ଆମେରିକାରେ ଇମ୍ରାନଙ୍କୁ ସ୍ବାଗତ କରିବାକୁ କେହି ଆସିଲେନି: ମେଟ୍ରୋ ଟ୍ରେନରେ କଲେ ଯାତ୍ରା

ଓ୍ବାଶିଂଟନ୍‌, ୨୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ତିନିଦିବସୀୟ ଆମେରିକା ଗସ୍ତରେ ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କ ହଟହଟା ହେବାକୁ ପଡିଛି। ଆମେରିକାର କୌଣସି ବରିଷ୍ଠ ଅଧିକାରୀ ତାଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦର ଆସି ନ ଥିଲେ। ଶେଷରେ ତାଙ୍କ ମେଟ୍ରୋ ଟ୍ରେନ୍‌ରେ ବସି ହୋଟେଲ ଯିବାକୁ ପଡିଥିଲା। ଇମ୍ରାନଙ୍କୁ ନେବା ପାଇଁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସୀ ଏବଂ ଆମେରିକାରେ ରହୁଥିବା କିଛି ପାକିସ୍ତାନ ଲୋକ ବିମାନବନ୍ଦରକୁ ଆସିଥିଲେ। ସୋମବାର ଇମ୍ରାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ପାକିସ୍ତାନରେ ଏବେ ଆର୍ଥିକ ମାନ୍ଦାବସ୍ଥା ଦେଖି ଆମେରିକା ଗସ୍ତରେ ଚାଟର୍ଡ ବିମାନ ବଦଳରେ ସାଧାରଣ ଏୟାରଓ୍ବେଜ୍‌ ବିମାନରେ ଯିବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ପ୍ରଶଂସା କଲା ଜାତିସଂଘ

ଜେନେଭା,୨୧।୨: ଜାତିସଂଘ ପକ୍ଷରୁ ଭାରତକୁ ପ୍ରଶଂସା କରାଯାଇଛି। ଭାରତ ଉଲ୍ଲେଖନୀୟ ଅବଦାନ ପାଇଁ ଜାତିସଂଘର ମହାନିର୍ଦ୍ଦେଶକ ଆଣ୍ଟୋନିଓ ଗ୍ୟୁଟେରେସ୍‌ ଏଭଳି କରିଛନ୍ତି। ଭାରତ ଜାତିସଂଘ ଶାନ୍ତି...

ଭାରତକୁ କରୋନା ଭ୍ୟାକ୍ସିନ ମାଗିଲେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ

ନୋମ ପେନହ,୧୯ ।୧: ଭାରତରେ ନିର୍ମିତ ଦୁଇଟି କୋଭିଡ ଭ୍ୟାକ୍ସିନକୁ କରୋନା ମୁକାବିଲା ଲାଗି ଜରୁରୀ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ମିଳିଯିବା ପରେ ୧୬...

ଅସ୍ତ୍ରବିରତି ଲାଗି ଆର୍ମେନିଆ, ଆଜରବୈଜାନ୍‌ ରାଜି

ମସ୍କୋ,୧୧।୧୦: କିଛିଦିନର ଯୁଦ୍ଧ ପରେ ଶନିବାର ଅସ୍ତ୍ରବିରତି ଲାଗି ରାଜି ହୋଇଛନ୍ତି ଆର୍ମେନିଆ ଓ ଆଜରବୈଜାନ୍‌। ଦୁଇଦେଶର କୂଟନୀତିଜ୍ଞ ଏନେଇ ଘୋଷଣା କରିଛନ୍ତି। ଅସ୍ତ୍ରବିରତି ସହ...

ମୋଦିଙ୍କ ଗଣିତ ବିଗାଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୬ା୫: ଚାଇନାରୁ ସୃଷ୍ଟି ହୋଇଥିବା ଘାତକ କରୋନା ଭାଇରସ୍‌ ଜି ଜିନ୍‌ପିଙ୍ଗ୍‌ ସରକାରଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି। ଏଥିଯୋଗୁ ଚାଇନାର ଅର୍ଥ ବ୍ୟବସ୍ଥା ବହୁଳ ଭାବେ...

କୋଭିଡିଅଟ୍‌ ଶବ୍ଦର ସଂଜ୍ଞା ଅକ୍ସଫୋର୍ଡ ଡିକ୍ସନାରୀରେ ପ୍ରକାଶ

ଓ୍ବାଶିଂଟନ, ୩୦।୯: କରୋନା ମହାମାରୀ ସଙ୍କଟ ସମୟରେ ଅକ୍ସଫୋର୍ଡ ଡିକ୍ସନାରୀ ପକ୍ଷରୁ କୋଭିଡିଅଟ୍‌ ଶବ୍ଦର ସଜ୍ଞା ପ୍ରକାଶ ପାଇଛି। ଏହି ଶବ୍ଦକୁ ‘ନିର୍ଦ୍ଦେଶ ମାନୁ ନ...

ଅକ୍ସିଜେନ ସିଲିଣ୍ଡର ଅଭାବ: ଏଭ୍‌ରେଷ୍ଟ ପର୍ବତାରୋହୀଙ୍କୁ ଏହି ନିବେଦନ କଲା ନେପାଳ

କାଠମାଣ୍ଡୁ,୧୦।୫: ନେପାଳରେ ବର୍ତ୍ତମାନ ଅକ୍ସିଜେନ ସିଲିଣ୍ଡରର ଏତେ ଅଭାବ ରହିଛି ଯେ, ଏଭ୍‌ରେଷ୍ଟ ପର୍ବତାରୋହୀଙ୍କୁ ଅକ୍ସିଜେନ ବୋତଲ ଫେରାଇ ଆଣିବାକୁ ନିବେଦନ କରାଯାଇଛି। କରୋନା ମହାମାରୀର...

ଭାରତ ମହାସାଗର ତଳେ ଭାଙ୍ଗିବାରେ ଲାଗିଛି ଟେକ୍ଟୋନିକ୍‌ ପ୍ଲେଟ୍‌

ପ୍ୟାରିସ୍‌,୨୬।୫: ଭାରତ ଉପରେ ବିପଦ ମାଡ଼ି ଆସୁଛି। ଭାରତ ମହାସାଗର ତଳେ ଥିବା ଟେକ୍ଟୋନିକ୍‌ ପ୍ଲେଟ୍‌ ଧୀରେଧୀରେ ଭାଙ୍ଗିବାରେ ଲାଗିଛି। ଏହାଯୋଗୁ ଆଗାମୀ ଦିନରେ ତୀବ୍ରତାଯୁକ୍ତ...

ଗ୍ରାମୀ ଆଓ୍ବାର୍ଡ ଜିତିଲେ ଲେଡି ଗାଗା

ଓ୍ବାଶିଂଟନ,୨୭।୧: ଲସ ଆଞ୍ଜେଲସରେ ୬୨ତମ ଗ୍ରାମୀ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ଏଲିସିୟା କିଜ ହୋଷ୍ଟ କରିଥିଲେ। ଆମେରିକାର ବାସ୍କେଟବଲ ଖେଳାଳି କୋବେ...

Advertisement


Archives

Model This Week