ଆମତ୍ବିଶ୍ୱାସରୁ ମିଳେ ସଫଳତା

ନିଷ୍ଠା, ଏକାଗ୍ରତା, କଠିନ ପରିଶ୍ରମ ହିଁ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ଏହାକୁ ବାସ୍ତବରେ ପ୍ରମାଣ କରି ଦେଖାଇଛନ୍ତି ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ବ୍ଲକ ଟିକରପଡା ଗ୍ରାମର ଯୁବକ ମାଧବ ସାହୁ। ବାପା ବାଉରୀ ବନ୍ଧୁ ସାହୁ, ମା’ ଚନ୍ଦ୍ରମାଙ୍କ ସନ୍ତାନ ମାଧବଙ୍କ ମଧ୍ୟରେ ରହିଥିବା ପ୍ରଗାଢ ଆମତ୍ବିଶ୍ୱାସ ତାଙ୍କୁ ବିଦେଶରେ ପରିଚିତ କରାଇପାରିଛି। ସେ ହାସଲ କରିଛନ୍ତି ‘ମିଷ୍ଟର ଓଡିଶା ଇଣ୍ଟର ନ୍ୟାଶନାଲ ୨୦୧୯’ ଟାଇଟଲ। ଗତ ମେ ୨୫ରେ ଗୋଆର ଜିଭା ରିସୋର୍ଟରେ ଗ୍ଲୋବାଲ ଇଣ୍ଡିଆ ଏଣ୍ଟରଟେନମେଣ୍ଟ ପକ୍ଷରୁ ହୋଇଥିବା ମିଷ୍ଟର ଏଣ୍ଡ ମିସ୍‌ ଇଣ୍ଟରନ୍ୟାଶନାଲ ଇଣ୍ଡିଆ ୟୁନିଭର୍ସ ୨୦୧୯ କାର୍ଯ୍ୟକ୍ରମରେ ର଼୍ୟାମ୍ପ ଶୋ ମଡେଲିଂରେ ଭାଗ ନେଇ ସେ ଏହି ଟାଇଟଲ ହାସଲ କରିଛନ୍ତି। ଏହି ଅବସରରେ ତାଙ୍କ ସହ ଧରିତ୍ରୀର ଆଳାପ…

