Posted inଖେଳ

ଆବୁ ଜାୟେଦଙ୍କୁ ଭର୍ତ୍ସନା

ରାଓ୍ବଲପିଣ୍ଡି, ୧୧ା୨ (ପି.ଟି.)- ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ପାକିସ୍ତାନ ଅଧିନାୟକ ଆଝାର ଅଲ୍ଲୀଙ୍କ ଉଇକେଟ ପତନ ପରେ ଆକ୍ରମଣାତ୍ମକ ଅଙ୍ଗଭଙ୍ଗୀ ପାଇଁ ବାଂଲାଦେଶ ପେସ୍‌ ବୋଲର ଆବୁ ଜାୟେଦଙ୍କୁ ଭର୍ତ୍ସନା କରାଯାଇଛି। ଏହା ହେଉଛି ମ୍ୟାଚର ଦ୍ୱିତୀୟ ଦିବସ ଶନିବାରର ଘଟଣା। ସୋମବାର ପାକିସ୍ତାନ ୪୪ ରନରେ ବାଂଲାଦେଶକୁ ପରାସ୍ତ କରିଛି। ଜାୟେଦ ଖେଳାଳି ଏବଂ ଖେଳାଳିଙ୍କ ସହାୟକ କର୍ମଚାରୀଙ୍କ ଲାଗି ଉଦ୍ଦିଷ୍ଟ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ଆଚରଣ ବିଧିର ଧାରା ୨.୫ର ଉଲ୍ଲଂଘନ କରିଛନ୍ତି। ଫଳରେ ତାଙ୍କ ଶୃଙ୍ଖଳା ରେକର୍ଡରେ ଏକ ଡିମେରିଟ୍‌ ପଏଣ୍ଟ ଯୋଗ କରାଯାଇଛି। ଜାୟେଦ ନିଜ ଦୋଷ ସ୍ବୀକାର କରିବା ସହ ମ୍ୟାଚ ରେଫରି ରିଚି ରିଚାର୍ଡସନଙ୍କ ଦ୍ୱାରା ପ୍ରସ୍ତାବିତ ଦଣ୍ଡବିଧାନକୁ ଗ୍ରହଣ କରିଥିଲେ। ଫଳରେ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକ ପଡ଼ି ନ ଥିଲା। ଫିଲ୍ଡ ଅମ୍ପାୟର ନିଗେଲ ଲଙ୍ଗ୍‌ ଓ କ୍ରିସ୍‌ ଗାଫାନି, ତୃତୀୟ ଅମ୍ପାୟର ମାରେଜ ଇରାସମସ୍‌ ଏବଂ ଚତୁର୍ଥ ଅଫିସିଆଲ ଶୋଜାବ୍‌ ରାଜା ଜାୟେଦଙ୍କ ନାମରେ ରିପୋର୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍ୟ ରାଜ୍ୟରୁ ଖେଳିବେ ଦିଣ୍ଡା

କୋଲକାତା, ୨୨ା୬ (ପି.ଟି.): ଭେଟେରାନ ପେସ୍‌ ବୋଲର ଅଶୋକ ଦିଣ୍ଡା କହିଛନ୍ତି, ସେ ରାଜନୀତିର ଶିକାର ହୋଇଛନ୍ତି। ଏହି କାରଣରୁ ଗତବର୍ଷ ରଣଜୀ ଟ୍ରଫିର ମଧ୍ୟଭାଗରେ...

ଇଣ୍ଡିଆନ ସୁପର ଲିଗ୍:‌ ନର୍ଥଇଷ୍ଟଠାରୁ ହାରିଲା ଓଡ଼ିଶା, ଶୀର୍ଷରେ ଏଟିକେ ମୋହନ ବାଗାନ

ଭାସ୍କୋ,୧୫।୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସିଠାରୁ ୩-୧ ଗୋଲରେ ଓଡ଼ିଶା ପରାସ୍ତ ହୋଇଛି। ସ୍ଥାନୀୟ ତିଳକ ମଇଦାନରେ...

ରବିବାର ଭାରତ-ପାକିସ୍ତାନ ଲଢ଼େଇ…

ମେଲବୋର୍ନ,୨୦।୧୦ : ଆଇସିସି ଟି -୨୦ ବିଶ୍ୱକପର ବହୁ ପ୍ରତିକ୍ଷୀତ ଭୋଲଟେଜ୍‌ ଭାରତ-ପାକିସ୍ତାନ ମ୍ୟାଚ୍‌ ୨୩ ଅକ୍ଟୋବର ରବିବାର ଖେଳାଯିବ । ଭାରତ ସମ୍ମୁଖରେ ପ୍ରତିଦ୍ୱନ୍ଦ୍ୱୀ...

ଅଷ୍ଟ୍ରେଲିଆର ଇଂଲଣ୍ଡ ଟୁର୍‌ ସେପ୍ଟେମ୍ବର ୪ରୁ

ମେଲବୋର୍ନ, ୨୧ା୭ (ପି.ଟି.)-ଅଷ୍ଟ୍ରେଲିଆ କ୍ରିକେଟ ଦଳର ପ୍ରସ୍ତାବିତ ଇଂଲଣ୍ଡ ଟୁର୍‌ ସେପ୍ଟେମ୍ବର ୪ରୁ ଆରମ୍ଭ ହେବ। ଏକ ଦୈନିକ ଖବରକାଗଜ ରିପୋର୍ଟରେ ଏହା ପ୍ରକାଶ ପାଇଛି।...

ଶେଷରେ ଓହରିଲେ ଗାଙ୍ଗୁଲି

ନୂଆଦିଲ୍ଲୀ, ୨୮।୧୦ : ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) କ୍ଲବ ଏଟିକେ ମୋହନ ବାଗାନର...

ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ବଡ଼ ଝଟ୍‌କା

ଚେନ୍ନାଇ,୨୦।୩: ଆଇପିଏଲ୍‌ ୨୦୨୩ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍‌ରେ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ...

ହାମିଲଟନଙ୍କ ପାଇଁ ସୁଯୋଗ

ବୁଦାପେଷ୍ଟ, ୧୬ା୭ (ଏପି)- ଆସନ୍ତା ରବିବାର ଆୟୋଜିତ ହେବାକୁଥିବା ହଙ୍ଗେରିଆନ ଫର୍ମୁଲା ଓ୍ବାନ୍‌ ଗ୍ର୍ରଁାପ୍ରିରେ ବିଜୟ ଲାଭ କରିପାରିଲେ ଲୁଇସ୍‌ ହାମିଲଟନ ଗୋଟିଏ ଟ୍ରାକ୍‌ରେ ସର୍ବାଧିକ...

ମ୍ୟାଚ୍‌ ପୂର୍ବରୁ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି

ରିଓ ଡି ଜାନେଇରୋ,୧୬।୬: ଚିଲି ବିପକ୍ଷରେ ଆର୍ଜେଣ୍ଟିନା ତା’ର ପ୍ରଥମ ମ୍ୟାଚ୍‌ରେ କିମ୍ବଦନ୍ତୀ ଫୁଟ୍‌ବଲର ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲା। ମ୍ୟାଚ୍‌ ପୂର୍ବରୁ ମାରାଡୋନାଙ୍କ...

Advertisement
Archives

Model This Week