ଆମେରିକାକୁ ସୁରକ୍ଷିତ ମଣିଲେ ସନି

ମୁମ୍ବାଇ: ସାରା ବିଶ୍ୱ ବର୍ତ୍ତମାନ କରୋନା ଭାଇରସ୍‌ କବଳିତ। ଏହି ମହାମାରୀକୁ ନେଇ ସଙ୍କଟରେ ମନୁଷ୍ୟ ଜାତି। ବିଶ୍ୱର ଅନେକ ବିକଶିତ ଦେଶ କରୋନା ଦାଉରେ ହଇରାଣ ହେଉଥିବା ବେଳେ ଆମେରିକାର ସ୍ଥିତି ଅତ୍ୟନ୍ତ ଗମ୍ଭୀର। ଏପଟେ ଭାରତରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତଥାପି ଆମେରିକାକୁ ଅଧିକ ସୁରକ୍ଷିତ ମଣିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସନି ଲିଓନ। ସେ ନିଜ ପରିବାର ସହିତ ଭାରତ ଛାଡ଼ି ଆମେରିକା ପଳାଇଛନ୍ତି। ସନି ଏନେଇ ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ଜଣାଇଛନ୍ତି। ସେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜ ଝିଅ ନିଶା ଏବଂ ଦୁଇ ପୁଅ ନୋହ ଏବଂ ଅଶର୍‌ଙ୍କ ସହ ନଜରକୁ ଆସିଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ, ଜୀବନରେ ସନ୍ତାନ ଆସିବା ପରେ ନିଜର ଖୁସି ଏବଂ ପ୍ରାଥମିକତା ଆଉ ଗୁରୁତ୍ୱ ରଖେ ନାହିଁ। ମୁଁ ଆଉ ମୋ ସ୍ବାମୀ ଡାନିଏଲ ପିଲାଙ୍କ ସୁସ୍ଥ ଭବିଷ୍ୟତ କଥା ଭାବି ଏଠାକୁ ପଳାଇ ଆସିଛୁ। ମୁଁ ମୋ ପିଲାମାନଙ୍କ ସହିତ ଲସ୍‌ ଏଞ୍ଜେଲସ୍‌ସ୍ଥିତ ମୋ ଘରର ସିକ୍ରେଟ୍‌ ଗାର୍ଡେନ୍‌ରେ ଅଛି। ତେବେ ସୂଚନା ଥାଉ କି, ସନି ଏହି ଭିଡିଓ ପୋଷ୍ଟର ଗୋଟିଏ ଦିନ ପୂର୍ବରୁ ମୁମ୍ବାଇରେ ବୁଲୁଥିବାର ଏକ ଭିଡିଓ ଶେୟାର କରିଥିଲେ। ଚାର୍ଟାର୍ଡ ଫ୍ଲାଇଟ୍‌ରେ ସେ ତାଙ୍କ ପିଲା ଏବଂ ସ୍ବାମୀ ଆମେରିକା ଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୂରତା ଚିହ୍ନଟ କଲା ପୋଲିସ

ବଇଣ୍ଡା/ଆଠମଲ୍ଲିକ, ୨୬।୩ (ଡି.ଏନ.ଏ.): କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି କିଶୋରନଗର ବ୍ଲକ ବଇଣ୍ଡା, ହଣ୍ଡପା ଅଞ୍ଚଳରେ ଗୁରୁବାର ପୋଲିସ ପକ୍ଷରୁ ବିଭିନ୍ନ ଦୋକାନ...

ରାଜ୍ୟରେ ୪ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର,୧୫।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ମୃତ୍ୟୁସଂଖ୍ୟା ଚିନ୍ତା ବଢ଼ାଉଥିବା ବେଳେ ମଙ୍ଗଳବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୩,୪୦୫ ଜଣ...

କରୋନା ତୁଳନାରେ ଅଧିକ ମାରାତ୍ମକ ଭୂତାଣୁ ଆସିବା ଆଶଙ୍କା ରହିଛ: ଡବ୍ଲ୍ୟୁଏଚ୍‌ଓ ଦେଲା ଚେତାବନୀ…

ଜେନେଭା,୨୫।୫: ଏବେ କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ତେବେ ଏହାଠାରୁ ଅଧିକ ମାରାତ୍ମକ ଭୂତାଣୁ ଆସିବାର ଆଶଙ୍କା ରହିଛି ବୋଲି ବିଶ୍ୱସ୍ବାସ୍ଥ୍ୟ...

ସବୁବେଳେ ଶ୍ରୀଦେବୀଙ୍କ ପାଦ ଧରୁଥିଲେ ଏହି ସୁପରଷ୍ଟାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଅନିଲ କପୁର ନିଜର ଫିଟ୍‌ନେସ୍‌କୁ ନେଇ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ହେଲେ ଏବେ ଅନିଲ ଶ୍ରୀଦେବୀଙ୍କୁ ନେଇ ଏକ...

ନୂଆ ଲୁକ୍‌ରେ ସ୍ବରାଜ

ଆମ ସମାଜରେ ଅନେକ ପ୍ରକାର ପ୍ରଥା ପରମ୍ପରା କାହିଁ କେବେଠାରୁ ରହି ଆସିଛି। ଆମେ ମଧ୍ୟ ସେଗୁଡିକୁ ପ୍ରାୟ ମାନିଥାଉ। ତେବେ ଏଭଳି କଥା ପଛରେ...

ହସ୍ପିଟାଲରେ ନୁସରତ: ପ୍ରେମିକଙ୍କ ସାଥୀରେ ରହିବାକୁ ଡାକ୍ତରଙ୍କୁ କଲେ ବିଶେଷ ନିବେଦନ

ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ଏମ୍‌ପି ନୁସରତ ଜାହାଁ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏବେ ତାଙ୍କୁ ପ୍ରସବ ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି...

ଚଳିତବର୍ଷ ସର୍ବାଧିକ ଆୟ କରିଥିବା ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ, ରୋଜଗାର ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ

ଚଳିତବର୍ଷ ଫୋର୍ବସ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ସର୍ବାଧିକ ଆୟ କରିଥିବା ଅଭିନେତ୍ରୀ ଭାବେ ସୋଫିଆ ଭର୍ଗାରା ସର୍ବାଗ୍ରେ ଅଛନ୍ତି। ଫୋର୍ବସ ଅନୁଯାୟୀ ସୋଫିଆ...

କନ୍ୟା ସନ୍ତାନଙ୍କ ପାଦ ଧୋଇଦେଲେ ଶିଳ୍ପା

ମୁମ୍ବାଇ: ଧରା ପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମହାମାୟା । ଅକ୍ଟୋବର ୨୪ରେ ସାରା ଦେଶରେ ପାଳନ କରାଯାଇଛି ମହାଷ୍ଟମୀ ପୂଜା । ଏହି ଅବସରରେ ମହାଗୌରୀଙ୍କର...

Advertisement
Archives

Model This Week