ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼: ୭କୋଟି ଲୋକ ପ୍ରଭାବିତ

ଓ୍ବାଶିଂଟନ,୧୯।୫: ମଧ୍ୟ ଆମେରିକାରେ ଗୋଟିଏ ପରେ ଗୋଟିଏ ପ୍ରାୟ ୫୦ଟି ଘୂର୍ଣ୍ଣିଝଡ଼ ଆସିବାରୁ ଏଠାକାର ସ୍ଥିତି ଖରାପ ହୋଇଯାଇଛି। ଗତ ଶନିବାର ଏଠାରେ ହୋଇଥିବା ଘୂର୍ଣ୍ଣିଝଡ଼ରେ ଅଧିକାଂଶ ଘର, ଦୋକାନ ନଷ୍ଟ ହୋଇଯାଇଥିବା ବେଳେ ବଡ ବଡ ଗଛ ଉପୁଡି ପଡିଥିବା ସୂଚନା ମିଳିଛି। ଏହା ପ୍ରଥମେ ଘୂର୍ଣ୍ଣିବାୟୁର ରୂପ ନେଇ ପାଖାପାଖି ୧୮ଟି ରାଜ୍ୟରେ ତାଣ୍ଡବ ରଚିବା ସହ ୪କୋଟି ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏଥିରେ ବର୍ତ୍ତମାନ ସୁଦ୍ଧା କାହାର ମୃତ୍ୟୁ ହୋଇ ନ ଥିବା ବେଳେ ଲୋକେ ଘର ଛାଡି ସୁରକ୍ଷିତ ସ୍ଥାନକୁ ଚାଲି ଯାଉଥିବା କୁହାଯାଇଛି। ନ୍ୟାଶନାଲ ଓସନିକ ଆଣ୍ଡ ଅଟ୍ମୋସ୍ପରିକ୍‌ ଆଡମିନିଷ୍ଟ୍ରେଶନ ଷ୍ଟର୍ମ ପ୍ରେଡିକ୍ସନ୍‌ ସେଣ୍ଟରର ସୂଚନା ଅନୁଯାୟୀ, ଗତ ଶୁକ୍ରବାର ନେବ୍ରାସ୍କା ଓ କାନସାସରେ ପାଖପାଖି ୩୦ରୁ ଅଧିକ ଘୂର୍ଣ୍ଣିବାୟୁ ସୃଷ୍ଟି ହୋଇଥିଲା। ଟେକ୍ସାସରେ ଅତିକମରେ ୬ଟି ଘୂର୍ଣ୍ଣିବାୟୁ ହୋଇଥିଲା। ଏହାପରେ ଉକ୍ତ ଅଞ୍ଚଳରେ ବହୁ ପରିମାଣରେ ବିଜୁଳି ଯୋଗାଣ ପ୍ରଭାବିତ ହୋଇଛି। କୁହାଯାଉଛି କି ପାଖାପାଖି ୭୦ ଲକ୍ଷ ଲୋକ ବିନା ବିଜୁଳିରେ ଜୀବନ କାଟୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ: ଭାରତୀୟ ସଂସ୍କୃତିକୁ ଆପଣାଇଲା ଆମେରିକା

ଓ୍ବାଶିଂଟନ,୧୩।୩: କରୋନା ଭାଇରସର ଭୟ ଏତେ ମାତ୍ରାରେ ବଢି ଚାଲିଛି ଯେ ଏଥିରୁ ଦୂରେଇ ରହିବାକୁ ସମସ୍ତେ ଚେଷ୍ଟା ଚଳାଇଛନ୍ତି। କରୋନା ଯୋଗୁ ଆଲିଙ୍ଗନ କରିବା,...

୮୦୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା: ଏସିଆଠାରୁ ୟୁରୋପରେ ଅଧିକ

ନୂଆଦିଲ୍ଲୀ/ପ୍ୟାରିସ,୧୯ା୩: ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୁଧବାର ୮୦୦୦ ଅତିକ୍ରମ କରିଛି। ଓ୍ବାଲେର୍‌ଡାମିଟର୍ସ ଡଟ୍‌ ଇନ୍‌ଫୋ ଅନୁଯାୟୀ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨...

ସିଦ୍ଧାର୍ଥଙ୍କ ସହ ଯାହା ଘଟିଛି, ମୋ ସହ ବି ସେମିତି ହୋଇଥିଲା:ମାଲ୍ୟା

ଲଣ୍ଡନ, ୩୧।୭: ସୋମବାରଠାରୁ ନିଖୋଜ ଥିବା ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରଯାଇଛି। ବ୍ୟବସାୟରେ କ୍ଷତି...

୩୫ ଆତଙ୍କବାଦୀ ନିହତ

କାବୁଲ, ୪ା୪: ଆଫଗାନ ଏୟାର ଫୋର୍ସ ପକ୍ଷରୁ ଫର୍‌ୟାବ ଓ ବାଘ୍‌ଲାନ ପ୍ରଦେଶରେ ଏୟାର ଷ୍ଟ୍ରାଇକ୍‌ ଯୋଗୁ ୩୩ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ଆହୁରି...

ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବଦଳାଇଲେ ବାଇଡେନ୍‌, ଡବ୍ଲୁଏଚ୍‌ଓରେ ପୁଣିଥରେ ସାମିଲ ହେବ ଆମେରିକା!

ୱାଶିଂଟନ,୨୦ ।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବଦଳାଇବାକୁ ଯାଉଛନ୍ତି । ବାଇଡେନ୍ କହିଛନ୍ତି ଆମେରିକା ପୁଣିଥରେ...

କରୋନା କାଳରେ ନିଆରା ବିବାହ: ଅମ୍ବାନୀ ପରିବାରକୁ ପଛରେ ପକାଇଲେ ଏହି ନବ ଦମ୍ପତି

ଅନେକ ପ୍ରକାରର ବିବାହ ଆମେ ଦେଖୁଛୁ। ତେବେ ସେଲିବ୍ରିଟିଙ୍କ ବିବାହ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଅମ୍ବାନୀ ପରିବାରର ବିବାହ ସବୁଠାରୁ ବେଶି ଚର୍ଚ୍ଚାରେ ରହିଥିଲା। ହେଲେ...

ନେଦରଲ୍ୟାଣ୍ଡସରେ ଚିହ୍ନଟ ହେଲେ ପ୍ରଥମ କରୋନା ଭାଇରସ ସଂକ୍ରମିତ

ଆମଷ୍ଟରଡାମ,୨୮।୨: କରୋନା ଭାଇରସ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିଥିବା ବେଳେ ୟୁରୋପୀୟ ଦେଶ ନେଦରଲାଣ୍ଡସରେ ପ୍ରଥମ କରୋନା ସଂକ୍ରମିତଙ୍କ ଚିହ୍ନଟ କରାଯାଇଛି। ନେଦରଲ୍ୟାଣ୍ଡସର ତିଲବର୍ଗ ସହରରେ...

ବେଆଇନ ଭାବେ ଆମେରିକାରେ ରହୁଥିବା ୧୬୧ ଭାରତୀୟ ଫେରିବେ ସ୍ବଦେଶ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୫: ଆମେରିକାରେ ବେଆଇନ ଭାବେ ରହୁଥିବା ୧୬୧ ଭାରତୀୟ ଚଳିତ ସପ୍ତାହରେ ସ୍ବଦେଶ ଫେରିବେ। ସେମାନେ ଆମେରିକାର ଦକ୍ଷିଣ ସୀମାରେ ଥିବା ମେକ୍ସିକୋ ଦେଇ ପ୍ରବେଶ...

Advertisement
Archives

Model This Week