Posted inଖେଳ

ଆମନ୍ତ୍ରଣୀୟ ଟେନିସ ଟୁର୍ନାମେଣ୍ଟ ଖେଳିବେ ଆଣ୍ଡ୍ରେସ୍କୁ, କେନିନ୍‌

ମାୟାମି, ୨୪ା୫ (ଏଏଫ୍‌ପି)-ସାଉଥ୍‌ କାରୋଲିନାର ଚାର୍ଲଷ୍ଟନଠାରେ ଜୁନ୍‌ରେ ଏକ ଆମନ୍ତ୍ରଣୀୟ ମହିଳା ଟେନିସ୍‌ ଟୁର୍ନାମେଣ୍ଟ ହେବ। ଏଥିରେ ଗ୍ରାଣ୍ଡସ୍ଲାମ ବିଜୟିନୀ ବାଏଙ୍କା ଆଣ୍ଡ୍ରେସ୍କୁ ଓ ସୋଫିଆ କେନିନ୍‌ ଆକର୍ଷଣ କେନ୍ଦ୍ର ବିନ୍ଦୁ ହେବେ। ଟେନିସ ଚ୍ୟାନେଲ ଇଭେଣ୍ଟର ସିଧାପ୍ରସାରଣ କରିବ। ଏଥିରେ ମୋଡ ୧୬ଜଣ ଡବ୍ଲ୍ୟୁଟିଏ ଖେଳାଳି ଭାଗ ନେବେ। ସେମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯିବ। ଇଭେଣ୍ଟରେ ମୋଟ ୧୬ ସିଙ୍ଗଲ୍ସ ମ୍ୟାଚ ଓ ୮ଟି ଡବଲ୍ସ ଖେଳାଯିବ। ଟୁର୍ନାମେଣ୍ଟ ଜୁନ୍‌ ୨୩ରୁ ଆରମ୍ଭ ହେବ। କରୋନାଭାଇରସ୍‌ ମହାମାରୀ ଯୋଗୁ ଫ୍ରେଞ୍ଚ୍‌ ଓପନ ସସ୍‌ପେଣ୍ଡ ହୋଇଛି। ଓ୍ବିମ୍ବେଲଡନ ବାତିଲ ହୋଇଛି। ଏଟିପି ଓ ଡବଲ୍‌ୟୁଟିଏ ଟୁର୍‌ ଶଟ୍‌ ଡାଉନ୍‌ ପରେ ଏହା ସବୁଠାରୁ ବଡ଼ ଟେନିସ ଇଭେଣ୍ଟ ବୋଲି କୁହାଯାଉଛି। କାନାଡାର ଆଣ୍ଡ୍ରେସ୍କୁ ହେଉଛନ୍ତି ୟୁଏସ୍‌ ଓପନ ଚାମ୍ପିୟନ। ଅନ୍ୟପକ୍ଷରେ କେନିନ୍‌ ହେଉଛନ୍ତି ଅଷ୍ଟ୍ରେଲିଆନ ଓପନ ବିଜୟିନୀ। ଆମେରିକାର ମାଡିସନ କିଜ୍‌ ଓ ବେଥାନି ମ୍ୟାଟେକ୍‌-ସ୍ୟାଣ୍ଡ୍ସ ଦୁଇ ଦଳ ଅଧିନାୟିକା ରହିବେ। ବିଶ୍ୱର ପୂର୍ବତନ ନମ୍ବର ଓ୍ବାନ ଭିକ୍ଟୋରିଆ ଆଜାରେଙ୍କା, ୨୦୧୭ ୟୁଏସ୍‌ ଓପନ୍‌ ଚାମ୍ପିୟନ ସ୍ଲୋଏନ୍‌ ଷ୍ଟିଫେନ୍ସ ଏବଂ ୨୦୧୬ ଅଲିମ୍ପିକ ସ୍ବର୍ଣ୍ଣ ବିଜୟିନୀ ମୋନିକା ପୁଇଗ୍‌ ମଧ୍ୟ ଏହି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଚାର୍ଲଷ୍ଟନ ବହୁଦିନ ହେଲା ଏକ ଡବ୍ଲ୍ୟୁଟିଏ ଇଭେଣ୍ଟ ଆୟୋଜନ କରିଆସୁଛି। ଚଳିତ ବର୍ଷ ଏହି ଇଭେଣ୍ଟ ଏପ୍ରିଲ ୬ରୁ ୧୨ ପର୍ଯ୍ୟନ୍ତ ଖେଳାଯାଇଥାନ୍ତା। ମାତ୍ର କୋଭିଡ୍‌-୧୯ ଯୋଗୁ ଏହାକୁ ବାତିଲ କରିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri