ଆମପାଣି ଘାଟିରେ କାର୍‌କୁ ଧକ୍କା ଦେଲା ଟ୍ରକ୍‌, ୭ ଗୁରୁତର

କୋକସରା,୯।୬(ଡି.ଏନ.ଏ.):କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟି ରାସ୍ତା ଏକ ବୁଲାଣିରେ ରବିବାର କୋଟପାଡ଼ରୁ ଭବାନୀପାଟଣା ଆସୁଥିତ୍ବା ଏକ କାର (ନଂ.ଓଡି୧୦ଜେ-୩୪୭୦)କୁ ବିପରିତ ଦିଗରୁ ଆସୁଥିବା ଟ୍ରକ (ନଂ.ଓଆର୧୫କ୍ୟୁ ୩୨୩୮) ଧକ୍କା ଦେଇଥିଲା। ଫଳରେ କାରରେ ବସିଥିବା ୭ ଜଣ ଗୁରୁତର ହୋଇ ରାସ୍ତା କଡ଼ରେ ଛିଟିକି ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଦୁର୍ଗା ପ୍ରସାଦ ମଣ୍ଡଳ (୬୦)ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ଥିବା ଜଣାପଡ଼ିଛି । ଏହି ରାସ୍ତା ଦେଇ ରାଉଲକେଲା ଯାଉଥିବା ଏକ ଦମ୍ପତି ଗୁରୁତର ଥିବା ଦୁର୍ଗା ପ୍ରସାଦଙ୍କୁ ନିକଟସ୍ଥ କୋକସରା ଡ଼ାକ୍ତରଖାନାରେ ପହଞ୍ଚାଇଥିଲେ। ପରେ ଅନ୍ୟ ଗୁରୁତରମାନେ ଏକ ଅଟୋରେ ପହଞ୍ଚତ୍ଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଗୁରୁତରମାନେ ହେଲେ ଦୁର୍ଗା ପ୍ରସାଦ ମଣ୍ଡଳ(୬୦), ଡ଼୍ରାଇଭର ଚନ୍ଦନ ନିଆଲ(୩୫), ସ୍ବର୍ଣ୍ଣଲତା ମଣ୍ଡଳ (୫୫), ପ୍ରିୟଦର୍ଶିନି ମଣ୍ଡଳ(୩୪), ଦେବବ୍ରତ ମଣ୍ଡଳ (୪), ଶ୍ରଧାଲି ମଣ୍ଡଳ (୩୫) ଓ ଲାବାଣ୍ୟ ସ୍ବାଇଁ (୯) । ଏମାନେ ସମସ୍ତେ କୋଟପାଡ଼ରୁ ନିଜ ସମ୍ପର୍କିୟ ଘର ଭବାନୀପାଟଣାକୁ ଯାଉଥିବା ସୂଚନା ମିଳିଛି । ଅନ୍ୟପଟେ ଆମପାଣି ପୋଲିସ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚତ୍ ଦୁର୍ଘଟଣାଗ୍ରସ୍ତ ୨ ଗାଡ଼ିକୁ ଜବତ କରିବା ସହ ଥାନାରେ ଅଟକ ରଖିଛି। ଟ୍ରକ୍‌ ଡ଼୍ରାଇଭର ଘଟଣାସ୍ଥଳରୁ ଫେରାର ଥିବାବେଳେ ଆମପାଣି ପୋଲିସ ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଲମ୍ବନର ପ୍ରତିଶୋଧ: ବିଭାଗ ମୁଖ୍ୟଙ୍କୁ ଛୁରାମାଡ଼ , ବାରମ୍ବାର ନିବେଦନ ସତ୍ତ୍ୱେ ପ୍ରତ୍ୟାହାର ହୋଇ ନ ଥିଲା ନିଲମ୍ବନ

ସମ୍ବଲପୁର, ୩୧।୧୦ (ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ (ଏଚ୍‌ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କୁ ଛୁରାମାଡ଼, ଅଭିଯୁକ୍ତ ଅଟକ

ସମ୍ବଲପୁର,୩୦ା୧୦(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାସାୟନିକ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ତଥା(ଏଚ୍‌ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଜଣେ ଅବସରପ୍ରାପ୍ତ ସୁଇପର ଆକ୍ରମଣ କରିଛନ୍ତି। ଫଳରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?