍ର ଲାଗି ଚାଇନା ଅତ୍ୟାଧୁନିକ ବୈଦ୍ୟୁତିକ ଉପକରଣ ଯୋଗାଉଥିବାବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶସ୍ତା ତେଲ ଚାଇନାକୁ ଦେଉଛନ୍ତି। ସେମାନେ ଏକାଠି ୟୁରୋପ ଓ ଏସିଆର ଅଧିକାଂଶ ଦେଶରେ ସେମାନଙ୍କ ଏକଚ୍ଛତ୍ରବାଦୀ ଶାସନ ଜାହିର କରିଛନ୍ତି।
ଯଦି ୟୁକ୍ରେନ୍‌ର କ୍ଳାନ୍ତ ଯୋଦ୍ଧାମାନେ କ୍ରିମିଆ ଏବଂ ଡୋନ୍‌ବାସ୍‌ ଅଞ୍ଚଳ ଉପରେ ରୁଷିଆର ସାର୍ବଭୌମତ୍ୱକୁ ସ୍ବୀକାର କରିବାକୁ ବାଧ୍ୟ ହୁଅନ୍ତି, ତେବେ ପାଶ୍ଚାତ୍ୟ ବିରୋଧୀ ଏସୀୟ(ରୁଷିଆ, ଚାଇନା ଓ ଇରାନ) ଏକଚ୍ଛତ୍ରବାଦୀ ମେଣ୍ଟ ସେମାନଙ୍କ ଶକ୍ତି ଦ୍ୱାରା ୟୁରୋପୀୟ ଭୂସୀମା ପରିବର୍ତ୍ତନ କରିବାରେ ସଫଳ ହେବ। ଏହା ହାସଲ କଲେ ୟୁରୋପ ଓ ଏସିଆରେ ବିପଜ୍ଜନକ ସ୍ଥିତିରେ ଥିବା ପ୍ରତ୍ୟେକ ଦେଶ ଯଥା ତାଇୱାନ, ବଲ୍‌ଟିକ ଦେଶ (ଇଷ୍ଟୋନିଆ, ଲାଟ୍‌ଭିଆ ଲିଥୁଆନିଆ) ଏପରିକି ପୋଲାଣ୍ଡ ପ୍ରତି ବିପଦ ସୃଷ୍ଟି ହେବ। ଏହି ଉଭୟ ଏକଚ୍ଛତ୍ରବାଦୀ ଶାସନ ଅନ୍ତର୍ଜାତୀୟ ଆଇନକୁ ଭୁଲି ଜାତିସଂଘର ସୁରକ୍ଷା ପରିଷଦରେ ସେମାନଙ୍କର ଭିଟୋ ପ୍ରୟୋଗ କରିବେ। ଏକଚ୍ଛତ୍ରବାଦୀ ଶାସନର ଏହି ସହଭାଗିତା ଇରାନ ଏବଂ ଉତ୍ତର କୋରିଆର ନେତୃତ୍ୱରେ ଅଧିକାରର ଅପବ୍ୟବହାର କରୁଥିବା ଏକ ଗୋଷ୍ଠୀ ସହ ନିବିଡ଼ ଭାବେ କାର୍ଯ୍ୟ କରୁଛି। ଉତ୍ତର କୋରିଆ ପୁଟିନ୍‌ଙ୍କୁ ଆର୍ଟିଲେରି ସେଲ୍‌ ଯୋଗାଉଛି। ଇରାନର ଡ୍ରୋନ୍‌ ୟୁକ୍ରେନୀୟମାନଙ୍କୁ ସୁଡ଼ଙ୍ଗରେ ଆତଙ୍କିତ କରୁଛି। ଏହି ସମୟରେ ଇରାନର ଏଜେଣ୍ଟ ଭାବେ ହାମାସ, ହିଜ୍‌ବୁଲ୍ଲା ଓ ହୁଟିିମାନେ ସାହାଯ୍ୟ କରୁଛନ୍ତି। ଆମେରିକା ଏବଂ ଇସ୍ରାଏଲକୁ ଦବାଇଦେବା ଲାଗି ରୁଷିଆ ଓ ଚାଇନା ଚେଷ୍ଟା କରୁଛନ୍ତି।
ଏକଚ୍ଛତ୍ରବାଦୀ ଧମକ ବିରୋଧରେ ସମଗ୍ର ବିଶ୍ୱରେ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ ଆମେରିକା ଏବଂ ୟୁରୋପ ସହ ଯୋଗଦେବେ ବୋଲି ଯାହା ମନେକରାଯାଉଛି ତାହା ଭ୍ରମ ମନେହୁଏ। ଗ୍ଲୋବାଲ ନର୍ଥର ଯୁଦ୍ଧରେ ଜଡିତ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ ସହିତ ଯୋଗଦେବା ପରିବର୍ତ୍ତେ ଗ୍ଲୋବାଲ ସାଉଥର ବିକାଶଶୀଳ ଗଣତନ୍ତ୍ରିକ ଦେଶଗୁଡ଼ିକ (ବ୍ରାଜିଲ, ଭାରତ ଏବଂ ଦକ୍ଷିଣ ଆଫ୍ରିକା) ଗଣଦମନ, ଗୋଟିଏ ଅଞ୍ଚଳରେ ସବୁ ଲୋକଙ୍କୁ ନିର୍ଯାତନା (ଚାଇନାର ଉଇଗର ଘଟଣା) ଏବଂ ଲଜ୍ଜାଜନକ ତଥା ନିଷ୍ଠୁର ହତ୍ୟା (ନାଭାଲ୍‌ନିଙ୍କ ହତ୍ୟା) ଜାରି ରଖିଥିବା ଶାସନ ସହ ରହିବାକୁ ଲଜ୍ଜାବୋଧ କରୁନାହାନ୍ତି।
ଏହା ନିଶ୍ଚିତ ଯେ, ଏକଚ୍ଛତ୍ରବାଦୀ ମେଣ୍ଟ ବର୍ତ୍ତମାନ ଆମେରିକାର ଶକ୍ତିକୁ ବିରୋଧ କରିବାକୁ ଏକାଠି ହୋଇଛି। ଅନ୍ୟପକ୍ଷରେ ନିଜର ଚରମ ସ୍ବାର୍ଥକୁ ନେଇ ଏହି ଗୋଷ୍ଠୀ ବିଭାଜିତ। ଆମେରିକାର ମେଣ୍ଟ ଓ ଅବରୋଧ ଦ୍ୱାରା ପରିଚାଳିତ ଏକ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ଉପରେ ଉଭୟ ରୁଷିଆ ଓ ଚାଇନା ପରାଶ୍ରୟୀ ହିତାଧିକାରୀ ଭାବେ ରହିଆସିଛନ୍ତି। ସେଥିପାଇଁ ସେମାନେ ସିଧାସଳଖ ଆଧିପତ୍ୟକୁ ଚ୍ୟାଲେଞ୍ଜ କରିବାକୁ ଆଗପଛ ହେଉଛନ୍ତି। ତଥାପି, ସେମାନେ ଜଟିଳ ସ୍ଥିତିରୁ ଲାଭ ଉଠାଇବାକୁ ଚାହାନ୍ତି। ସେମାନେ କେବଳ ଆମେରିକାର କଟକଣାରୁ ରକ୍ଷା ପାଇନାହାନ୍ତି, ବରଂ ପ୍ରତିବନ୍ଧିତ ବଜାର ଉପରେ ନିର୍ଭର ନ କରି ତା’ ବଦଳରେ ଲାଟିନ ଆମେରିକା, ଏସିଆ ଏବଂ ଭାରତର ନୂତନ ବଜାରକୁ ନେଇ ଉନ୍ନତି ଜାରି ରଖିଛନ୍ତି। ଉଭୟ ରୁଷିଆ ଓ ଚାଇନା ଜାଣିିପାରିଛନ୍ତି ଯେ, ଆମେରିକା ନିୟନ୍ତ୍ରିତ ବିଶ୍ୱ ଅର୍ଥ ବ୍ୟବସ୍ଥା ପୂର୍ବେ ଯାହା ଥିଲା ଏବେ ଆଉ ସେମିତି ନାହିଁ। ତେବେ ସାମ୍ପ୍ରତିକ ସ୍ଥିତିରେ ଆମେରିକାର କୂଟନୀତି ଏବଂ ପ୍ରତିରୋଧ ସଫଳତାର ସହିତ ଏକଚ୍ଛତ୍ରବାଦୀ ମେଣ୍ଟକୁ ବିଭକ୍ତ କରି ରଖିଛି। ସିଆଇଏ ନିର୍ଦ୍ଦେଶକ ୱିଲିୟମ୍‌ ବର୍ନସ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକେ ସଲିଭାନ୍‌ ଚାଇନା ପାଇଁ ସମ୍ପର୍କର ବାଟ ଖୋଲା ରଖୁଛନ୍ତି। ଇରାନ ବିରୋଧରେ ଆମେରିକାର ଆକ୍ରମଣ ବୋଧହୁଏ ହିଜ୍‌ବୁଲ୍ଲା ଏବଂ ଇରାକରେ ଥିବା ଉଗ୍ରବାଦୀଙ୍କ ଉପରେ ନିର୍ଭର କରିବାର ଫଳ ଧର୍ମୀୟ ଶାସକଙ୍କୁ ଚେତାଇ ଦେଇଛି। ଏହି ରଣନୀତିକ କୌଶଳକୁ ଚାଇନା ଓ ରୁଷିଆ ଏକ ସୁଯୋଗ ଭାବି ଲାଭ ଉଠାଇବାକୁ ବିଚାର କରିବା ଠିକ୍‌ ହୋଇ ନ ପାରେ। ଯଦି ସେମାନେ ୟୁକ୍ରେନ୍‌ ଏବଂ ତାଇୱାନ ବିରୋଧରେ ଏକ ସମନ୍ବିତ, ଏକକାଳୀନ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇ ଆମେରିକା ପ୍ରତି ଅତ୍ୟଧିକ ଚ୍ୟାଲେଞ୍ଜ ସୃଷ୍ଟି କରନ୍ତି, ତେବେ ଆମେରିକା ଅସ୍ତ୍ରଶସ୍ତ୍ର ଏବଂ ପ୍ରଯୁକ୍ତିବିଦ୍ୟା ପହଞ୍ଚାଇବାକୁ ଚେଷ୍ଟା କରିବ।
ଆଣବିକ ଅସ୍ତ୍ରଗୁଡିକ ଚାଇନା ଏବଂ ରୁଷିଆକୁ ତାଇୱାନ ଓ ଅବଶିଷ୍ଟ ୟୁକ୍ରେନ୍‌କୁ ନେବା ପାଇଁ ଏକ ସମନ୍ବିତ ପ୍ରୟାସରୁ ନିବୃତ୍ତ କରିପାରିବ ନାହିଁ। ସବୁ ପକ୍ଷ ଏକ ଭୟଙ୍କର ମୂଲ୍ୟ ଦେବେ। କିନ୍ତୁ ରୁଷିଆ ୟୁକ୍ରେନ୍‌ରେ ନିବେଶ କରିବାକୁ ଇଚ୍ଛୁକ ବୋଲି ଦର୍ଶାଇଛି। ଉଭୟ ଚାଇନା ଓ ରୁଷିଆ ବିଶ୍ୱାସ କରିପାରନ୍ତି ଯେ ଆମେରିକାର ଆଧିପତ୍ୟକୁ ହଟାଇବା ପାଇଁ ଆଉ ଅଧିକ ସୁବିଧାଜନକ ମୁହୂର୍ତ୍ତ ଆସିବ ନାହିଁ। ତେବେ ବର୍ତ୍ତମାନର ଏପରି ସଂଘର୍ଷର ପରିଣାମ କ’ଣ ହେବ ତାହା କାହାରି ଧାରଣା ନାହିଁ। ଆମେ ଅନୁମାନ ମଧ୍ୟ କରିପାରିବୁ ନାହିଁ, ଯେପରି ଆମେ ସର୍ବଦା କରିଛୁ, ଦୁଇଟି ଭୟଙ୍କର ଶକ୍ତିରୁ ଏକକାଳୀନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଲେ ଆମେରିକା ବିଜୟୀ ହେବ ବୋଲି। ତେବେ ଏକଚ୍ଛତ୍ରବାଦୀ ମେଣ୍ଟକୁ ଏକ ପୂର୍ଣ୍ଣକାଳୀନ ମେଣ୍ଟ ନ କରାଇବା ହିଁ ଆମେରିକାର ପ୍ରାଥମିକତା ହେବା ଉଚିତ।
ପ୍ରାଧ୍ୟାପକ(ହିଷ୍ଟ୍ରି ଆଣ୍ଡ ରେକ୍ଟର ଏମରିଟସ୍‌), ସେଣ୍ଟ୍ରାଲ ୟୁରୋପିଆନ ୟୁନିଭର୍ସିଟି( ଭିଏନା)


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri