ଆମେରିକାରେ ହିଂସା ଜାରି: ୨୩ ରାଜ୍ୟରେ ୧୭ ହଜାର ସୈନ୍ୟ ମୁତୟନ

ୱାଶିଂଟନ,୩।୬: ଆମେରିକାର ମିନେପୋଲିସ୍‌ ସହରରେ ପୋଲିସ ହେପାଜତରେ ଥିବା ଜଣେ କୃଷ୍ଣକାୟଙ୍କ ମୃତ୍ୟୁ ହେବା ପରେ ସାରା ଦେଶରେ ପ୍ରତିବାଦ ନିଆଁ ଜଳୁଛି। ଜର୍ଜ ଫ୍ଲୋୟଡ୍‌ ନାମକ କୃଷ୍ଣକାୟ ବ୍ୟକ୍ତିଙ୍କୁ ଜଣେ ପୋଲିସ ଅଧିକାରୀ ଆଣ୍ଠୁରେ ଚାପି ରଖି ମାରିଦେବାର ଭିଡିଓ ଭାଇରାଲ ହେବା ପରେ ହିଂସା କ୍ରମଶଃ ଉଗ୍ର ରୂପ ଧାରଣ କରିଛି। ସମ୍ପୃକ୍ତ ପୋଲିସ ଅଧିକାରୀ ଏବଂ ତାଙ୍କୁ ସହାୟତା କରିଥିବା ପୋଲିସ ବିରୋଧରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାର ୪୦ଟି ସହରରେ ଆନ୍ଦୋଳନ ପହଞ୍ଚିଛି। ହିଂସାକୁ ଦୃଷ୍ଟିରେ ରଖି ୨୩ଟି ରାଜ୍ୟରେ ୧୭ ହଜାର ସୈନ୍ୟ ମୁତୟନ କରାଯାଇଛି। ଏହାରି ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ଆନ୍ଦୋଳନକାରୀଙ୍କୁ ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଜର୍ଜ ଫ୍ଲୋୟଡ୍‌ ଏବଂ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। କିନ୍ତୁ ଆନ୍ଦୋଳନକାରୀ ଯେପରି ଭାବେ ହିଂସା ଘଟାଉଛନ୍ତି ତାହା ଗ୍ରହଣଯୋଗ୍ୟ ନୁହେଁ।  ଆନ୍ଦୋଳନକାରୀ ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନ କରନ୍ତୁ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ମୁଁ ମଧ୍ୟ ସମର୍ଥନ କରେ। ଆନ୍ଦୋଳନକାରୀ ଆନ୍ଦୋଳନ ବେଳେ ହିଂସାର ପଥ ଆପଣାଉଛନ୍ତି। ଯାହା ଫଳରେ ଦେଶର ସାଧାରଣ ନାଗରିକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛୋଟ ଦେଶଙ୍କୁ ଆର୍ଥିକ ଋଣର ଲୋଭ ଦେଖାଇ ରାଜନୈତିକ ଯୁଦ୍ଧ କରୁଛି ଚାଇନା: ମାଇକ୍ରୋନେସିଆର ରାଷ୍ଟ୍ରପତି…

ଓ୍ବିଲିଂଟନ,୧୩।୩ : ମାଇକ୍ରୋନେସିଆର ରାଷ୍ଟ୍ରପତି ଅନ୍ୟ ଜାତୀୟ ନେତାମାନଙ୍କୁ ଲେଖିଥିବା ଚିଠିରେ ଚାଇନା ରାଜନୈତିକ ଯୁଦ୍ଧ କରିଥିବା ଅଭିଯୋଗ କରିଛନ୍ତି। ସେ ୫ କୋଟି ଡଲାର...

ବିମାନ ଛାତରେ ଧକ୍କା ହେଲେ ଏୟାରହୋଷ୍ଟେସ୍‌: ୧୦ଯାତ୍ରୀ ଆହତ

ପ୍ରିସ୍ଥିନା,୧୮।୬: ଏକ ଇଣ୍ଟରନ୍ୟାସନାଲ ବିମାନରେ ଯାତ୍ରୀଙ୍କୁ ଭୟଭୀତ ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିଥିଲା। ହଠାତ୍‌ ବିମାନଟି ଦୋହଲିବାରୁ ଗରମ ପାଣି ସର୍ଭ କରୁଥିବା ଏୟାର ହୋଷ୍ଟେସ୍‌...

ସ୍ବତନ୍ତ୍ର ଟ୍ରିବ୍ୟୁନାଲରେ ହେଉ ପୁଟିନ୍‌ଙ୍କ ବିଚାର

ମସ୍କୋ,୫ା୩: ଆକ୍ରମଣକାରୀ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଦଣ୍ଡିତ କରିବା ଲାଗି ଏକ ସ୍ବତନ୍ତ୍ର ଟ୍ରିବ୍ୟୁନାଲରେ ତାଙ୍କର ବିଚାର କରାଯାଉ ବୋଲି ଶୁକ୍ରବାର ୟୁକ୍ରେନ୍‌ ପକ୍ଷରୁ...

ବାଇଡେନ୍‌ଙ୍କ ପ୍ଲାନ୍‌-ବି, ରୁଷିଆ ସହିତ ଲଢ଼େଇ ପାଇଁ ପୋଲାଣ୍ଡକୁ ଉସୁକାଉଛି ଆମେରିକା ?…

ଓ୍ବାଶିଂଟନ, ୬।୩ : ରୁଷିଆ ୟୁକ୍ରେନରେ ଆତଙ୍କ ସୃଷ୍ଟି କରିଛି। ଏହାର ଉନ୍ନତ କ୍ଷେପଣାସ୍ତ୍ର, ଆର୍ଟିଲିରି ଏବଂ ଅସ୍ତ୍ରଶସ୍ତ୍ର ୟୁକ୍ରେନର ବହୁ କ୍ଷତି କରିବାରେ ଲାଗିଛି।...

ଏମ୍‌ପି ବିନା ପୋଷାକରେ ପହଞ୍ଚିଲେ ଭିଡ଼ିଓ କନଫରେନ୍ସିଂ ବୈଠକରେ, ତାପରେ….

ଓଟଓ୍ବା,୧୫।୪: ଦେଶ ପାଇଁ ନିୟମ ପ୍ରସ୍ତୁତ କରୁଥିବା ନେତା ପାର୍ଲାମେଣ୍ଟ ବୈଠକରେ ବିନା ପୋଷାକରେ ପହଞ୍ଚିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା...

ମିସ୍‌ ୟୁନିଭର୍ସ ଟାଇଟେଲ୍‌ ଜିତି ଇତିହାସ ରଚିଥିବା ହରନାଜ୍‌ ସାନ୍ଧୁଙ୍କ ବିଷୟରେ ଜାଣନ୍ତୁ

ଜେରୁଜେଲମ୍‌,୧୩।୧୨: ଅଭିନେତ୍ରୀ-ମଡେଲ ହର୍‌ନାଜ୍‌ ସାନ୍ଧୁ ସୋମବାର ଇତିହାସ ସୃଷ୍ଟି କରିଛନ୍ତି। ସେ ମିସ ୟୁନିଭର୍ସ ୨୦୨୧ ଟାଇଟେଲ୍‌ ଜିତିଛନ୍ତି। ୨୧ ବର୍ଷ ପରେ ସେ ଭାରତ...

ଶରିଫଙ୍କୁ ମିଳିଲା ଜାମିନ

ଇସ୍‌ଲାମାବାଦ,୨୫।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଜାମିନ ମିଳିଛି। ଲାହୋର ହାଇକୋର୍ଟ ତାଙ୍କୁ ସ୍ବାସ୍ଥ୍ୟଗତ କାରଣ ପାଇଁ ଶୁକ୍ରବାର ଏହି ଜାମିନ ପ୍ରଦାନ କରିଛନ୍ତି।...

ନେପାଳରେ ଗଠନ ହେବ ନୂଆ ସରକାର

କାଠମାଣ୍ଡୁ,୧୯ା୧୨: ଡିସେମ୍ବର ୨୨ରେ ନେପାଳରେ ଲୋକ ସଭାର ନୂତନ ସଦସ୍ୟମାନେ ଶପଥ ଗ୍ରହଣ କରିବେ। ସଂସଦ ସଚିବାଳୟ ସୋମବାର ଏହି ସୂଚନା ଦେଇଛନ୍ତି। ନେପାଳରେ ନିକଟରେ...

Advertisement
Archives

Model This Week