ନେଇ କ’ଣ କହିବେ ?
ଏଇ ଟାଇଟଲ ପାଇବା ମୋ ଜୀବନର ବହୁତ ବଡ ସ୍ବପ୍ନ ଥିଲା। ଛୋଟ ବେଳୁ ହିଁ ମଡେଲିଂ ଓ ଅଭିନୟ ପ୍ରତି ଆଗ୍ରହ ଥିଲା। ସେହି ସମୟରୁ ହିଁ ଏହାକୁ ନେଇ କ୍ୟାରିୟର ଗଢିବାକୁ ସ୍ବପ୍ନ ଦେଖୁଥିଲି। କେବଳ ସୁଯୋଗ ଅପେକ୍ଷାରେ ଥିଲିି। ଏବେ ସୁଯୋଗ ମିଳିଲା ଏବଂ ସ୍ବପ୍ନ ପୂରଣକୁ ନେଇ ବେଶ ଖୁସି ଅଛି।
ଶ୍ରେୟ କାହାକୁ ଦେବାକୁ ଚାହିଁବେ ?
ମଡେଲିଂ ପାଇଁ ପରିବାର, ବନ୍ଧୁମାନଙ୍କଠାରୁ ସର୍ବଦା ସମର୍ଥନ ପାଇଛି। ଷ୍ଟାଇଲ ଓ ଚାଲି ଦେଖି ମୋର ବନ୍ଧୁ ଏପରିକି ଅଫିସ ମ୍ୟାନେଜର ମଧ୍ୟ ବେଳେ ବେଳେ କୁହନ୍ତି, ମୁଁ ଚାକିରି କରିବା ପରିବର୍ତ୍ତେ ମଡେଲିଂରେ କ୍ୟାରିୟର କରିବା ଭଲ। ତେବେ ଏହି ଟାଇଟଲ ପାଇଁ ଅଡିଶନ ସମ୍ପର୍କରେ ମୋର ବନ୍ଧୁ ପିଙ୍କି ଗିରି ମୋତେ ପ୍ରଥମେ ସୂଚନା ଦେଇଥିଲେ। ଯଦି ସେ ସୂଚନା ଦେଇ ନ ଥାନ୍ତେ ହୁଏତ ମୁଁ ଏ ସମ୍ପର୍କରେ ଜାଣି ପାରି ନ ଥାନ୍ତି । ତେଣୁ ଏହି ଟାଇଟଲର ଶ୍ରେୟ ମୁଁ ପିଙ୍କିଙ୍କୁ ଦେବାକୁ ଚାହୁଁଛି।
ଏଥିସହ ମୋର ସଫଳତା ପଛରେ ବନ୍ଧୁ ଉମା ଶଙ୍କର ଏବଂ ମନୋଜ ପ୍ରଧାନଙ୍କର ବହୁତ ବଡ଼ ଭୂମିକା ରହିଛି।
କରିବାକୁ କାହିଁକି ଆଗ୍ରହ ଆସିଲା ?
ଛୋଟ ବେଳୁ ଗ୍ଲାମର ଇଣ୍ଡଷ୍ଟ୍ରି ପ୍ରତି ଦୁର୍ବଳତା ରହିଛି। ମୁଁ ଅନୁଭବ କରୁଥିଲି, ଦୁନିଆରେ ନିଜର ସ୍ବତନ୍ତ୍ର ପରିଚୟ ଓ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିବାକୁ ହେଲେ ଏହି ଇଣ୍ଡଷ୍ଟ୍ରି ବଡ଼ ମାଧ୍ୟମ। ପୁଣି ଅଭିନୟ କରିବାକୁ ହେଲେ ମଡେଲିଂର ଆବଶ୍ୟକତା ରହିଥାଏ। ତେଣୁ ମୁଁ ମଡେଲିଂ ପାଇଁ ଇଚ୍ଛା ପ୍ରକାଶ କରିଥିଲି।
କ’ଣ ଲକ୍ଷ୍ୟ ରଖିଛନ୍ତି ?
ଏବେ ବଡ଼ ମେଡେଲିଂ ର଼୍ୟାମ୍ପ ଶୋ’ରେ ଓଡ଼ିଶା ଓ ଇଣ୍ଡିଆକୁ ପୁଣି ରିପ୍ରେଜେଣ୍ଟ କରିବି। ଅଭିନୟରେ କ୍ୟାରିୟର କରିବାକୁ ଲକ୍ଷ୍ୟ ରଖିଛି।
କ୍ୟାରିୟର କରିବାକୁ କ’ଣ ଦରକାର ବୋଲି ଭାବୁଛନ୍ତି ?
ନିଷ୍ଠା, ପରିଶ୍ରମ ସହ ନିଜ ମଧ୍ୟରେ ଦୃଢ ଆମତ୍ବିଶ୍ୱାସ ରହିବା ଜରୁରୀ। ମଡେଲିଂ ପାଇଁ ସୁସ୍ଥ ଶରୀର, ସ୍ମାର୍ଟନେସ, କମ୍ୟୁନିକେଶନ, ବଡି ଲାଙ୍ଗୁଏଜ, ୱାର୍କିଂ ଷ୍ଟାଇଲ ପ୍ରତି ଧ୍ୟାନ ଦେବାକୁ ହେବ। ଏଥିପାଇଁ ଆତ୍ମବିଶ୍ୱାସ ରହିଲେ ନିଶ୍ଚୟ ସଫଳତା ମିଳିବ।
ପାଇଁ କିପରି ନିଜକୁ ପ୍ରସ୍ତୁତ କରୁଥିଲେ ?
ସୋସିଆଲ ମିଡିଆ ୟୁ ଟ୍ୟୁବରୁ ମଡେଲିଂ କରିବାର ବିଭିନ୍ନ ତରିକା ଶିଖି ତାକୁ ଅଭ୍ୟାସ କରୁଥିଲି। ଏହାକୁ ନେଇ ‘ଏମ ଏକ୍ସ କ୍ରିଏଶନ’ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଛି। ପ୍ରତିଯୋଗିତା ପାଇଁ ଅଡିଶନରେ ଚୟନ ହେବା ପରେ ଦିନକୁ ଅଫିସ ସମୟ ୯ ଘଣ୍ଟା ବାଦ ଦେଲା ପରେ ଜିମ ପାଇଁ ଦେଢ ଘଣ୍ଟା, ଡ୍ୟାନ୍ସ ଅଭ୍ୟାସ ପାଇଁ ଏକ ଘଣ୍ଟା ପରିଶ୍ରମ କରୁଥିଲି।
ସମୟର କିଛି ଅଭୁଲା ଅନୁଭୂତି ?
ଅଡିଶନରେ ସିଲେକ୍ସନ ହେବା ପରେ ଗୋଆ ଯିବାକୁ କୁହାଯାଇଥିଲା। ଗୋଆରେ ୫ ଦିନ ରହିବାର ଥିଲା। ତେଣୁ ମୁଁ ଅଫିସରୁ ୫ ଦିନ ଛୁଟି ମାଗିଥିଲି, କିନ୍ତୁ ଛୁଟି ମିଳି ନ ଥିଲା। ଶେଷରେ ଦେହ ଖରାପ କହି ଛୁଟି ନେବାକୁ ପଡିଥିଲା।
କିନ୍ତୁ ପ୍ରତିଯୋଗିତା ଶେଷ ହେବାର ଦିନକ ପୂର୍ବରୁ ଅଫିସରୁ କଲ ଆସିଥିଲା ରେଜିଗନେଶନ ଦେବାକୁ। କିନ୍ତୁ ଏଥିରେ ବିଚଳିତ ନ ହୋଇ ପ୍ରତିଯୋଗିତାରେ ଭାଗ ନେଲି। ଆଉ ଜିତିଲି ମଧ୍ୟ। କିନ୍ତୁ ପରବର୍ତ୍ତୀ ସମୟରେ ଜାଣିବାକୁ ପାଇଲି ଚାକିରି ଆଉ ମୋର ନାହିଁ। ତେବେ ଏହା ମୋର ଜୀବନର ଏକ ବଡ ଅନୁଭୂତି ହୋଇ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଶାହରୁଖଙ୍କ ବଡ଼ ଉପଲବ୍ଧି: ଗୋଲ୍ଡ କଏନରେ ରହିଲା କିଙ୍ଗଖାନ୍‌ଙ୍କ ଫଟୋ

