ଆମାଜନ୍‌ ଜଙ୍ଗଲରେ ପହଞ୍ଚିଲା କରୋନା: ୟାନୋମାମି ଜନଜାତି ବାଳକଙ୍କ ମୃତ୍ୟୁ

ସାଓ ପାଓଲୋ,୧୨।୪: କରୋନା ସଂକ୍ରମଣ ଏବେ ବ୍ରାଜିଲ୍‌ର ଆମାଜନ୍‌ ଜଙ୍ଗଲରେ ପହଞ୍ଚିଛି। ସଂକ୍ରମଣ ଯୋଗୁ ଏଠାରେ ଜଣେ ୧୫ ବର୍ଷ ବୟସ୍କ ୟାନୋମାମି ଜନଜାତି ବାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କୁ ଏପ୍ରିଲ୍‌ ୩ରେ ଜ୍ୱର ହେବା ସହିତ ମୁଣ୍ଡବିନ୍ଧା, ଗଳାରେ ଯନ୍ତ୍ରଣା ଏବଂ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେଇଥିଲା। ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପ୍ରଥମ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ପରେ ତାଙ୍କଠାରେ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା। ଏହି ଜନଜାତିର ୭ଜଣ ଲୋକଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଥିବା କୁହାଯାଉଛି। ଲକ୍‌ଡାଉନ୍‌ ଯୋଗୁ ବାଳକଙ୍କ ସ୍କୁଲ ବନ୍ଦ ହୋଇଯିବାରୁ ସେ ମ୍ୟୁକେଜଇ ନଦୀ କୂଳରେ ଥିବା ତାଙ୍କ ଘରକୁ ଫେରିଥିଲେ। ଏଠାରେ ୟାନୋମାମି ଜନଜାତିର ୨୦୦ଟି ଗାଁ ରହିଛି। ଉପଯୁକ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂଗରୋଧ କେନ୍ଦ୍ରରୁ ଘରକୁ ଫେରିବାର ୩ ଦିନ ପରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

ବେତନଟୀ,୨୮।୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଏସ୍‌ଏସ୍‌ ନହଣ୍ଡାଶୋଲ ପଞ୍ଚାୟତର ଭାଲୁବସା ଗ୍ରାମର ପରେଶ ଚନ୍ଦ୍ର ମହାନ୍ତ(୫୫)ଙ୍କ ବୁଧବାର ବିଳମ୍ବିତ ରାତ୍ରିରେ ନିଜ ଘରେ...

ଲକ୍‌ଡାଉନ୍‌ରେ ଫସିଛନ୍ତି ବିଶ୍ୱ ଭ୍ରମଣରେ ବାହାରିଥିବା ଦମ୍ପତି : କାର୍‌କୁ କରିଛନ୍ତି ଘର

ଓ୍ବାଶିଂଟନ୍‌: କରୋନା ଭୂତାଣୁ ଯୋଗୁ ବିଶ୍ୱବ୍ୟାପୀ କରାଯାଇଥିବା ଲକ୍‌ଡାଉନ୍‌ରେ ଅନେକ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ଏମିତି ସମୟରେ ଫସିଛନ୍ତି ଇଂଲଣ୍ଡର ଏକ ଦମ୍ପତି।...

ଆଗ୍ନେୟ ଉଦ୍‌ଗିରଣରୁ ନଷ୍ଟ ହୋଇପାରେ ଓଜୋନ ସ୍ତର

ଓ୍ବାଶିଂଟନ୍‌, ୪ା୫: ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବସତ୍ତାର ସନ୍ଧାନରେ ବୈଜ୍ଞାନିକମାନେ ଲାଗିଥିବାବେଳେ ଏବେ ଆମେରିକାର ମହାକାଶ ଏଜେନ୍ସି ନାସା ଚିନ୍ତା ବଢ଼ାଇବା ଭଳି ରିପୋର୍ଟ...

ଖୋଲିଲା ମଦ ଦୋକାନ: ଲାଗିଲା ଗ୍ରାହକଙ୍କ ଲମ୍ବା ଲାଇନ

ନୂଆଦିଲ୍ଲୀ,୪।୫: କରୋନା ସଂକ୍ରମଣ ରୋକିବାକୁ ସୋମବାରଠାରୁ ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ ୩.୦। ପୂର୍ବରୁ ଯେଉଁ ୪୦ ଦିନିଆ ଲାକ୍‌ଡାଉନ ଘୋଷଣା କରାଯାଇଥିଲା ସେତେବେଳେ ମଦ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୯,୧୭୬ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଅସ୍ତ୍ରବିରତି ଦାବି କଲା କ୍ୱିଭ୍‌

କ୍ୱିଭ୍‌,୧୫ା୩: ୟୁକ୍ରେନ୍‌ରେ ରୁଷିଆ ଅଧିକ ଆକ୍ରମଣାତ୍ମକ ହୋଇ ତୁହାକୁ ତୁହା ମିଶାଇଲ, ବୋମା ମାଡ଼ କରୁଥିବାବେଳେ ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ ସୋମବାର ଚତୁର୍ଥ ପର୍ଯ୍ୟାୟ...

୪୦ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୨।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ...

ଇସ୍ତଫା ଦେବେ ଚାଇନା ପ୍ରଧାନମନ୍ତ୍ରୀ

ବେଜିଂ,୧୧।୩: ଚାଇନା ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ ଚଳିତ ବର୍ଷ ଇସ୍ତଫା ଦେବେ ବୋଲି କହିଛନ୍ତି। ସେ ଦଶବର୍ଷ ହେଲା ଦେଶର ଅର୍ଥନୀତି ପରିଚାଳନା କରିଆସୁଥିଲେ। ତେବେ...

Advertisement
Archives

Model This Week