ମୁମ୍ବାଇ,୨୭।୭: ବଲିଉଡ ବାଦଶାହା ଶାହରୁଖ ଖାନ୍‌ଙ୍କୁ ମିଳିଛି ଆଉ ଏକ ବଡ଼ ଉପଲବ୍ଧି। ପୂର୍ବରୁ କୌଣସି କଳାକାର ହାସଲ କରି ନ ଥିବା ସମ୍ମାନର ହକ୍‌ଦାର...

ଫାରାହ ଖାନ୍‌ଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ମା’ ମେନକା ଇରାନିଙ୍କ ନିଧନ

ବମ୍ବେ: ମା’ଙ୍କୁ ହରାଇଛନ୍ତି କୋରିଓଗ୍ରାଫର-ନିର୍ଦ୍ଦେଶକ ଫାରାହ ଖାନ୍‌। ଶୁକ୍ରବାର ତାଙ୍କର ମା’ ମେନକା ଇରାନୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।...

ମୁକେଶ ଅମ୍ବାନୀଙ୍କ ସହ ଏହି ମହିଳାଙ୍କ ସେଲ୍‌ଫି ଭାଇରାଲ, ଜାଣନ୍ତୁ ଫଟୋକୁ ନେଇ କାହିଁକି ପାକିସ୍ତାନରେ ହେଉଛି ଚର୍ଚ୍ଚା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହ ଫଟୋରେ ଦେଖାଯାଇଥିବା...

ଐଶ୍ୱର୍ଯ୍ୟାଙ୍କୁ ସରପ୍ରାଇଜ୍‌ ଦେଲେ ଅଭିଷେକ! ବିବାହ ବିଚ୍ଛେଦ ଖବର ଭିତରେ ଆସିଲା ନୂଆ ଟ୍ବିଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ହେବାର ୧୭ ବର୍ଷ ବିତିଗଲାଣି। ହେଲେ ଏବେ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ଲାଗି ରହିଛି।...

ଅଡୁଆରେ କଙ୍ଗନା, ହରାଇବେ ଏମପି ପଦ!

ନୂଆଦିଲ୍ଲୀ,୨୫।୭: ଅଡୁଆରେ ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରଣାଓ୍ବତ। ହରାଇପାରନ୍ତି ଏମପି ପଦ। ହିମାଚଳ ପ୍ରଦେଶର ମାଣ୍ଡି ଲୋକ ସଭା ଆସନରୁ କଙ୍ଗନାଙ୍କୁ...

ବିବାହବେଳେ ଅଜବ ସର୍ତ୍ତ ରଖିଥିଲେ କାଜୋଲ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଅଭିନେତା ଅଜୟ ଦେବ୍‌ଗନ୍‌ ଓ ଅଭିନେତ୍ରୀ କାଜୋଲ ଅନ୍ୟତାମ। ବ୍ୟକ୍ତିଗତ ଜୀବନକୁ ନେଇ ଏହି ଷ୍ଟାର ଦମ୍ପତି ଅନେକବାର...

ଅଲଗା ହେବାପରେ ପ୍ରଥମଥର ନତାଶାଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୪।୭: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ ଶେଷରେ ଅଲଗା ହୋଇଯାଇଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଉଭୟ ଏନେଇ ସୂଚନା ଦେଇଛନ୍ତି। ନତାଶା ପୁଅ...

ସବୁ ରେକର୍ଡ ଭାଙ୍ଗିଦେଲେ ଦୀପିକା: ପ୍ରଥମ ଭାରତୟ ଅଭିନେତ୍ରୀ ଭାବେ…

ବଲିଉଡ୍‌ ଅଭିନେତ୍ରୀ ୧୭ ବର୍ଷର ଅଭିନୟ କ୍ୟାରିୟରରେ ବିଶେଷ ନାମ ଅର୍ଜନ କରିଛନ୍ତି। ଆଜିକାଲି ଦୀପିକା ଫିଲ୍ମ ‘କଲକି 2898 AD’ ମାଧ୍ୟମରେ ଅନେକ ପ୍ରଶଂସକଙ୍କ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri